ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ନକ୍‌ସା ପ୍ରସ୍ତୁତ ଅନୁଦାନ ଆସିଲେ ଜମି ଅଧିଗ୍ରହଣ ହେବ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଅସରାଏ ବର୍ଷା ହେଲେ ରାଜଧାନୀ ହୋଇଯାଏ ଜଳମଗ୍ନ। ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ। ତେବେ ଏହି ସମସ୍ୟାକୁ ଦୂର କରିବା ଲାଗି ବିଏମ୍‌ସି ପକ୍ଷରୁ ‘ଡ୍ରେନ୍‌ ବିକାଶ ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନାରେ ସହର ମଧ୍ୟ ଦେଇ ଗଙ୍ଗୁଆ ନାଳରେ ମିଶିଥିବା ୧୩ ପ୍ରାକୃତିକ ନାଳର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ବ୍ଲ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯୋଜନା ବର୍ତ୍ତମାନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରାଯୁକ୍ତିକ ସମୀକ୍ଷା ଅଧୀନରେ ରହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବା କ୍ଷଣି ବିଏମ୍‌ସି ଡ୍ରେନ୍‌ର ବିକାଶ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ କରିବ ବୋଲି ସୋମବାର ପ୍ରକାଶିତ ଏକ ପ୍ରେସ୍‌ ବିବୃତ୍ତିରୁ ଜଣାପଡ଼ିଛି।
ସୂଚନାନୁଯାୟୀ, ମୋଟ ୬୧.୪୩୮ ଏକର ଜମିକୁ ବିଏମ୍‌ସି ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ କରିବ, ଯାହା ସହରର ୧୩ ପ୍ରାକୃତିକ ନାଳଗୁଡ଼ିକୁ ଆହୁରି ପ୍ରଶସ୍ତ କରିବ। ଫଳରେ ବର୍ଷାଜଳ ଓ ଦୈନିକ ନିଷ୍କାସିତ ହେଉଥିବା ବର୍ଜ୍ୟ ସହଜରେ ଗଙ୍ଗୁଆରେ ମିଶିପାରିବ। ଏନେଇ ବିଏମ୍‌ସି ୭୫୩କୋଟି ବ୍ୟୟବରାଦ ରଖିଥିବାବେଳେ ମୋଟ ୬୫.୬୨୧ କିଲୋମିଟର ରାସ୍ତାରେ ଏହି ଜମି ଅଧିଗ୍ରହଣ କରାଯିବ। ତେବେ ଟ୍ରାନ୍ସଫରେବଲ ଡେଭଲପ୍‌ମେଣ୍ଟ ରାଇଟ୍‌ସ (ଟିଡିଆର୍‌) ଆକ୍ଟ-୨୦୧୫ କିମ୍ବା ସିଧାସଳଖ କ୍ରୟ ପ୍ରକ୍ରିୟା ଦେଇ ଜମି ଅଧିଗ୍ରହଣ ସମ୍ଭବ ବୋଲି ବିଏମ୍‌ସି କହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବାମାତ୍ରେ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରେସ୍‌ ବିବୃତ୍ତିରେ ପ୍ରକାଶ ପାଇଛି।


All Right Reserved By Dharitri.Com

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

ଋଷିକୁଲ୍ୟା, ବଡନଦୀରେ ପ୍ରଥମ ବନ୍ୟାଜଳ

ଆସିକା,୭।୮(ଡି.ଏନ୍‌.ଏ.)- ଗତ ସୋମବାର ଠାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ା ବୁଧବାର ମଧ୍ୟାହ୍ନରେ ଆସିକାର ଉଭୟ...

ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ...

ପୁଣି ମାତିଲେ ଲୁଟେରା:ମା’ ବେକରୁ ସୁନାଚେନ୍‌ ଝାମ୍ପିଲା ବେଳେ ଧରିଲା ପୁଅ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ୫ଟି ଏନ୍‌କାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସଂଧାନ ନିକଟରେ ମଙ୍ଗଳବାର ଦିନ ଦ୍ୱିପହରରେ...

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିରୋଧୀ କହିଲେ ଲୋକଦେଖାଣିଆ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଜଣଙ୍କୁ ବରଖାସ୍ତ କରିଥିଲେ। ନିକଟରେ ସରକାର ଅନେକ...

ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି...

ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର ଅଫିସ, ୨୭।୧୨: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ...

Leave a comment

Your email address will not be published. Required fields are marked *