ବିବାହ ପାଇଁ ରାଜି ହେଲେନି ପ୍ରେମିକ: ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ବାଲିକୁଦା,୧୯ା୧୧(ସ୍ବ.ପ୍ର.): ଚାରି ବର୍ଷର ଭଲ ପାଇବା ପରେ ବି ପ୍ରେମିକ ବିବାହ କରିବାକୁ ମନାକଲେ। ଫଳରେ ପ୍ରେମିକା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏହିପରି ଘଟଣା ଘଟିଛି।
ସୂଚନାରୁ ଜଣାଯାଇଛି, ଥାନା ଅନ୍ତର୍ଗତ ବଡ଼ଗଁା ପଞ୍ଚାୟତର ତପନ ବିଶ୍ୱାଳ ଅନନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରି ବର୍ଷ ହେବ ପ୍ରେମ କରି ଆସୁଥିଲେ। ଫଳରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ତେଣୁ ବିବାହ ସମ୍ପର୍କରେ ଆଲୋଚନା ପାଇଁ ତପନ ଯୁବତୀଙ୍କ ସହ ତାଙ୍କ ଘରକୁ ରବିବାର ଆସିଥିଲେ। ଯେଉଁଠି ଯୁବତୀଙ୍କ ଘର ପଡ଼ିଥିଲା ସେଠି ତପନ ବାଇକ୍‌ ରୋକିଥିଲେ। ଯୁବତୀ ବାଇକ୍‌ରୁ ଓହ୍ଲାଇ ପଡ଼ିବା ପରେ ତପନ ଚାଲିଯିବାକୁ ଉଦ୍ୟମ କରିଥିଲେ। ହେଲେ ଯୁବତୀ ତାଙ୍କୁ ଛାଡ଼ି ନ ଥିଲେ। ଏହାପରେ ଉଭୟ ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ କେତେଜଣ ଭଦ୍ର ଲୋକଙ୍କୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ଭଦ୍ରଲୋକଙ୍କ ନିଷ୍ପତ୍ତି ମୁତାବକ ସୋମବାର ସେମାନଙ୍କ ବିବାହ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ହେବାର ଥିଲା। ମାତ୍ର ତପନଙ୍କ ପରିବାର ପକ୍ଷରୁ ୩ ଲକ୍ଷ ଟଙ୍କାର ଯୌତୁକ ଦାବି କରାଯାଇଥିଲା। ହେଲେ ଏଥିରେ ଯୁବତୀଙ୍କ ପରିବାର ରାଜି ହୋଇ ନ ଥିଲେ। ସେମାନେ କହିଥିଲେ, ଆମେ ଗରିବ ଲୋକ ଏତେ ଟଙ୍କା ଦେଇ ପାରିବୁ ନାହିଁ। ୫୦ ହଜାର ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ। ଏଥିରେ ତପନଙ୍କ ପରିବାର ରାଜି ହୋଇ ନ ଥିଲେ। ତେଣୁ ରେଜେଷ୍ଟ୍ରି ବିବାହ କାର୍ଯ୍ୟ ସାରି ଦିଅ, ସମୟ ସୁବିଧା ଦେଖି ଅବଶିଷ୍ଟ ଟଙ୍କା ଦେବାକୁ ଚେଷ୍ଟା କରିବି ବୋଲି ଯୁବତୀଙ୍କ ବାପା ପ୍ରସ୍ତାବ ରଖିଥିଲେ। ପରେ ତପନଙ୍କ ପରିବାର ବିବାହ କାର୍ଯ୍ୟ କରିବାକୁ ସହମତି ପ୍ରଦାନ କରିଥିଲେ। ଏହି ଆଲୋଚନା ଚାଲିଥିବାବେଳେ ତପନ ଯାଇ ଯୁବତୀଙ୍କ ଘର ଲୋକେ ମୋତେ ଡାକି ମାଡ ମରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ। ଫଳରେ ବିବାହ କାର୍ଯ୍ୟ ହୋଇ ପାରି ନ ଥିଲା। ଯୁବତୀ ଏକଥା ଜାଣିବା ପରେ ଥାନାକୁ ଆସି ସବୁ କଥା କହିବା ସହିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


All Right Reserved By Dharitri.Com

ଦକ୍ଷିଣକାଳୀ ମନ୍ଦିରରୁ ମା’ଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ମହାକାଳପଡ଼ା,୧୮।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଜଗରିଯୋର ହାଟଠାରେ ଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି...

ନିଶା ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ବ୍ରହ୍ମପୁର ଅଫିସ , ୨୮ା୭-ଟିଉସନରୁ ଘରକୁ ଫେରୁଥିବା ବେଳେ ଶନିବାର ରାତି ପ୍ରାୟ ୯ରେ ଜଣେ ଛାତ୍ରଙ୍କୁ ନିଶାଦେଇ ଅପହରଣ ଉଦ୍ୟମ କରାଯାଇଛି। ଛାତ୍ର ଜଣଙ୍କ...

ଜୁଆ ଆଡ୍ଡାରେ ଚଢାଉ: ୮ କୋର୍ଟଚାଲାଣ

ସୁନ୍ଦରଗଡ଼,୨୪।୧୧(ଡି.ଏନ୍‌ଏ.): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଲିଆ ଚକ୍ରାମାଲ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ଚଢାଉ କରଛି। ଏଥିରେ ସମ୍ପୃକ୍ତ ୮...

ନବବଧୂଙ୍କୁ ହତ୍ୟା ଅଭିଯୋଗ

ପାପଡାହାଣ୍ଡି,୧୨।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗ୍ରାମରେ ନବବଧୂ ମେନକା ସୌରାଙ୍କୁ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି ।...

ଘରେ ପଶିଲା ବର୍ଷାପାଣି, ତଳିଆ ଅଞ୍ଚଳ ଜଳମଗ୍ନ

ପୁରୀ ଅଫିସ, ୨୪ା୧୦:ଲଘୁଚାପଜନିତ ଲଗାଣ ବର୍ଷାରେ ପୁରୀ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବଡ଼ଦାଣ୍ଡ ସମେତ ଅନେକ ସାହିଗଳି ରାସ୍ତାରେ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଘରେ ପଶିଲା ପାଣି

କର୍ଲାମୁଣ୍ଡା,୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଫଳରେ କର୍ଲାମୁଣ୍ଡା ବ୍ଲକ ସଦର ବ୍ଲକ ନିୟୁ କଲୋନୀ ପଛପଟେ...

ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ମାର୍ଶାଘାଇ,୨୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫ ନଂ.(କ) ଜାତୀୟ ରାଜପଥର ବାଲିସୁଆଁ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା...

Leave a comment

Your email address will not be published. Required fields are marked *