ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଓ କିରୋସିନ ବିଭିନ୍ନ ଆଳ ଦେଖାଇ ପ୍ରତିମାସ ବଣ୍ଟନ ନ କରି ବାଟମାରଣା କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୫ ମାସ ହେବ ସେମାନେ ଖାଦ୍ୟ ସାମଗ୍ରୀ ପାଉ ନ ଥିବାରୁ ମଙ୍ଗଳବାର ଯୋଡା ବ୍ଲକର ଯୋଗାଣ ନିରୀକ୍ଷକଙ୍କ କାର୍ଯାଳୟକୁ ଅଭିଯୋଗ ଜଣାଇବାକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେଇଥିଲେ। ସେମାନେ କହିଥିଲେ, ରାଶନ ସାମଗ୍ରୀ ଉଠାଇବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀମାନେ ସେମାନଙ୍କଠାରୁ ବାୟୋମେଟ୍ରିକ ମେଶିନ୍‌ରେ ଟିପ ଚିହ୍ନ ଲଗାଇବାକୁ କହିଥାନ୍ତି। ଟିପଚିହ୍ନ ଦେବା ପରେ ମେଶିନ୍‌ରେ ଲିଙ୍କ ଫେଲ ହୋଇଯାଇଥିବା କହି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ନ ଦେଇ ଫେରାଇ ଦିଆଯାଇଥାଏ। ପରବର୍ତ୍ତୀ ସମୟରେ ପୁଣି ସାମଗ୍ରୀ ଆଣିବାକୁ ଗଲେ ସେମାନଙ୍କୁ ଆଉ ମିଳିବ ନାହିଁ ବୋଲି କୁହାଯାଇଥାଏ। ଏହି ଗ୍ରାମର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାଶନକାର୍ଡରେ ପୂର୍ବରୁ ୪ ଜଣଙ୍କ ନାମ ଥିଲା। ପରବର୍ତ୍ତୀ ସମୟରେ କାର୍ଡରେ ପରିବାରର ଆଉ ୨ ଜଣ ସଦସ୍ୟଙ୍କର ନାମ ଯୋଡ଼ାଯାଇଥିଲା। ଏହି ନୂତନ କାର୍ଡ ମାଧ୍ୟମରେ ୬ ଜଣଙ୍କ ନାମରେ ସାମଗ୍ରୀ ଦିଆଯିବା ପରିବର୍ତ୍ତେ ୪ ଜଣଙ୍କ ନାମରେ ସାମଗ୍ରୀ ଦେଉଛନ୍ତି। ନୂତନ କାର୍ଡକୁ ସମ୍ପୃକ୍ତ କର୍ମଚାରୀ ମାଗିନେଇ ଫରାଉ ନ ଥିବା ଖବରଦାତାଙ୍କ ଆଗରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବାଲାଗୋଡା ପଞ୍ଚାୟତର ଜିଆରଏସ ପ୍ରିୟବ୍ରତ ବାରିକଙ୍କୁ ପଚାରିବାରୁ ସାଧାରଣ ବଣ୍ଟନ ଦାୟିତ୍ୱ ନିର୍ବାହୀ ଅଧିକାରୀଙ୍କ ନାମରେ ଥିବାରୁ ତାଙ୍କ ସହ କଥାବାର୍ତ୍ତା ହେବା ପାଇଁ ସେ କହିଥିଲେ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ସାହୁଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।


All Right Reserved By Dharitri.Com

ରାଜ୍ୟର ୩୬ ହଜାର ଲୋକ ପାଇଛନ୍ତି ସେବା

ଛତ୍ରପୁର, ୧୬ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ରବିବାର ଛତ୍ରପୁର ମିନି ଷ୍ଟାଡିୟମରେ ମେଗା ଆଇନ ସେବା...

ଗଞ୍ଜାମରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଆଲୋଚନା: ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ଦେଖିଲେ; ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ...

ଲୋୟର ଇନ୍ଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା: ବହୁ ଘର ଦ୍ୱାରା ଭାଙ୍ଗିଲା

ନୂଆପଡା ଅଫିସ,୩୦ା୮ -ନୂଆପଡା ଜିଲାରେ ମୌସୁମୀ ବର୍ଷା ହେବାର ନାଁ ନେଉ ନ ଥିବାବେଳେ ଅଚାନକ ଭାବେ ଲଘୁଚାପ ବର୍ଷା ଲୋକଙ୍କୁ ଦାଉ ସାଧୁଛି ।...

ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଏସ୍‌ପି ଦାୟିତ୍ୱ

ଭୁବନେଶ୍ୱର,୨୮।୪(ବ୍ୟୁରୋ)- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାହୁଲଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ...

ହେଲେନି ସଚେତନ

ଅନୁଗୋଳ ଅଫିସ, ୯ା୫ – ସକାଳୁ ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍‌ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲେ ପୋଲିସ ଯିବା ପରେ ସହରର...

ଛାତ୍ରୀଛାତ୍ରଙ୍କୁ ଜ୍ଞାନ ବାଣ୍ଟିଲେ ଜିଲାପାଳ, ଏସ୍‌ପି

ଛତ୍ରପୁର,୨ା୯(ଡି.ଏନ.ଏ.)-କଲେଜ ଛାତ୍ରୀଛାତ୍ର ସେମାନଙ୍କର କ୍ୟାରିୟର ଗଢ଼ିବା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଙ୍କଠାରୁ ଯେଭଳି ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲା...

ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି...

ବୋଲେରୋ ଲୁଟି ନେବାବେଳେ ଦୁର୍ଘଟଣା: ପଥଚାରୀ ବାପା, ଝିଅ, ପୁଅଙ୍କ ଜୀବନ ଗଲା

ଯୋଡା, ୨୮।୧୦(ଡି.ଏନ.ଏ.)-ଏକ ବୋଲେରୋ ଲୁଟ୍‌ କରି ଫେରାର ହୋଇଯିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଫଳରେ...

Leave a comment

Your email address will not be published. Required fields are marked *