Posted inଖେଳ

ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟର ବାସନ୍ଦ

ସିଡ୍‌ନୀ,୧୮।୧୧- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ) ଦଳ ହବର୍ଟ ହିରକେନ୍ସ ଖେଳାଳି ଏମିଲି ସ୍ମିଥଙ୍କୁ ଏକ ବର୍ଷ ଲାଗି ବାସନ୍ଦ କରିଛି। ଅଫିସିଆଲ ଭାବେ ଏକ ଡବ୍ଲ୍ୟୁବିବିଏଲ ମ୍ୟାଚ୍‌ ଲାଗି ଦଳୀୟ ଲାଇନଅଫ୍‌ ପ୍ରକାଶ ପାଇବା ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଦେଇଥିଲେ। ଏହା ଦ୍ୱାରା ସେ ନିୟମ ଭଙ୍ଗ କରିଛନ୍ତି। ବାସନ୍ଦାଦେଶ ଯୋଗୁ ସେ ଡବ୍ଲ୍ୟୁବିବିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଜାତୀୟ ମହିଳା ଲିଗ୍‌ ପ୍ରତିଯୋଗିତାରେ ଖେଳିପାରିବେ ନାହିଁ। ୨୪ ବର୍ଷୀୟା ଉଇକେଟକିପର ବ୍ୟାଟ୍ସଓମ୍ୟାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ ନ କରିଥିଲେ ମଧ୍ୟ ୪୩ ଡବ୍ଲ୍ୟୁବିବିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଗତ ୨ ତାରିଖରେ ସିଡ୍‌ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହରିକେନ ଟିମ୍‌ ଲାଇନଅଫ୍‌ ପୋଷ୍ଟ କରିଥିଲେ। ଏହାର ଏକ ଘଣ୍ଟା ପରେ ଅଫିସିଆଲ ରିଲିଜ ହୋଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ଆଣ୍ଟି କରପଶନ ଧାରା ୨.୩.୨ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଆଗରେ (ଲାଭ ପାଇଁ ହେଉ କିମ୍ବା ନ ହେଉ) ଜାଣତରେ କିମ୍ବା ଅଜାଣତରେ ଦଳୀୟ ତଥ୍ୟ ପ୍ରକାଶ କରିବା ଦଣ୍ଡନୀୟ। ଏହା ବେଟିଂରେ ବ୍ୟବହାର ହୋଇପାରିଥାନ୍ତା।


All Right Reserved By Dharitri.Com

Posted inଖେଳ View All

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା...

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ, ୨୬ା୩ (ପି.ଟି.)-କୋଭିଡ୍‌-୧୯ ଭୟ ଯୋଗୁ ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ କି ନା ସେ କଳ୍ପନା...

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌...

ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌; ଟପ୍‌ ୧୦ରେ ୩ ଭାରତୀୟ

ଦୁବାଇ,୩।୨(ପି.ଟି.)- ଭାରତୀୟ ଓପନର ଲୋକେଶ ରାହୁଲ ଟି୨୦ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏହା ଦର୍ଶାଇଛି ସୋମବାର ପ୍ରକାଶ ପାଇଥିବା ଆଇସିସି ଟି୨୦...

ଟୋକିଓରେ ଟପ୍‌-୪ ସମ୍ଭବ: ମନପ୍ରୀତ

ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି)- ୨୦୧୮ ପୁରୁଷ ହକି ବିଶ୍ୱକପର ନୈରାଶ୍ୟକୁ ଭୁଲି ଭାରତୀୟ ହକି ଦଳ ଏବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ...

ଅତିରିକ୍ତ ୭୫ ଲକ୍ଷ ଟଙ୍କା ସହାୟତା ଦେଲା ହକି ଇଣ୍ଡିଆ; ଅନିର୍ବାଣ ଲାହିରୀ ଦେଲେ ୭ଲକ୍ଷ

ନୂଆଦିଲ୍ଲୀ, ୪/୪: କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ପୁଣି ଥରେ ସହାୟତା ର ହାତ ବଢ଼ାଇଛି। ହକି ଇଣ୍ଡିଆ ଶନିବାର ଆଉ ୭୫...

ଧୋନୀଙ୍କ ସମର୍ଥନରେ ବାହାରିଲେ ଭାରତୀୟ ଦଳର ବ୍ୟାଟିଂ କୋଚ

ବର୍ମିଂହମ, ୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ନେଇ ଚାଲିଥିବା ଆଲୋଚନାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ବ୍ୟାଟିଂ...

ପବ୍‌ଜୀ ମୋବାଇଲ କପ୍‌ ଓପନ: ବିଜେତାଙ୍କୁ ମିଳିବ ୧.୨୮ କୋଟି

କୁଆଲଲାମ୍ପୁର,୨୯।୧୧- ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପବଜୀ ମୋବାଇଲ କ୍ଲବ ଓପନ ଫଲ ସ୍ପିଲ୍ଟର ଫାଇନାଲ ଆରମ୍ଭ ହେବାକୁ ଯାଉଛି। ଏବେ ୧.୨୮ କୋଟି...

Leave a comment

Your email address will not be published. Required fields are marked *