ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…

ଉଲେନ୍‌ କୁର୍ତ୍ତି: ଆଗରୁ ଝିଅମାନେ କଟନ୍‌ ଶୁଟ୍‌ ସହିତ କାଡିଗର୍ନ,ସ୍ବେଟର କିମ୍ବା ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଇ କିଛିଦିନ ହେବ କଲେଜ୍‌ ଯାଉଥିବା ଯୁବତୀ ଓ ଅଫିସ୍‌ ଯାଉଥିବା ମହିଳା ଉଲେନ୍‌ ସୁଟ୍‌ ପସନ୍ଦ କରୁଛନ୍ତି। ଏହା ପିନ୍ଧିବାକୁ ଆରାମ ଓ ଉଷୁମ ଲାଗିଥାଏ ଓ ଏଥିସହ ସବୁ ଅକେଜନ୍‌ରେ ପରଫେକ୍ଟ ହେବାରେ ସାହାଯ୍ୟ କରିଥାଏ ।
ବ୍ଲାକ୍‌ ଓ୍ବାର୍ମ ଟି ଶାର୍ଟ: ଶୀତଦିନରେ କଳାରଙ୍ଗର ଗୋଟିଏ ଓ୍ବାର୍ମ ଟି ଶର୍ଟ ରହିବା ଆବଶ୍ୟକ। ଏହା ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରେ। ଏହା ବ୍ଲାକ୍‌ କଲର ହେବା କାରଣରୁ ଜିନ୍ସ କିମ୍ବା ସବୁ କଲର ଜିନ୍ସ ସହିତ ଏହାକୁ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଆପଣ ଚାହିଁଲେ ଏଲିଗେଣ୍ଟ ଲୁକ୍‌ ଲାଗି କୌଣସି ସ୍କାର୍ଫ କିମ୍ବା ଡେନିମ୍‌ ଜ୍ୟାକେଟ୍‌ କ୍ୟାରି କରିପାରିବେ। ଆପଣଙ୍କ ଏହି ସିମ୍ପଲ ଲୁକ୍‌ କଲେଜ୍‌,ଅଫିସ୍‌, ଫ୍ରେଣ୍ଡଙ୍କ ସହ ଆଉଟିଂ ହେଉ କି ପାର୍ଟିରେ ପିନ୍ଧି ଯାଇପାରିବେ।
ଡେନିମ୍‌ ଜ୍ୟାକେଟ୍‌: ଡେନିମ୍‌ ଜ୍ୟାକେଟ୍‌କୁ ଆପଣ ସବୁ ଋତୁରେ ପିନ୍ଧି ପାରିବେ। ଏହା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଏହାର ଏକ ଭଲଗୁଣ ହେଲା-ଏହାକୁ ଆପଣ ଇଣ୍ଡିଆନ୍‌,ଓ୍ବେଷ୍ଟର୍ନ ଓ ଫ୍ୟୁଜନ୍‌ରେ ମଧ୍ୟ ପିନ୍ଧି ପାରିବେ।
ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌: ଝିଅମାନଙ୍କ ପାଖରେ ଶୀତଦିନେ ଏକ ପ୍ରିଣ୍ଟେଡ୍‌ ଜ୍ୟାକେଟ୍‌ ରହିବା ଜରୁରୀ। ଯାହାକୁ ଆପଣ ହାଲ୍‌କା ଶୀତରେ ପିନ୍ଧିପାରିବେ। ଏହାକୁ ଆପଣ ଗାଉନ୍‌,ଇଣ୍ଡିଆନ୍‌ ସୁଟ୍‌, ଟି ଶାର୍ଟ ସହିତ ଖୁବ୍‌ ସହଜରେ ଟିମ୍‌ଅପ୍‌ କରି ପିନ୍ଧିପାରିବେ।
ଲଙ୍ଗ ଜ୍ୟାକେଟ୍‌: ଶୀତଦିନରେ କୋର୍ଟ ଓ ଲଙ୍ଗ କୋର୍ଟ ବିନା ଭଲ ଲାଗେନା। ଆପଣ ଏହାକୁ ଡେଲି ଅଫିସ୍‌ ଓ୍ବିୟର,ପାର୍ଟି ଓ୍ବେର ଦୁଇପ୍ରକାର କ୍ୟାରି କରିପାରିବେ।


All Right Reserved By Dharitri.Com

ସ୍ବା ସ୍ଥ୍ୟ ସୂ ଚ ନା

-କୌଣସି ରୋଗର ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ହୁଏତ ଗମ୍ଭୀର ସମସ୍ୟା ଧାରଣ କରିପାରେ। ତେଣୁ ତୁରନ୍ତ ଡାକ୍ତରଙ୍କ ସହ...

ଗୃହିଣୀଙ୍କ ପାଇଁ …

ବିରିୟାନୀ କିମ୍ବା ପଲାଉ କରିବା ସମୟରେ ପିଆଜ ଜଲ୍‌ଦି ଫ୍ରାଏ ହେବା ଲାଗି ସେଥିରେ ଅଳ୍ପ ପରିମାଣରେ ଚିନି ପକାନ୍ତୁ, ଦେଖିବେ ପିଆଜ ଶୀଘ୍ର ଫ୍ରାଏ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର କରନ୍ତୁ ଏପରି…

ସଜନା ଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନା ଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି।...

ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା

ସୌନ୍ଦର୍ଯ୍ୟ ବୃଦ୍ଧିକରାଇବା ଲାଗି ମହିଳା ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇଥାନ୍ତି।...

ସୁନିଦ୍ରା ପାଇଁ ସ୍ମାର୍ଟ ପାଇଜାମା

ଆଜିକାଲି ଅନେକେ ନିଦ୍ରାଜନିତ ସମସ୍ୟା ସହ ଜଡ଼ିତ। ଆମେ ଆବଶ୍ୟକ ସମୟ ମୁତାବକ ନିଦ୍ରା ନ ଗଲେ ବିଭିନ୍ନ ପ୍ରକାର ଶାରୀରିକ ଅସୁବିଧାର ସମ୍ମୁଖୀନ ହୋଇଥାଉ।...

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର...

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ...

ଏଚ୍‌ଆଇଭି ପୀଡ଼ିତଙ୍କ ଲାଗି ନୂଆ ଆଶା

ବୈଜ୍ଞାନିକମାନେ ମୂଷାର ଡିଏନ୍‌ଏରୁ ସଫଳତାର ସହ ଏଚ୍‌ଆଇଭି ଦୂର କରିପାରିଛନ୍ତି। ଏହି ପଦ୍ଧତି ଆଗକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବ ଓ ସଫଳତା ମିଳିବ ବୋଲି ଗବେଷକମାନେ...

Leave a comment

Your email address will not be published. Required fields are marked *