Posted inଜାତୀୟ

୩ ମାସରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ, ୧୯ା୧୧(ପି.ଟି.) ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଚଳିତବର୍ଷ ଗତ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ୭ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ୩ ଜଣଙ୍କ ପ୍ରାଣ ମଧ୍ୟ ହରାଇଛନ୍ତି। ସୋମବାର ଏନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୃହରେ ଏହି ତଥ୍ୟ ରଖିଛନ୍ତି। ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଗତ ୩ ମାସ ମଧ୍ୟରେ ଏଭଳି ୭୯ଟି ଘଟଣା ଘଟିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ ପ୍ରକାଶ କରିଛନ୍ତି। ବାରମ୍ବାର ପାକ୍‌ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏହାକୁ ଦୃଢ଼ହସ୍ତରେ ଦମନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି। ସୀମାରେ ସତର୍କ ଦୃଷ୍ଟି ରଖାଯାଇଥିବା ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଲେ ରବିଶଙ୍କର

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲିଧରଙ୍କ ରାତି ଅଧିଆ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର...

୬ ଦିନ ମଧ୍ୟରେ ଦ୍ୱିତୀୟଥର କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ

ବିଶାଖାପାଟନମ,୨୪।୧: ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ମାତ୍ର ୬ ଦିନ ମଧ୍ୟରେ ଦ୍ୱିତୀୟଥର ଭାରତ କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି।...

ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା...

ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ...

କଂଗ୍ରେସ ବିଜୟକୁ ହଜମ କି ପରାଜୟକୁ ସ୍ବୀକାର କରିପାରୁ ନାହିଁ: ମୋଦି

ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୪।୫: କରୋନା ମହାସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ କୁକର୍ମରୁ ବାଦ ପଡ଼ୁନି। କେତେବେଳେ ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତ ଆଉ...

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ...

ଭାରତୀୟ ସମ୍ବିଧାନ ୭୦ ବର୍ଷରେ: ପ୍ରସ୍ତୁତି ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ୧୮ ଦିନ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୦ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ...

Leave a comment

Your email address will not be published. Required fields are marked *