ମାଡିଗଲା ଡମ୍ପର: କ୍ରଶର ପରିସରରେ କାର୍ଯ୍ୟରତ କର୍ମଚାରୀ ମୃତ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁରସ୍ଥିତ ସାଇ କ୍ରଶରରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଏକ ଡମ୍ପର ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଁରିଆବାଡ଼ ପଞ୍ଚାୟତ ଜଡ଼ିବାଲି ଗ୍ରାମର ରଜତ ବାରିକ(୪୨) ।
ଏହି କ୍ରଶରରେ ରଜତ ୨୦ବର୍ଷ ହେଲା ଚାକିରି କରି ଆସୁଥିଲେ। ସୋମବାର ପୂର୍ବାହ୍ନ ୧୦ଟାରେ ମଧ୍ୟ ସେ ଉକ୍ତ କ୍ରଶରକୁ ଯାଇଥିଲେ। ଏକ ଡମ୍ପର (ନଂ. ଓଆର୍‌୧୬ଡ଼ି-୩୫୧୫) ଚିପ୍‌ସ ଆଣିବାକୁ ଯାଇଥିଲା। ରଜତ ସେଠାରେ ଠିଆ ହୋଇଥିଲେ। ଡମ୍ପର ଡ୍ରାଇଭର ଗାଡି ପଛକୁ ଆଣୁଥିବା ବେଳେ ଅସାବଧାନତାବଶତଃ ରଜତଙ୍କ ଉପରେ ତାହା ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ କର୍ମଚାରୀମାନେ ରଜତଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମେଡ଼ିକାଲରେ ପହଞ୍ଚତ୍ ଦୁଃଖରେ ଭାଙ୍ଗିପଡିଥିଲେ। କ୍ରଶର ମାଲିକ ସୁଧାସିନ୍ଧୁ ପଣ୍ଡା ପହଞ୍ଚତ୍ ସମବେଦନା ଜଣାଇବା ସହ ସମସ୍ତ ପ୍ରାପ୍ୟ ପ୍ରଦାନ କରିବେ ବୋଲି ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ପହଞ୍ଚତ୍ ଡମ୍ପରକୁ ଜବତ କରି ଏକ ମାମଲା (ନଂ. ୨୯୬/୧୯) ରୁଜୁ କରିଛି। ଶବ ବ୍ୟବଚ୍ଛେଦ କରାଯାଇ ଘଟଣାର ତଦନ୍ତ ଜାରି କରାଯାଉଛି। ରଜତଙ୍କର ୧୪ ବର୍ଷର ପୁଅ ଅଛନ୍ତି।


All Right Reserved By Dharitri.Com

ଭାଲୁ ଆକ୍ରମଣରେ ୫ ଆହତ

ଠାକୁରମୁଣ୍ଡା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ...

ଫନୀ ପରେ ତାତି ଭୟ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଫନୀ ପରେ ଏବେ ଖରା ତାତି ଭୟ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଗରମରେ ସିଝୁଛନ୍ତି ଲୋକେ।...

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ...

କରୋନା ଲାଗି ୧୪୪ ଧାରା: ବ୍ରହ୍ମପୁରରେ ଶପିଂ ମଲ, ମାର୍କେଟ କମ୍ପ୍ଲେକ୍ସ ବନ୍ଦ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୧୬।୩: କରୋନା ସଂକ୍ରମଣକୁ ରୋକିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। ଜନଗହଳିକୁ ଏଡ଼ାଇବା ପାଇଁ ସୋମବାର ଜିଲା...

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା...

ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା: ମାଲ୍‌ ବୋଝେଇ ଟ୍ରକ୍‌ରେ ଯାଉଛନ୍ତି ଶ୍ରମିକ

କଟକ ଅଫିସ,୧୭ା୫-ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରୁଥିବା ପ୍ରବାସୀ ତଥା ଅତିଥି ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ବସ୍‌ ସେବା ଯୋଗାଇବା ପାଇଁ...

ବୃକ୍ଷ ପ୍ରତି ସମର୍ପିତ ଅନିଲ

ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ...

Leave a comment

Your email address will not be published. Required fields are marked *