ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲା: ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏହି ମାମଲାରେ ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଦିଆଯାଇଥିବା ରିପ୍ରେଜେଣ୍ଟେଶନ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ପ୍ରକାଶଥାଉ କି, ସିବିଏସ୍‌ଇ କର୍ତ୍ତୃପକ୍ଷ ଏହି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ଏକାଥରେ ୨୪ ଗୁଣା ବୃଦ୍ଧି କରିଥିଲେ। ପୂର୍ବରୁ ଥିବା ୫୦ଟଙ୍କା ଫି’ ଚଳିତବର୍ଷ ବୃଦ୍ଧି କରାଯାଇ ୧୨୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏଭଳି ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ଅନୁଷ୍ଠିତ ଶୁଣାଣିରେ ଅଭିଭାବକ ସଂଘ ପକ୍ଷରୁ ଦର୍ଶାଯାଇଥିଲା, ସିବିଏସ୍‌ଇ ଚଳିତବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଫି’ରେ ଅହେତୁକ ବୃଦ୍ଧି କରିଛି। ପରୀକ୍ଷା ଫି’ ବୃଦ୍ଧିରୁ ଏସ୍‌ସି/ଏସ୍‌ଟି ବର୍ଗର ଛାତ୍ରୀ ବାଦ୍‌ ପଡିନାହାନ୍ତି। ଯେଉଁ ପରୀକ୍ଷା ଫି’ ପୂର୍ବରୁ ୫୦ ଟଙ୍କା ରହିଥିଲା ତାହାକୁ ବୃଦ୍ଧି କରାଯାଇ ୧୨୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଯେଉଁ ପରୀକ୍ଷା ଫି’ ୭୫୦ ଟଙ୍କା ରହିଥିଲା ଚଳିତବର୍ଷ ତାହାକୁ ୧୫ଶହ ଟଙ୍କା କରାଯାଇଛି। ସିବିଏସ୍‌ଇ ପକ୍ଷରୁ ଏଭଳି ଫି’ ଧାର୍ଯ୍ୟ କରାଯାଇ ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କ ଉପରେ ବୋଝ ଲଦି ଦିଆଯାଇଛି। ତେଣୁ ଏଭଳି ବର୍ଦ୍ଧିତ ଫି’କୁ ଅଦାଲତ ରଦ୍ଦ କରାଯିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା। ପୂର୍ବରୁ ଅଭିଭାବକ ମହାସଂଘ ପକ୍ଷରୁ ଏ ନେଇ ସିବିଏସ୍‌ଇକୁ ରିପ୍ରେଜେଣ୍ଟେଶନ୍‌ ଦିଆଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରି ନ ଥିଲେ। ଫଳରେ ଅଭିଭାବକ ମହାସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।


All Right Reserved By Dharitri.Com

ନନ୍ଦନକାନନ ଆସିଲା ଆନାକୋଣ୍ଡା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ନନ୍ଦନକାନନକୁ ମଙ୍ଗଳବାର ପୁଣି ନୂତନ ଅତିଥି ଆସିଛନ୍ତି। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନ ଆସିଛି...

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷିତ: ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୩୦ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମିହିର ଦାସଙ୍କୁ...

ରୁପାଲି ରୁପ୍ରାଞ୍ଜିତା ମୃତ୍ୟୁ ରହସ୍ୟ: ହଷ୍ଟେଲରୁ ଚିଠି ଜବତ କଲା ପୋଲିସ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ସାଲିଆସାହି ନିକଟ ସରକାରୀ ପଲିଟେକ୍‌ନିକ କଲେଜ ହଷ୍ଟେଲରେ ବୁଧବାର ଛାତ୍ରୀ ରୁପାଲି ରୁପ୍ରାଞ୍ଜିତା ଦାସ(୧୮) ଆତ୍ମହତ୍ୟା କରିଥିଲେ। ପୋଲିସ ଆତ୍ମହତ୍ୟାର ରହସ୍ୟ...

ଛାତରୁ ପଡ଼ି ରୋଷେୟା ମୃତ: ପୋଲିସର ତଦନ୍ତ ଆରମ୍ଭ

କଟକ ରୋଡ଼, ୫।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଜଣେ ରୋଷେୟାଙ୍କର ଗୁରୁବାର ବିଳମ୍ବିତ ରାତିରେ ଛାତରୁ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସେ ହେଲେ କଟକ...

ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ପର୍ବର ମାନ୍ୟତା ଦେବାକୁ ଦାବି: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରାଯିବା ପରେ ଏବେ ଏହାକୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦେବାକୁ ରାଜ୍ୟ ସରକାର ଦାବି...

ପଡିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ...

ଶ୍ରୀଲିଙ୍ଗରାଜ ମନ୍ଦିର ଉଚ୍ଛେଦ ପ୍ରସଙ୍ଗ: ଜବରଦଖଲରେ ପାର୍ଶ୍ୱ ଦେବଦେବୀ ପୀଠ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦକୁ ସବୁ ମହଲରୁ ସ୍ବାଗତ କରାଯାଉଛି। ହେଲେ ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ଅନ୍ୟ ପାର୍ଶ୍ୱ...

ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର...

Leave a comment

Your email address will not be published. Required fields are marked *