Posted inUncategorized

ମନ୍ତ୍ରିମଣ୍ଡଳ ସହ ବିଜେଡିକୁ ଘାରିଛି ସଙ୍ଗଠନ ଚିନ୍ତା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ଥର ସରକାର ଗଢ଼ିବାକୁ ଯାଉଛି। ରାତି ପାହିଲେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ଦେବେ ଅଥବା ନ ଦେବେ, ସେ ଚିନ୍ତା ବିଜେଡି ସଭାପତିଙ୍କୁ ଘାରିଛି। ଅନୁରୂପ ଭାବେ ଆଗାମୀ ଦିନରେ ରାଜନୈତିକ ଚ୍ୟାଲେଞ୍ଜ ପାଇଁ କାହାକୁ ସଙ୍ଗଠନ ଦାୟିତ୍ୱ ପ୍ରଦାନ କରିବେ, ତାହା ମଧ୍ୟ ଚିନ୍ତାର କାରଣ ହୋଇଛି। ୨୦୧୭ରେ ସାଙ୍ଗଠନିକ ବ୍ୟାପାରକୁ ସୁଦୃଢ଼ କରିବା ପାଇଁ କେତେକ ମନ୍ତ୍ରୀଙ୍କୁ ଅପସାରଣ କରାଯାଇଥିଲା। ଅନୁରୂପଭାବେ କେତେକ ବରିଷ୍ଠଙ୍କୁ ମନ୍ତ୍ରୀପଦ ଦେଇ ସମ୍ମାନିତ କରାଯାଇଥିଲା। ହେଲେ ଦଳ ସେମାନଙ୍କଠାରୁ କରିଥିବା ଆଶା ଲୋକ ସଭା ଫଳାଫଳରେ ଦେଖିବାକୁ ମିଳିନାହିଁ। ତେଣୁ ସଙ୍ଗଠନ ଏବଂ ମନ୍ତ୍ରିମଣ୍ଡଳରେ କିପରି ସମନ୍ବୟ ଅଣାଯିବ, ତାହା ବିଜେଡି ଶୀର୍ଷ ନେତୃତ୍ୱର ଚିନ୍ତାର କାରଣ ହୋଇଛି।
କୋରାପୁଟ ଓ ମାଲକାନଗିରି ଜିଲାର ଦାୟିତ୍ୱ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଥିଲା। ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ୨୦୧୪ରେ ଦଳ ପାଖରେ ଥିବା କୋରାପୁଟ ଲୋକ ସଭା ଆସନ ହାତଛଡ଼ା ହୋଇଛି। ଅନେକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଜୟପୁର ଭଳି କେତେକ ଆସନ ବିଜେଡି ହାତେଇ ପାରିନାହିଁ। ତେଣୁ ମନ୍ତ୍ରିମଣ୍ଡଳ ଚୟନରେ ପ୍ରଣବଙ୍କ ପର୍ଯ୍ୟବେକ୍ଷକ ଭାବେ ପ୍ରଦର୍ଶନକୁ ମଧ୍ୟ ବିଚାର କରାଯାଇପାରେ। ସେହିପରି ମୟୂରଭଞ୍ଜ ଜିଲା ଦାୟିତ୍ୱ ଅରୁଣ ସାହୁଙ୍କ ମୁଣ୍ଡରେ ନ୍ୟସ୍ତ ଥିଲା। ବିଜାତଳା ଉପନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା। ହେଲେ ଅସଲ ପରୀକ୍ଷା ଲୋକ ସଭାରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ମୟୂରଭଞ୍ଜରେ ପଞ୍ଚାୟତ ନିର୍ବାଚନ ସ୍ଥିତି ସୁଧୁରିଥିଲେ ବି ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିବା ନେତୃତ୍ୱ ଅନୁଭବ କରୁଛି। ସେହିପରି ଗଜପତି ଜିଲା ଦାୟିତ୍ୱରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଦର୍ଶନକୁ ନେଇ ନେତୃତ୍ୱ ଖପ୍ପା ଥିବା ଜଣାପଡିଛି। ଜିଲାର କୌଣସି ଗୋଟିଏ ହେଲେ ବିଧାନସଭା ଆସନରେ ବିଜେଡି ଜିତି ନାହିଁ। ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗୀର ଜିଲା ଦାୟିତ୍ୱରେ ଥାଇ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ବଲାଙ୍ଗୀର ରାଜପରିବାର-ଅଣ ରାଜପରିବାର ନେତୃବର୍ଗଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଥିଲା, ଯାହାଦ୍ୱାରା ଲୋକ ସଭା ସମେତ ବଲାଙ୍ଗୀର, ଲୋଇସିଂହା ଏବଂ କଣ୍ଟାବାଞ୍ଜି ବିଧାନସଭା ସିଟ୍‌ ବିଜେଡି ହାତରୁ ଚାଲିଯାଇଛି। ତେଣୁ ସୂର୍ଯ୍ୟଙ୍କୁ ପୁନର୍ବାର ମନ୍ତ୍ରୀ କରିବା ପୂର୍ବରୁ ଏ କଥା ବିଚାର କରାଯାଉଛି ନା ନାହିଁ, ତାହା ଦେଖିବାକୁ ବାକି ରହିଲା। ବାଲେଶ୍ୱର ଦାୟିତ୍ୱ ଅତନୁ ସବ୍ୟସାଚୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅତନୁ ପୂର୍ଣ୍ଣରୂପେ ଜିଲା ସଭାପତି ରବୀନ୍ଦ୍ର ଜେନାଙ୍କ ଉପରେ ନିର୍ଭରଶୀଳ ହୋଇ ପଡିଥିଲେ। ଏକାଧିକ ବିଧାନସଭା ସହ ବାଲେଶ୍ୱର ଲୋକ ସଭା ଏବେ ଭାଜପା ଖାତାକୁ ଚାଲିଯାଇଛି। ବହୁଚର୍ଚ୍ଚିତ ବରଗଡ଼ ଜିଲା ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ମଲିକଙ୍କ ପ୍ରଦର୍ଶନକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେ ଦାୟିତ୍ୱରେ ଥିବା ଅଞ୍ଚଳର ସବୁ ବିଧାନସଭା ଆସନରେ ବିଜେଡି ଜିତିଥିବା ବେଳେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଲୋକ ସଭା ଆସନରେ ହାରିଛନ୍ତି। ସଞ୍ଜୟ ଦାସବର୍ମା ରାୟଗଡା ଓ ନବରଙ୍ଗପୁର ଦାୟିତ୍ୱରେ ରହିଥିଲେ। ନବରଙ୍ଗପୁର ଲୋକ ସଭାରେ ପୂର୍ବାପେକ୍ଷା ବିଜେଡି ସାମାନ୍ୟ ଭଲ ପ୍ରଦର୍ଶନ କରିଛି। ହେଲେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଧାନସଭାରେ ପରାସ୍ତ କରିଛନ୍ତି। ସଞ୍ଜୟ ନିର୍ବାଚନ ହାରିଯାଇଥିବାରୁ ତାଙ୍କୁ ବର୍ତ୍ତମାନ ମନ୍ତ୍ରୀ ପଦ ମିଳିବାର ନାହିଁ। ହେଲେ ତାଙ୍କୁ ଭବିଷ୍ୟତରେ ସଙ୍ଗଠନ ଦାୟିତ୍ୱ ମିଳୁଛି କି ନାହିଁ, ତା’ ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି। କଳାହାଣ୍ଡି ଏବଂ ନୂଆପଡା ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ନୁହେଁ। କଳାହାଣ୍ଡି ଲୋକ ସଭା ଏବଂ ଏହା ଅଧୀନ ବହୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ବିରୋଧୀଙ୍କ ହାତକୁ ଚାଲିଯାଇଛି। ସୁନ୍ଦରଗଡ଼ ବିଜେଡି ଦାୟିତ୍ୱରେ ଥିବା ପ୍ରଶାନ୍ତ ନନ୍ଦଙ୍କ ପୁତ୍ର ରିଷବ ନନ୍ଦ ଭାଜପା ପ୍ରାର୍ଥୀ ଭାବେ ବେଗୁନିଆ ଆସନରୁ ଲଢ଼ିଥିଲେ। ସୁନ୍ଦରଗଡ ଲୋକ ସଭାରେ ବିଜେଡି ପୂର୍ବାପେକ୍ଷା ଖରାପ ପ୍ରଦର୍ଶନ କରିବା ସହ ଏହା ଅଧୀନ ୫ ବିଧାନସଭା ବିରୋଧୀଙ୍କ ହାତକୁ ଯାଇଛି। ତେଣୁ ରାଜ୍ୟ ସଭା ଏମ୍‌ପି ଥିବା ପ୍ରଶାନ୍ତଙ୍କୁ ଭବିଷ୍ୟତରେ ସାଙ୍ଗଠନିକ ଦାୟିତ୍ୱରେ ରଖାଯାଉଛି ନା ଅପସାରଣ କରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଭାଜପା ୨୦୧୯ ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛି। ସର୍ବଭାରତୀୟସ୍ତରରେ ସହରାଞ୍ଚଳରେ ଭାଜପାର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେଣୁ କିଛିମାସ ପରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନକୁ ଆଖି ଆଗରେ ରଖି ସରକାର ଓ ସଙ୍ଗଠନ କିଭଳି ପ୍ରସ୍ତୁତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୮ ପ୍ରତିଶତରେ ଥିବା ଭାଜପା ୩୮ ପ୍ରତିଶତକୁ ପହଞ୍ଚିବା ବିଜେଡି ନେତୃତ୍ୱକୁ ଚିନ୍ତାରେ ପକାଇଥିବା ଏକାଧିକ ନିର୍ବାଚିତ ବିଧାୟକ, ଏମ୍‌ପି ନିଜ ନାମକୁ ଗୋପନ ରଖି ମତ ଦେଇଛନ୍ତି।


