ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ

କ.ନୂଆଗାଁ,୧୮ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ। ଯୋଗେଶ୍ୱର ଓ ତାଙ୍କ ସ୍ତ୍ରୀ ମାଳତୀ ଘର ବାରଣ୍ଡାରେ ବସିଥିଲେ। ନୋଜରା ପ୍ରଧାନଙ୍କ ସହ କେତେଜଣ ବ୍ୟକ୍ତି ଆସି ତାଙ୍କ ସହ ପାଟିତୁଣ୍ଡ ସହ ମାରପିଟ କରିଥିଲେ। ସେମାନେ ଯୋଗେଶ୍ୱରଙ୍କୁ ମାରି ତଳେ ପକାଇ ବେକ ଉପରେ ଠିଆ ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ମାଳତୀ ଚିତ୍କାର କରିବାରୁ ସାହିଲୋକ ରୁଣ୍ଡ ହୋଇଯାଇଥିଲେ। ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଯୋଗେଶ୍ୱରଙ୍କ ପୁଅ ସାରଙ୍ଗଗଡ଼ ଥାନାରେ ଅଭିଯୋଗ କରିଥିଲେ। ନଂ. ୭୯/୧୯ରେ ମାମଲା ରୁଜୁକରି ପୋଲିସ ମୃତଦେହ ଜବତ କରି ବାଲିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ନୋଜରା ପ୍ରଧାନଙ୍କୁ ଗିରଫ କରିଥିବା ଥାନାଅଧିକାରୀ ଅନୀତା କିଡ଼ୋ କହିଛନ୍ତି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।


All Right Reserved By Dharitri.Com

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ନୂଆପଡା ଅଫିସ/ବୋଡେନ,୧୨ା୮: ନୂଆପଡା ଜିଲା ବୋଡେନ ବ୍ଲକ ସଭାଗୃହରେ ବିଡିଓ ପୂର୍ଣ୍ଣ ନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ସ୍ବାଧୀନତା ଦିବସ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ...

ବଜ୍ରପାତରେ ଗୋରୁ ଚରାଳିଙ୍କ ସମେତ ୮ଗୋରୁ ମୃତ

ନାରାୟଣପାଟଣା, ୮।୧୦(ଡି.ଏନ୍‌.ଏ.)-ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ବାରି ଗାଁ ନିକଟ ମାଠିଆ ସାହି ଜଙ୍ଗଲରେ ବଜ୍ରପାତ ଘଟି ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ହୋଇଛି। ଏଥିରେ...

ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ...

ସ୍ବଚ୍ଛ ଭାରତ ମିଶନ: ଘରୋଇ ପାଇଖାନାରୁ ବଞ୍ଚିତ ଆଦିବାସୀ

ନୂଆଗାଁ,୨୫ା୮ (ଡି.ଏନ.ଏ.): ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାରକୁ ଘରୋଇ ପାଇଖାନା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା...

ସରକାରୀ ଜମି ଅବରୋଧ ପ୍ରତିବାଦରାସ୍ତା ଅବରୋଧ କଲେ ଶ୍ରୀଜଙ୍ଗ ଗ୍ରାମବାସୀ

ବାହାନଗା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଅଧୀନସ୍ଥ ରେମୁଣା ବ୍ଲକର ଶ୍ରୀଜଙ୍ଗ ଗ୍ରାମର ସରକାରୀ ଗୋଚର ଓ ଆଡ଼ିବନ୍ଧକୁ ପ୍ରଭାବଶାଳୀ ଲୋକମାନେ ଜବରଦସ୍ତ ଅବରୋଧ କରି ରଖିଥିବାରୁ ଗ୍ରାମବାସୀ ଏହାର...

ଗଣେଶ ଭସାଣିକୁ ନେଇ ଗୋଷ୍ଠୀ କନ୍ଦଳ:ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ

ନୂଆଗାଁ,୬ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପାରାଢିପି ଗ୍ରାମରେ ବୁଧବାର ଗଣେଶ ପୂଜା ଭସାଣି ବେଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ...

ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ...

ସାଇଜ୍‌ ଶାଳ କାଠ, ୩ ସାଇକେଲ ଜବତ

ବୁଗୁଡ଼ା,୨୧ା୯(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଶନିବାର ସକାଳେ ଗୋଲିଆ ନିକଟରେ ୩ ସାଇକେଲ ଓ ୧୬ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରିଛି । କାଠ...

Leave a comment

Your email address will not be published. Required fields are marked *