ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରଗଡ ଡିଆରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚାଷୀମାନେ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବାବେଳେ ଏହାର ସମାଧାନ କରାଯାଉ ନାହିଁ। ଏ ସରକାର ଚାଷୀଙ୍କ ସରକାର ବୋଲି କହୁଥିବାବେଳେ ଚାଷୀଙ୍କ ପେଟରେ ଲାତ ମାରିବା ଭଳି କାର୍ଯ୍ୟ କରାଯାଉଛି ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଉଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳର ସମସ୍ତ ଚାଷୀ ମିଶି ଗତ ଦୁଇଦିନ ହେଲା ଧାନ ବିକ୍ରୟ ବନ୍ଦ କରି ଶାନ୍ତିଶୃଙ୍ଖଳା ସହ ଆନ୍ଦୋଳନ କରିଛନ୍ତି। ସେମାନେ ସରକାରୀ ଅଫିସଗୁଡିକ ବନ୍ଦ କରିଛନ୍ତି। ବୁଧବାର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ଅପରାହ୍ନରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବିଫଳ ରହିଥିବା ଜଣାପଡିଛି।


All Right Reserved By Dharitri.Com

ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.) ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର...

ରୁପା ଅଳଙ୍କାର ଚୋରି ଘଟଣାରେ ୩ ଗିରଫ

ବ୍ରହ୍ମପୁର ଅଫିସ,୮ା୯-ବଡବଜାର ଥାନା ମାଲସେନାପେଟା ସାହିରେ ଥିବା ଶ୍ରୀ ସାଇ ରିଫାଇନାରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି।...

ପୋଷ୍ଟମ୍ୟାନ୍‌ଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

କୃଷ୍ଣପ୍ରସାଦ,୧୧ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଗାଁ ଗାଁରେ ଲକ୍‌ଡାଉନ। ଗଁ। ମୁଣ୍ଡରେ ବାଉଁଶ ବତାରେ ବାଡ଼ ବାନ୍ଧି କୌଣସି ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ...

ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

ଦେବଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ଗାଁ ସିଲ୍‌

ଦେବଗଡ,୨୯ା୪(ଡି.ଏନ.ଏ): ଦେବଗଡ ଜିଲା ତିଲେଇବଣି ବ୍ଲକ ବଲଣ୍ଡା ପଞ୍ଚାୟତ ଅଧୀନ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିବା ପରେ ପ୍ରଶାସନିକସ୍ତରରେ ତତ୍ପରତା...

ଆଜି ୫ ଜିଲାରେ ବର୍ଷା ସମ୍ଭାବନା: ତିନିଦିନ ପ୍ରବଳ କୁହୁଡ଼ି, ୧୬ରୁ ଖସିବ ପାରଦ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଡିସେମ୍ବର ଅଧା ହେଲାଣି। ଏଯାଏ ରାଜ୍ୟରେ ଶୀତର ପ୍ରକୋପ ନାହିଁ। ରବିବାର ୫ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ...

ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *