Posted inଜାତୀୟ

ଯୁଦ୍ଧ ବେଳେ ଯବାନଙ୍କୁ ସାହାଯ୍ୟ କରିବ ‘ଆଇରନ୍‌ ମ୍ୟାନ’ ସୁଟ୍‌

ବାରାଣସୀ,୧୯।୧୧: ଉତ୍ତର ପ୍ରଦେଶ ବାରାଣସୀର ଯୁବକ ଅଶୋକ ଚୌରାସିଆ ଏମିତି ଏକ ସୁଟ୍‌ ତିଆରି କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବାରାଣସୀର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଅଶୋକ ଏବେ ଯୁଦ୍ଧ ବେଳେ ଯବାନମାନଙ୍କୁ ସୁରକ୍ଷା ଦେବାଭଳି ଏକ ‘ଆଇରନ୍‌ ମ୍ୟାନ’ ସୁଟ୍‌ ତିଆରି କରିଛନ୍ତି। ସେ କହିଛନ୍ତି ଉକ୍ତ ସୁଟ୍‌ ଏନ୍‌କାଉଣ୍ଟର ସମୟରେ ଅବା ଯୁଦ୍ଧ ସମୟରେ ଶତ୍ରୁଙ୍କୁ ସାମ୍ନା କରିବା ବେଳେ ଯବାନଙ୍କୁ ସୁରକ୍ଷା ଦେବ। ଏଥିରେ ଗିୟର ଓ ମୋଟର ଲାଗିବା ସହ ଏହା ମୋବାଇଲ ସହ ସଂଯୁକ୍ତ ଅଛି। ଫଳରେ ଏହାକୁ ରିମୋଟରେ ଚଳାଇ ହେବ। ଏମିତିକି ଏଥିରେ ଥିବା ସେନ୍‌ସର୍‌ ପଛରୁ ଆକ୍ରମଣ ଉଦ୍ୟମ କରୁଥିବା ଶତ୍ରୁ ସମ୍ପର୍କରେ ସୂଚନା ଦେବ ବୋଲି ଅଶୋକ କହିଛନ୍ତି। ଟିଣରେ ତିଆରି ହୋଇଥିବା ଏହି ସୁଟ୍‌ ‘ଜୁଗାଡ’ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଉନ୍ନତ କରି ତିଆରି କରିବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

କରୋନା ଆତଙ୍କ: ଚାଇନାକୁ ମୋଦିଙ୍କ ଆଶ୍ୱାସନା, ଭାରତ ସହଯୋଗ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୯।୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୮୧୧ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

୫ ପଡ଼ୋଶୀ ରାଷ୍ଟ୍ରକୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବ୍ୟତୀତ ଅନ୍ୟ ୫ଟି ପଡୋଶୀ ଦେଶର ୭ ଜଣ ନେତାଙ୍କୁ ଫୋନ୍‌ ଯୋଗେ ଅଭିନନ୍ଦନ ଜଣାଇଛନ୍ତି।...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀ-ଗୁଜରାଟରେ ଆଲର୍ଟ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ଓ ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଗୁପ୍ତ ସୂଚନା ମିଳିବାପରେ ଏଠାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌, ହିଜିବୁଲ୍‌ ମୁଜାହିଦ୍ଦିନ୍‌...

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ...

ଗଗନୟାନ ମିଶନ: ବ୍ୟୋମମିତ୍ରା ମାନବ ରୋବୋର ଭିଡ଼ିଓ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୨।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ମାନବ ରୋବୋ ବ୍ୟୋମମିତ୍ରାକୁ...

୧୪ମାସର ଶିଶୁ କରୋନା ପଜିଟିଭ୍‌

ଅହମଦାବାଦ,୬।୪: ଗୁଜରାଟ ଜାମନଗର ଜିଲାର ଦରେଡ ଗଁାରେ ଜଣେ ୧୪ମାସର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଜାମନଗରରେ କରୋନା ଭାଇରସ୍‌ ସଂକ୍ରମଣର ଏହା...

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ କରୋନା ତା’ର ଉପସ୍ଥିତି ଜାହିର କରିଛି। ଏଠାରେ ଏକାଥରକେ ୧୩ ଜଣ କରୋନାରେ ପୀଡ଼ିତ ଥିବା...

ମୁମ୍ବାଇ ଭିଓ୍ବଣ୍ଡିରେ ଶିଳ୍ପ କେନ୍ଦ୍ର ଭଙ୍ଗା ଯୋଜନା: ୨୦ ଲକ୍ଷରୁ ଅଧିକ ବେରୋଜଗାର ହେବା ଆଶଙ୍କା

ମୁମ୍ବାଇ,୨୭।୧୧: ମୁମ୍ବାଇ ଭିଓ୍ବାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ କେନ୍ଦ୍ରକୁ ଭଙ୍ଗାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ...

Leave a comment

Your email address will not be published. Required fields are marked *