ଏଇ ଭାରତରେ

ପବିତ୍ର ଧର୍ମଗ୍ରନ୍ଥ କୋରାନ ସହ ତିନି ପିଢି ହେବ ଭଗବତ୍‌ ଗୀତାକୁ ସାଇତି ରଖିଛନ୍ତି ଏକ ମୁସଲମାନ ପରିବାର। କେବଳ ଏତିକି ନୁହେଁ ତାହାକୁ ପଢୁଛନ୍ତି ଓ ଗୀତାର ଦର୍ଶନ ତାଙ୍କୁ ଜୀବନର ରାସ୍ତା ଦେଖାଉଛି ବୋଲି କହିଛନ୍ତି ଅନିଶ ଅନଓ୍ବାର। ମଧ୍ୟପ୍ରଦେଶର ରତଜାମ ଜିଲା ଅନ୍ତର୍ଗତ ଜାବରାରେ ସପରିବାର ରୁହନ୍ତି ଅନିଶ। ତାଙ୍କ ବୟସ ୫୭। ସେ ଜଣେ ଠିକାଦାର। ତାଙ୍କ ଘରେ ୧୨୧ ବର୍ଷ ହେବ ଊର୍ଦ୍ଦୁ ଲିଖିତ ଭଗବତ୍‌ ଗୀତାର ବାଣୀ ଶୁଣିବାକୁ ମିଳୁଛି। ଅନିଶ ତାଙ୍କ ବନ୍ଧୁ କିଶୋର ଶାକଲ୍ୟଙ୍କ ସହ ଗୀତା ପଢନ୍ତି। ମଥୁରାର ପଣ୍ଡିତ ଜାନକୀନାଥ ମଦନ ଦେହଲ୍‌ଭି ମୂଳ ସଂସ୍କୃତରୁ ଏହାକୁ ୧୫ ମାର୍ଚ୍ଚ ୧୮୯୮ରେ ଉର୍ଦ୍ଦୁରେ ଅନୁବାଦ କରିଥିଲେ। ପଣ୍ଡିତ ରାମାୟଣ ଭାର୍ଗବଙ୍କ ଦ୍ୱାରା ଏହା ମଥୁରା ପ୍ରେସ୍‌ରେ ପ୍ରକାଶିତ ହୋଇଥିଲା। ଏଥିରେ ଗୀତାର ୧୮ଟି ଅଧ୍ୟାୟର ସମସ୍ତ ଶ୍ଳୋକକୁ ୨୩୦ ପୃଷ୍ଠାରେ ଉର୍ଦ୍ଦୁରେ ବ୍ୟାଖ୍ୟା କରାଯାଇଛି। ପ୍ରକାଶନ ସମୟରେ ଏହାର ମୂଲ୍ୟ ୬ ପଇସା ଥିଲା। ଉର୍ଦ୍ଦୁରେ ପ୍ରକାଶିତ ଗୀତାର ପୃଷ୍ଠା ୪୧ରେ ପ୍ରକାଶିତ ଶ୍ଳୋକ ପଢି ଅନିଶ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଏହା ତାଙ୍କ ଜୀବନକୁ ପଥ ଦେଖାଇଛି ବୋଲି ସେ କୁହନ୍ତି। ଏହିି ଶ୍ଳେକର ଅର୍ଥ ହେଉଛି, ଯେଉଁ ମନୁଷ୍ୟକୁ ସ୍ପର୍ଶ ମାତ୍ରକେ କିଛି ପ୍ରଭାବ ପଡେନାହିଁ ଏବଂ ସୁଖ ଓ ଦୁଃଖରେ ସମାନ ସ୍ଥିତିରେ ରହେ, ସେ ଅମର ହୋଇଯାଏ। ଅନିଶ ଓ ତାଙ୍କ ପରିବାରର ଏଭଳି ମହତ୍‌ ଚିନ୍ତାଧାରା ଭାଇଚାରା ଓ ସର୍ବଧର୍ମ ସମନ୍ବୟର ପ୍ରତୀକ ସାଜିଛି।


All Right Reserved By Dharitri.Com

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ...

ଏଇ ଭାରତରେ

ଗରିବଙ୍କ ସେବା କୌଣସି ପୂଜାଠାରୁ ବି ଅଧିକ। ଏମିତି ଭାବନା ନେଇ ଧାନବାଦର କେତେଜଣ ଯୁବକ ପ୍ରତିମାସରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ...

ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ

ହରିଶ୍ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ...

ବିଲୟ ପଥେ ବିଏସ୍‌ଏନ୍‌ଏଲ୍‌

ଜନାର୍ଦ୍ଦନ ପତି ଆମ ଦେଶରେ ଯେତେ ଟେଲିଫୋନ କମ୍ପାନୀ ଟେଲି ଯୋଗାଯୋଗ ବ୍ୟବସାୟ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ବା ବିଏସ୍‌ଏନ୍‌ଏଲ୍‌...

ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି।...

କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ...

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ...

ସାଂଘାତିକ ଝଟକା

ଆକାର ପଟେଲ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ଅବନ୍ନତି ଘଟୁଛି। ପୂର୍ବରୁ ଦେଶକୁ ମଧ୍ୟ ଏଭଳି ଝଟକା ଲାଗିଥିଲା। ସେତେବେଳେ...

Leave a comment

Your email address will not be published. Required fields are marked *