ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲାଗି ରୋଷେଇ ହୋଇ ନ ଥିଲା। ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ୪ଟି ଲେଖାଏ ଚକୋଲେଟ୍‌ ଦେଇ ଘରକୁ ପଠାଇ ଦେଇଥିଲେ। ମାତ୍ର ଅନ୍‌ଲାଇନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଛି ଓ (୧୨୨ ଜଣ) ପିଲା ଖାଇଥିବା ପ୍ରଧାନ ଶିକ୍ଷକ ମେସେଜରେ ଦର୍ଶାଇଥିଲେ। ଏ ନେଇ ସ୍କୁଲ ଖୋଲିବା ପରେ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କୁ ଏ ବିଷୟରେ ପଚାରି ହୋହଲ୍ଲା କରିଥିଲେ । ଏଥିସହିତ ସେମାନେ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପ୍ରଧାନ ଶିକ୍ଷକ ରୋଷେଇ କରି ନ ଥିବା ସ୍ବୀକାର କରିଥିଲେ । ତେବେ ଏ ନେଇ ଜିଲା ଶିକ୍ଷାଧିକାରୀ କାର୍ଯାନୁଷ୍ଠାନ ନେବାକୁ ମଙ୍ଗଳବାର ଅଭିଭାବକମାନେ ଦାବି କରିଛନ୍ତି ।


All Right Reserved By Dharitri.Com

ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି।...

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା...

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା...

ମ୍ୟୁଟେଶନ ମାମଲାର ଶୁଣାଣି ହେଉନି

ବ୍ରହ୍ମପୁର ଅଫିସ୍‌,୨୩ା୭-ବ୍ରହ୍ମପୁର, କୁକୁଡ଼ାଖଣ୍ଡି ଏବଂ କନିଷି ତହସିଲ୍‌ କାର୍ଯ୍ୟାଳୟରେ ମ୍ୟୁଟେଶନ୍‌ (ଜମି ଦାଖଲ ଖାରଜ)ମାମଲାଗୁଡ଼ିକର ଶୁଣାଣି ହେଉନି ବୋଲି ଅଭିଯୋଗ କରିଛି ଗଞ୍ଜାମ ଓକିଲ ସଂଘ।...

ରାସ୍ତା ମରାମତି କଲେ ସୁକିନ୍ଦା ଭୀମଆର୍ମି କର୍ମକର୍ତ୍ତା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.) : ଯାଜପୁର ଜିଲାର ଖଣିଖାଦାନ ସହ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଯାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ସୁକିନ୍ଦାଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା...

ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର

ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା...

ମୃତ୍ୟୁ ଏମିତି ଆସେ : ପାଣି ହାଣ୍ଡିରେ ପଡ଼ି ଶିଶୁଙ୍କ ଜୀବନଗଲା

ଦେବଗଡ଼,୨୦।୧୦(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ...

ମହୁଲ ବୋଝେଇ ମିନିଟ୍ରକ୍‌ ଧରାପଡ଼ିଲା

ପଦ୍ମପୁର,୧୨।୫(ଡି.ଏନ.ଏ): ବରଗଡ଼ ଜିଲା ବୁଡ଼େନ ଥାନା ପୋଲିସ ହାତରେ ମଙ୍ଗଳବାର ମହୁଲ ଚୋରାଚାଲାଣ ଧରାପଡ଼ିଛି। ପୋଲିସ ଏକ ମହୁଲ ବୋଝେଇ ମିନିଟ୍ରକ୍‌ (ନଂ.ଓଡ଼ି୧୭ଏସ୍‌/୩୬୭୧)କୁ ଜବତ କରିଛି...

Leave a comment

Your email address will not be published. Required fields are marked *