ବିପଦରେ ନଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ନଦୀ ହେଉଛି ସଭ୍ୟତାର ଜନ୍ମଦାତ୍ରୀ। ନଦୀର ସୁସ୍ଥତାରୁ ଜଣାପଡ଼େ ସଭ୍ୟତାର ସ୍ଥିତି। ମାତ୍ର ଭାରତବର୍ଷର ବଡ଼ବଡ଼ ସହର ପାର୍ଶ୍ୱରେ ବହିଯାଉଥିବା ଏମିତି ଗୋଟିଏ ନଦୀ ନାହିଁ, ଯାହାର ପାଣିକୁ ପିଇବା ତ ଦୂରର କଥା ଗାଧୋଇବା ବି ସୁରକ୍ଷିତ। ଭାରତୀୟମାନଙ୍କ ବିଶ୍ୱାସରେ ଗଙ୍ଗା କେବଳ ଏକ ନଦୀ ନୁହେଁ, ଉଦ୍‌ବେଳିତ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ଏକ ଅଖଣ୍ଡ ପ୍ରବାହ। ଏକ ପବିତ୍ର ତୀର୍ଥକ୍ଷେତ୍ର। ଯେଉଁ ତୀର୍ଥ ଜଳରେ ସ୍ନାନ କଲେ ଓ ତା’ର ପବିତ୍ର ଜଳକୁ ଦାନ କଲେ ବା ପାନ କଲେ ଧୋଇଯାଏ ପାପ। ସେଥିପାଇଁ ଲୋକେ ତାକୁ ନଦୀ ପରିବର୍ତ୍ତେ ଗଙ୍ଗାମାତା ବୋଲି ସମ୍ବୋଧନ କରନ୍ତି ଅତି ଭକ୍ତି ଓ ଶ୍ରଦ୍ଧାରେ। ମାତ୍ର ଯେଉଁ ଗଙ୍ଗାମାତା ଲୋକଙ୍କୁ ପବିତ୍ର କରିଥାଏ, ସେ ନିଜେ ଆଜି ଆବର୍ଜନାମୟ। ଏବେ ଗଙ୍ଗାଜଳକୁ ପାନୀୟ ଭାବରେ ବ୍ୟବହାର କରିବା ଦୂରର କଥା ତାହା କୃଷି କାର୍ଯ୍ୟ ପାଇଁ ବି ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଏକା ଗଙ୍ଗା ନୁହେଁ ଭାରତବର୍ଷର ସବୁ ବଡ଼ ବଡ଼ ନଦୀ ଏବେ ଭୟଙ୍କର ଭାବେ ପ୍ରଦୂଷିତ। ୨୦୧୮ ମାର୍ଚ୍ଚ ୨୬ରେ ରାଜ୍ୟ ସଭାରେ ଏକ ଉତ୍ତର ରଖି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ବୋର୍ଡ ନଜର ରଖୁଥିବା ୨୭୫ଟି ନଦୀର ଅବବାହିକାରେ ଥିବା ୩୦୨ଟି ଅଞ୍ଚଳ ଆଜି ଭୀଷଣ ଭାବେ ପ୍ରଦୂଷିତ। ଏହି ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ୧୨ଟି ଅବସ୍ଥିତ ଆମ ଓଡ଼ିଶାରେ।
ପୁଣ୍ୟତୋୟା ମହାନଦୀ କେବଳ ଓଡ଼ିଶାର ବୃହତ୍ତମ ନଦୀ ନୁହେଁ ଅସୁମାରି ସ୍ବପ୍ନ ଓ ସମ୍ଭାବନାର ଏକ ନିରନ୍ତର ପ୍ରବାହ। ନବଗଠିତ ଛତିଶଗଡ଼ର ଧମନ୍ତରି ଜିଲାରୁ ଉପତ୍ତ୍ତି ଲାଭ କରି ବହି ଆସିଥିବା ମହାନଦୀ ଓଡ଼ିଶାର ପାରାଦୀପଠାରେ ମୁହାଣ ମେଲି ନିଜକୁ ଅଜାଡ଼ି ଦେଇଛି ବଙ୍ଗୋପସାଗରରେ। ଦେଶ ସ୍ବାଧୀନ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଅତି ଉଦଣ୍ଡ ଥିଲା ତାହାର ଗତି। କୂଳ ଲଂଘୁଥିଲା ଫି ବର୍ଷ। ମାତ୍ର ହୀରାକୁଦଠାରେ ବହୁମୁଖୀ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲାପରେ ବନ୍ୟା ନିୟନ୍ତ୍ରଣ ସାଙ୍ଗକୁ ଜଳସେଚିିତ ହେଲା ମହାନଦୀ ଅବବାହିକାରେ ଥିବା ୬୫ ହଜାର ୬୨୮ ବର୍ଗ କି.