Posted inଖେଳ

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରୁନୋ ଫର୍ନାଣ୍ଡିଜ ୩୯ତମ ମିନିଟ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଖେଳ ଶେଷ ହେବାକୁ ଆଉ ୪ ମିନିଟ ସମୟ ବାକିଥିବାବେଳେ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧ ଖେଳ ଶେଷ ଭାଗରେ ଅନ୍ୟ ଗୋଲଟିକୁ ସ୍କୋର କରିଥିଲେ। ଏହାଥିଲା ତାଙ୍କର ୯୯ତମ ଅନ୍ତର୍ଜାତୀୟ ଗୋଲ୍‌। ଆସନ୍ତାବର୍ଷ ହେବାକୁଥିବା ୟୁରୋ ୨୦୨୦ ପାଇଁ ପର୍ତ୍ତୁଗାଲ ୧୭ତମ ଦେଶ ଭାବେ ଯୋଗ୍ୟତା ଅର୍ଗନ କରିଛି। ଯୋଗ୍ୟତା ଅର୍ଜନ କରିଥିବା ପ୍ରମୁଖ ଦଳଗୁଡ଼ିକରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ, ସ୍ପେନ, ଇଟାଲି ଓ ଇଂଲଣ୍ଡ ରହିଛନ୍ତି। ରବିବାର ଏହି ବିଜୟ ଦ୍ୱାରା ପର୍ତ୍ତୁଗାଲ ଗ୍ରୁପ୍‌ ବି’ରେ ୟୁକ୍ରେନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ୟୁକ୍ରେନ ସର୍ବିୟା ସହିତ ଏହାର ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରଖିଛି। ସୂଚନାଯୋଗ୍ୟ, ୧୯୯୩ରୁ ୨୦୦୬ ମଧ୍ୟରେ ୧୦୯ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଇରାନ ଷ୍ଟ୍ରାଇକର ଅଲି ଦାଇ ବିଶ୍ୱ ରେକର୍ଡ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ...

ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସପକ୍ଷରେ ଡିଜିଟାଲ ପ୍ରଚାର

ଭୁବନେଶ୍ୱର, ୬ା୧୨ (ସ୍ପୋଟର୍‌ସ ବ୍ୟୁରୋ)-ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦାବି ସପକ୍ଷରେ ଅଧିକରୁ ଅଧିକ ସଂଖ୍ୟାରେ ଜନମତ ସଂଗ୍ରହ ପାଇଁ ଓହୁ...

ରଣ୍‌ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର...

କଟକରେ ହେବ ଏସୀୟ ସିନିୟର କୁସ୍ତି

କଟକ ଅଫିସ,୧୨ା୧୧- ଓଡ଼ିଶାକୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ଆୟୋଜନର ସୁଯୋଗ। ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ...

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌...

ଖେଳାଳିଙ୍କ ପାଇଁ ପାଣି ନେଇ ପଡିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ସିଡନୀ,୨୫।୧୦:ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଖେଳ ଭାବନାର ଏକ ଅନନ୍ୟ ଉଦାହରଣ ସଷ୍ଟି କରିଛନ୍ତି। ଖେଳାଳିଙ୍କ ପାଇଁ ପଡିଆକୁ ପାଣି ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଯାହାର...

ପ୍ରୋ କବାଡ଼ି ଲିଗ୍‌: ପ୍ଲେଅଫ୍‌ରେ ବୁଲ୍ସ, ୟୁ ମୁମ୍ବା

ପଞ୍ଚକୂଲା, ୩।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ସହଜ ବିଜୟ ସହ ପ୍ରୋ କବାଡ଼ି ଲିଗ୍ର ପ୍ଲେଅଫ୍‌ରେ ପ୍ରବେଶ କରିଛନ୍ତି।...

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

Leave a comment

Your email address will not be published. Required fields are marked *