ତାନାଜିର ଟ୍ରେଲର ରିଲିଜ୍‌

ମୁମ୍ବାଇ: ମଲ୍ଟି ଷ୍ଟାର ଓ ଡ୍ରାମାରେ ଭରପୂର ଥିବା ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ବାରିୟର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରଟି ୩ ମିନିଟ୍‌ ୨୧ ସେକେଣ୍ଡର ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାଁ ଓ କାଜୋଲ ନଜର ଆସିବେ। ସବୁଠାରୁ ବଡ଼ କଥା ହେଲା ଏହି ଫିଲ୍ମ ଜରିଆରେ ଅଜୟ ସେଞ୍ଚୁରି ମାରିଛନ୍ତି। ଅର୍ଥାତ୍‌ ଏହା ତାଙ୍କ କ୍ୟାରିୟରର ୧୦୦ତମ ଫିଲ୍ମ। ଏହି ଫିଲ୍ମ ୧୭ତମ ଶତାବ୍ଦୀର ତାନାଜି ମାଲସୁରେଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ଏଥିରେ ତାନାଜି ଚରିତ୍ରରେ ଅଜୟ ଓ ସୈଫଙ୍କୁ ଉଦୟ ଭାନ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ କାଜୋଲ ଅତିଥି କଳାକାର ଭାବେ ନଜର ଆସିବାକୁ ଥିବା ବେଳେ ଲମ୍ବା ସମୟ ପରେ ସିଲଭର ସ୍କ୍ରିନ୍‌ରେ ଅଜୟ ଓ କାଜୋଲଙ୍କୁ ଏକାଠି ଦେଖିପାରିବେ ଦର୍ଶକ। ଏହି ଫିଲ୍ମ ୨୦୨୦ ଜାନୁୟାରୀ ୧୦ରେ ପରଦାକୁ ଆସିବ।


All Right Reserved By Dharitri.Com

କାଟ୍ରିନାଙ୍କ ଆଖିକୁ ନିଦ ନାହିଁ

ମୁମ୍ବାଇ: ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି କାଟ୍ରିନା କୈଫ୍‌ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା...

ବିବାହ ପରେ ବଦଳିଗଲେ ମୋନା ସିଂ

ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍‌ ଶ୍ୟାମ୍‌ଙ୍କୁ ବିବାହ କରିଥିଲେ। ବିବାହ...

ପ୍ରଥମ ଥର ପାଇଁ ବାୟୋପିକ୍‌ରେ ଅରିନ୍ଦମ, ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’

ନାୟକ ଅରିନ୍ଦମ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ଫିଲ୍ମର ଟାଇଟଲ, ଭୂମିକା, ଦୃଶ୍ୟାୟନ-ଏସବୁ ତାଙ୍କ ମନକୁ ଏମିତି ପ୍ରଭାବିତ କରିଛି ତାହାକୁ ପ୍ରକାଶ...

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

‘କଲ୍‌ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ

ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ‘କଲ୍‌ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍‌ ନିର୍ଦ୍ଦେଶକ...

ଚଳିତବର୍ଷ ଦୀପାବଳି ପାଳିବେନି ଆଲିଆ!

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି...

Leave a comment

Your email address will not be published. Required fields are marked *