Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ନେତାଙ୍କୁ ମିଳିଲାନି ନିମନ୍ତ୍ରଣ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ନେବାକୁ ଯାଉଛନ୍ତି। ଆସନ୍ତା ୩୦ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ ବିଦେଶରୁ ପ୍ରାୟ ୮ଟି ଦେଶର ନେତାଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପଡୋଶୀ ଦେଶ ପାକିସ୍ତାନର କୌଣସି ନେତାଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇ ନାହିଁ। ସବୁବେଳେ ବନ୍ଧୁତାର ହାତ ବଢାଇଥିବା ଭାରତକୁ ପାକିସ୍ତାନ ଯେଭଳି ଧୋକା ଦେଇ ଚାଲିଛି ତାକୁ ନଜରରେ ରଖି ହୁଏତ ପାକିସ୍ତାନକୁ ଏହି ଉତ୍ସବକୁ ନିମନ୍ତ୍ରଣ ମିଳି ନ ଥିବା ଆଲୋଚନା ହେଉଛି। ତେବେ ଏଥିରେ ଯୋଗଦେବା ଲାଗି ଭୂଟାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ମ୍ୟାନମାର, ନେପାଳ ଓ ବାଂଲାଦେଶର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିଭଳି କିର୍ଗିସ୍ତାନର ରାଷ୍ଟ୍ରପତି ଓ ମରିଶସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିଲାଗି ନିମନ୍ତ୍ରଣ କରାଯାଇଛି।


All Right Reserved By Dharitri.Com

ପିଓକେରେ ଭୂକମ୍ପ: ୧୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୪ା୯(ପି.ଟି.)- ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର...

ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର

ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍‌ସତ୍‌ କପିଲ୍‌ ଅଶୋକ ବୁଧବାର ସୂଚନା...

‘କଂଗ୍ରେସରେ ଟିକେଟ ବିକ୍ରି ହେଉଛି’

ନୂଆଦିଲ୍ଲୀ,୩ା୧୦: ହରିୟାଣା କଂଗ୍ରେସର ଗୋଷ୍ଠୀ ବିବାଦ ଦିଲ୍ଲୀରେ ପହଞ୍ଚତ୍ଛି। ହରିୟାଣା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନ୍‌ଓ୍ବର ନିଜ ସମର୍ଥକଙ୍କ ସହ ବୁଧବାର ଦଳର ଅଧ୍ୟକ୍ଷା...

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର...

ଭାରତରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। କେତେ ଗୁଡିଏ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି...

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି...

ବିକ୍ରମ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ପଠାଇବ ନାସା

ନୂଆଦିଲ୍ଲୀ/ନ୍ୟୁୟର୍କ,୧୩-୯ :ଚନ୍ଦ୍ରୟାନ-୨କୁ ନେଇ ଇସ୍ରୋ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବାବେଳେ ଯୋଗଯୋଗ ଲାଗି ପ୍ରସ୍ତୁତି ଚାଲିଛି। ସମୟ ସରିଆସୁଥିବାବେଳେ ନାସା ଏଥିଲାଗି ସହଯୋଗର ହାତ...

ମୋଦି ସରକାରଙ୍କୁ କପିଲ୍‌ ସିବଲ୍‌ଙ୍କ କଡ଼ା ସମାଲୋଚନା: ଦେଶରେ ଚାଲିଛି ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’

ନୂଆଦିଲ୍ଲୀ,୧୯।୯: ଦେଶର ଆର୍ଥିକ ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ୍‌ ସିବଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଗୁରୁବାର ଟୁଇଟ୍‌ ପୁଣି ଥରେ କଡ଼ା...

Leave a comment

Your email address will not be published. Required fields are marked *