Posted inଜାତୀୟ

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଦେଖିବାକୁ ମିଳିଛି ବଲମଗଢ଼ ଆଦର୍ଶ ନଗର ଥାନାରେ। ଥାନାର ପରିସରରେ ୫ ପୋଲିସ କର୍ମୀ ଥିବା ବେଳେ ମଝିରେ ଅସହାୟ ମହିଳା ଥିବା ଭିଡିଓରେ ଦେଖିବାକୁ ମିଳିଛି। କିଏ ଚେୟାରରେ ବସିଛି ତ କିଏ ଭିଡିଓ କରୁଛି ଆଉ ୨ଜଣ ମଝିରେ ଠିଆ ହୋଇ ଅସହାୟ ମହିଳାଙ୍କୁ ଜେରା କରିବା ସହ ବେଲଟ୍‌ରେ ନିସ୍ତୁକ ମାଡ଼ ମାରୁଛନ୍ତି। ଏହି ଭିଡିଓଟି ୨୦୧୮ର ହୋଇଥିବା ବେଳେ ରବିବାର ରାତିରେ ଏହା ଭାଇରାଲ ହୋଇଛି। ଭାଇରାଲ ହେବା ପରେ ମାମଲାର ଯାଞ୍ଚ କରାଯାଇ ୫ ପୋଲିସକର୍ମୀଙ୍କ ନଁାରେ ମାମଲା ରୁଜୁ କରାଯାଇଛି। ଏଥିସହ ୨ଜଣ ହେଡ କନେଷ୍ଟବଳଙ୍କୁ ନିଲମ୍ବିତ ଓ ୩ ଏସ୍‌ପିଓଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।


All Right Reserved By Dharitri.Com

ଅବସର ନେଲେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନାରେ ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ବତ ଅବସର ନେଇଛନ୍ତି। କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ବାର ମେମୋରିଆଲ...

ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ଗିରଫ

ନୂଆଦିଲ୍ଲୀ,୨୦।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ମଙ୍ଗଳବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ୩୫୪ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି...

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା...

ଦେଶ ସାରା ଏନ୍‌ଏଆର୍‌ସି ଲାଗୁ ପାଇଁ ଏବେ ନାହିଁ ଯୋଜନା: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୨: ଦେଶ ସାରା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଏଆର୍‌ସି) ଲାଗୁ କରିବା ପାଇଁ ଏବେ ଯୋଜନା ନାହିଁ। ଏନେଇ ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ...

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

ଭୋପାଳ,୨୪।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ...

Leave a comment

Your email address will not be published. Required fields are marked *