Posted inଜାତୀୟ

ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କଂଗ୍ରେସ ବିଧାୟକଙ୍କୁ ଲହୁଲୁହାଣ କଲେ ଯୁବକ

ବେଙ୍ଗାଲୁରୁ,୧୮।୧୧:କର୍ନାଟକର ଜଣେ ବିଧାୟକଙ୍କ ଉପରକୁ ଛୁରିରେ ଆକ୍ରମଣ ହୋଇଛି। ନରସିହ୍ମାରାଜାର ବିଧାୟକ ତନବୀର ସୈତ୍‌ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଏଭଳି ଆକ୍ରମଣ ହୋଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ରବିବାର ରାତି ୧୧.୪୫ରେ ତନବୀର ବାଣୀ ମଣ୍ଡପରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଫରହାନ ନାମକ ଜଣେ ଯୁବକ ବିଧାୟକଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତାଙ୍କ ଛାତି ଏବଂ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି। ବିଧାୟକଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ହିଁ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ବୟସ ୨୦ ଏବଂ ଘର ଉଦୟପୁର ବୋଲି ପୋଲିସ କହିଛି। ସେ କେଉଁ କାରଣରୁ ଏଭଳି ଆକ୍ରମଣ କଲେ ତାହାର ଜଣାପଡିନାହିଁ।


All Right Reserved By Dharitri.Com

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ସେଓ ବଗିଚାରେ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ରକ୍ତକୁଖା ହୋଇପଡ଼ିଛି। ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ। ଏନେଇ...

ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୨।୮: ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି...

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି...

ଭାଜପାରେ ଯୋଗଦେଲେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ

ଲକ୍ଷ୍ନୌ,୯।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପରେ...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

ବିଦେଶୀ ଗଣମାଧ୍ୟମରେ କଶ୍ମୀର

ନୂଆଦିଲ୍ଲୀ,୨୭ା୮: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହା ପୂର୍ବରୁ ଶତାଧିକ ସ୍ଥାନୀୟ...

Leave a comment

Your email address will not be published. Required fields are marked *