All Right Reserved By
Featured Video Play Icon

86 tigers dead in Thailand|ଥାଇଲାଣ୍ଡ ମନ୍ଦିରରୁ ଉଦ୍ଧାର ୮୬ ବାଘ ମୃତ

Wildlife authorities in Thailand have announced that 86 of the 147 tigers that were rescued during a 2016 crackdown...

ଆଜି ଘରୋଇ କଲେଜ ଅଧ୍ୟକ୍ଷଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟର ପ୍ରାୟ ୧ ହଜାର ଘରୋଇ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ବୁଧବାର ଭିଡିଓ...

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

ଲୁଇସିୟାନା, ୧୮।୪: ବଳାତ୍କାର ଅଭିଯୋଗରେ ଜଣେ ୭୧ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ସର୍ଭେ କାମ ଆରମ୍ଭ

ପୁରୀ ଅଫିସ, ୩୦।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ପ୍ରସଙ୍ଗରେ ସୋମବାର ସାମାଜିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ୫ଜଣ ନବ ନିଯୁକ୍ତ ଆଇଏସ୍‌...

ବଳାରଙ୍ଗ ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସୋନପୁର,୧୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବଳାରଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଉକ୍ତ...

ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ...

ବିଜେଡି ପାଇଁ ପ୍ରଚାର କଲେ ସନାତନ

ଚମ୍ପୁଆ, ୨୦ା୪ (ଡି.ଏନ.ଏ.): ବିଜେଡିକୁ ବିଜୟ କରିବାକୁ ଶନିବାର ଚମ୍ପୁଆ ଶିରପୁରଠାରେ ବିଧାୟକ ସନାତନ ମହାକୁଡ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ମୁଁ ବିଜେଡି ନୁହଁ...

ଜୀବନକାଳ ମଧ୍ୟରେ ପାଣି କି ବିଜୁଳି ପାଇଲେ ନାହିଁ ଆଦର୍ଶ ମତଦାତା

କୁଲ୍ଲୁ,୫।୮: ହିମାଚଳ ପ୍ରଦେଶର କୁଲୁ ଜିଲାରେ ଥିବା ଶାକ୍ଟି ମରେଡରେ ଆଜି ପର୍ଯ୍ୟନ୍ତ ବିଜୁଳି କି ପାନୀୟ ଜଳର ସୁବିଧା ନାହିଁ। ତେବେ ଗାଁର ବିକାଶକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *