Posted inଜାତୀୟ

ବିବାହ ଭୋଜିରେ କନ୍ୟାବରଙ୍କୁ ଲୋକେ ଉପହାର ଦେଲେ ପାଣିଭର୍ତ୍ତି ମାଠିଆ

ଭୋପାଳ,୨୮।୫: ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ କନ୍ୟାବରଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର ଭାବେ ପ୍ରଦାନ କରିଛନ୍ତି। ସ୍ଥାନୀୟ ଖରଗୋନ୍‌ ଜିଲାର ରାୟଟେମରୀରେ ଏଭଳି ଘଟଣା ଘଟିଛି। ଏହି ପାହାଡ଼ିଆ ଆଦିବାସୀ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘଦିନ ଧରି ଜାରି ରହିଛି। ଗାଁରେ ବାସକରୁଥିବା କୁବେର ସିଂଙ୍କ ପୁଅଙ୍କ ବିବାହ ଭୋଜିରେ  ଖାଦ୍ୟପଦାର୍ଥ ରନ୍ଧା ଯିବାରଥିଲା। ତେବେ ଏଥିରେ ମୁଖ୍ୟ ପ୍ରତିବନ୍ଧକ ଥିଲା ପିଇବା ପାଣି। ଏନେଇ କୁବରେ ସିଂ ଗାଁ ସରପଞ୍ଚ ଏବଂ ଲୋକଙ୍କ ସହିତ ଆଳୋଚନା କରିଥିଲେ। ଶେଷରେ ସଭିଏଁ ଏକ ମାଠିଆ ପାଣି ନେଇ ବିବାହ ଭୋଜିକୁ ଆସିବାକୁ ରାଜି ହୋଇଥିଲେ। ଏବେ ଏହି ନିଆରା ବିବାହ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ଏହା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର...

ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ାଇଲେ ୯୦ହଜାର ବିଦେଶ ଫେରନ୍ତା

ଚଣ୍ଡିଗଡ଼,୨୪।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ସାରା ଦେଶ ବିଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ବ୍ୟବସ୍ଥା କରାଯାଇଛି।...

ପ୍ରୟାଗରାଜକୁ ପୂରିଲା ବର୍ଷେ

ପ୍ରୟାଗରାଜ,୧୮।୧୦: ଧାର୍ମିକ ଓ ରାଜନୈତିକ ସ୍ତରରେ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆହ୍ଲାବାଦର ନାମ ପରିବର୍ତ୍ତନକୁ ଶୁକ୍ରବାର ବର୍ଷେ ପୂରିଛି। ୨୦୧୮ ଅକ୍ଟୋବର...

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର...

ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍‌ ଆମ୍ବୁଲାନ୍ସ

ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ...

ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ

ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ...

ମେଘାଳୟ ହିଂସା ମୃତ୍ୟୁସଂଖ୍ୟା ୩

ଶିଲଂ,୨ା୩(ପି.ଟି.): ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳ ଜିଲାରେ ଆଦିବାସୀ-ଅଣଆଦିବାସୀ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ରବିବାର ୩ରେ ପହଞ୍ଚତ୍ଛି। ଶନିବାର ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସକାଳେ ୩...

Leave a comment

Your email address will not be published. Required fields are marked *