ମି. ପରିମିତ କୃଷି କ୍ଷେତ୍ର। ବୁର୍ଲା ଚିପିଲିମାଠାରେ ଉପତ୍ନ୍ନ ହେଲା ୩୪୭ ମେଗାୱାଟ ବିଜୁଳିଶକ୍ତି। ମାତ୍ର ହଜାର ହଜାର ଲୋକଙ୍କ ଲୁହଲହୁରେ ତିଆରି ହୋଇଥିବା ସେହି ହୀରାକୁଦ ନଦୀବନ୍ଧ ଯୋଜନା ତଥା ମହାନଦୀର ଅସ୍ତିତ୍ୱକୁ ନେଇ ଏବେ ସୃଷ୍ଟିହୋଇଛି ପ୍ରଶ୍ନବାଚୀ। ହୀରାକୁଦ ଜଳଭଣ୍ଡାରର ଗଚ୍ଛିତ ଜଳ ଉପରେ ନିର୍ଭର କରେ ଏହି ବହୁମୁଖୀ ଯୋଜନାର ସଫଳତା। ମାତ୍ର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ତା’ର ଜଳଧାରଣ କ୍ଷମତା। ଏହାର ପ୍ରଧାନ କାରଣ ହେଉଛି ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ପଟୁମାଟି ଓ କାରଖାନା ବର୍ଜ୍ୟ। ପ୍ରତିଦିନ ମହାନଦୀର ଅବବାହିକାରେ ଫିଙ୍ଗାଯାଉଛି ସେଠାରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ଲକ୍ଷ ଲକ୍ଷ ଟନ୍‌ ତରଳ ଓ ଶୁଷ୍କ ବର୍ଜ୍ୟ। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ରେଙ୍ଗାଲି ଓ ଝାଡ଼ସୁଗୁଡ଼ାରୁ ମହାନଦୀକୁ ପ୍ରତିଦିନ ଯାଉଛି ସେଠାରେ ଥିବା ସ୍ପଞ୍ଜ ଆଇରନ କାରଖାନାରୁ ନିର୍ଗତ ୪ହଜାର ଟନ୍‌ ପାଉଁଶ। ହୀରାକୁଦ ଜଳର ସିଂହଭାଗ ମାଲିକ ଏବେ ଛତିଶଗଡ଼ ଓ ଓଡ଼ିଶାରେ ଗଢିଉଠିଥିବା ଶିଳ୍ପ ପ୍ରତିଷ୍ଠାନ। ତଥ୍ୟ କହେ ହୀରାକୁଦରୁ ୩୩ଟି ଶିଳ୍ପ ପ୍ରତିଷ୍ଠାନ ଦୈନିକ ଶୋଷି ନେଉଛନ୍ତି ପାଖାପାଖି ଶହେ କୋଟି ଲିଟର ପାଣି।
କୌଣସି ଅଞ୍ଚଳର ଶ୍ରୀ ଓ ସମୃଦ୍ଧିରେ ସହାୟକ ହୁଏ ନଦୀ। ତେଣୁ ମହାନଦୀ କେବଳ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିନି, ବିଭିନ୍ନ ସ୍ଥାନରେ ପ୍ରକାଶ ପାଇଛି ତା’ର ସୌନ୍ଦର୍ଯ୍ୟମୟୀ ରୂପ। ଏହା ସବୁଠାରୁ ସୌନ୍ଦର୍ଯ୍ୟମୟୀ ହୋଇଉଠିଛି ସୁବର୍ଣ୍ଣପୁର ସହର ପାଦଦେଶରେ। ବିନିକାରୁ ସୁବର୍ଣ୍ଣପୁର ଦେଇ ବୌଦ୍ଧ ପର୍ଯ୍ୟନ୍ତ ଶୋଭାମୟୀ ମହାନଦୀକୁ କୁହାଯାଏ ଚିତ୍ରୋପତ୍ଳା। ଚିତ୍ରୋପତ୍ଳାକୁ ଯିଏ ଦେଖିନାହିଁ, ସିଏ ଆକଳନ କରିପାରିବ ନାହିଁ ମହାନଦୀର ସୁଷମା। ତାଜମହଲ ହେଉ କି କୋଣାର୍କ, ମଣିଷ ଯେତେସବୁ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ସ୍ଥାପନ କରିଛି, ତାହା ପ୍ରାୟତଃ ନଦୀକୂଳରେ। ମହାନଦୀ କୂଳେ କୂଳେ ଗଢି ଉଠିଛି ଭଦ୍ରାମ୍ବିକା, ସୁବର୍ଣ୍ଣମେରୁ, ସମଲେଶ୍ୱରୀ, ସିଦ୍ଧେଶ୍ୱର, ନୀଳମାଧବ, ଚର୍ଚ୍ଚିକା, ରାମନାଥ, ନୃସିଂହନାଥ, ଚମ୍ପେଶ୍ୱର, ଭଟ୍ଟାରିକା, ଚଣ୍ଡୀ, ଧବଳେଶ୍ୱର ଓ ମା’ଗଡ଼ଚଣ୍ଡୀଙ୍କ ପୀଠ। ଅର୍ଥାତ୍‌ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାଂସ୍କୃତିକ ଓ ଆଧ୍ୟାମତ୍ିକ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସହ ମହାନଦୀର ସମ୍ପର୍କ ଅଭିନ୍ନ। ମାତ୍ର ବିଡ଼ମ୍ବନାର ବିଷୟ ଆମର ଅପରିଣାମଦର୍ଶିତା ପାଇଁ ଶ୍ରୀହୀନ ହେଲାଣି ମା’ ମହାନଦୀ। ଅପ୍ରାସଙ୍ଗିକ ହୋଇ ପଡ଼ିଲାଣି ଓଡ଼ିଶା ପ୍ରଗତିର ମାଇଲ୍‌ଖୁଣ୍ଟ କୁହାଯାଉଥିବା ହୀରାକୁଦ ନଦୀବନ୍ଧ ଯୋଜନା। ହୀରାକୁଦ ଜଳଭଣ୍ଡାରରେ ପଡ଼ିବା ପୂର୍ବରୁ ମହାନଦୀକୁ ଏବେ ଅତିକ୍ରମ କରିବାକୁ ପଡ଼ୁଛି ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମିତ ୧୨ଟି ବନ୍ଧ, ଚେକ୍‌ଡ୍ୟାମ୍‌ ଓ ବ୍ୟାରେଜ। ଫଳରେ ବର୍ଷାଋତୁକୁ ଛାଡ଼ିଦେଲେ ଅନ୍ୟ ସମୟରେ ତା’ର ଖଣ୍ଡବିଖଣ୍ଡିତ ଜଳଧାରାକୁ ବଳିଗଲାଣି ପୋତିହୋଇ ପଡ଼ିଥିବା ବାଲିପଠାର ବିସ୍ତୃତି।
ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ବାହାରିଥିବା ଦୁଇ ନଦୀ ଶଂଖ ଓ ଦକ୍ଷିଣ କୋଏଲ୍‌ ନଦୀର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ବ୍ରାହ୍ମଣୀ। ଏହାର ଉପତ୍ତ୍ତି ସ୍ଥଳର ନାମ ବେଦବ୍ୟାସ। ଇସ୍ପାତ ନଗରୀର ୯କି.ମି. ଦୂରରେ ଅବସ୍ଥିତ ଏହି ବେଦବ୍ୟାସ ଓଡ଼ିଶା ସଂସ୍କୃତିର ଏକ ଆଧ୍ୟାମତ୍ିକ ପୀଠ ହୋଇଥିବାରୁ ଏହା ଯୋଡ଼ିହୋଇ ରହିଛି ଲୋକଙ୍କ ଭାବାବେଗ ସହିତ। ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟଦେଇ ପ୍ରବାହିିତ ଏହି ନଦୀ ବୈତରଣୀ ସହିତ ମିଶି ବଙ୍ଗୋପସାଗରରେ ନିଜକୁ ଅଜାଡ଼ି ଦେଇଛି ଧାମରା ନିକଟରେ। ଓଡ଼ିଶା ଭିତରେ ଏହାର ଯାତ୍ରା ୪୮୦କି.ମି.ରୁ ଅଧିକ। ପାଖାପାଖି ୪୦ହଜର ବର୍ଗ କି.ମି. ଏହାର ଅବବାହିକାରେ ଆଶ୍ରିତ ଅସଂଖ୍ୟ ବୃକ୍ଷଲତା, ଜୀବଜନ୍ତୁ ଓ ଓଡ଼ିଶାର ୬୦ଲକ୍ଷରୁ ଅଧିକ ଲୋକ। ଏହାରି କୂଳରେ ମଥାଟେକିଛି ରାଉରକେଲା, ବଣେଇ, ତାଳଚେର, ରେଙ୍ଗାଲି, ଢେଙ୍କାନାଳ, ଅନୁଗୋଳ ଓ କଳିଙ୍ଗନଗର ଭଳି ଅନେକ ଛୋଟବଡ଼ ସହର। ଏହାର ଆଶୀର୍ବାଦରେ ସବୁଜିମାରେ ଭରପୂର ହୋଇଛି ଓଡ଼ିଶାର ବିସ୍ତୃତ ଅଞ୍ଚଳ। ପ୍ରକାଣ୍ଡକାୟ ଶିଳ୍ପସଂସ୍ଥାଗୁଡ଼ିକର ଅସରନ୍ତି ଶୋଷ ମେଣ୍ଟାଉଛି ବ୍ରାହ୍ମଣୀ। ମାତ୍ର ନଦୀର ନିର୍ମଳ ଜଳ ଶୋଷିନେଉଥିବା ଶିଳ୍ପସଂସ୍ଥାଗୁଡ଼ିକ ତା’ ଦେହକୁ ଛାଡୁଛନ୍ତି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ। ବିଭିନ୍ନ ରାସାୟନିକ ଧାତୁରେ ପ୍ରଦୂଷିତ ହଜାର ହଜାର ଗ୍ୟାଲନ ଜଳ ବ୍ରାହ୍ମଣୀ ଗର୍ଭକୁ ପ୍ରବେଶ କରୁଛି ପ୍ରତିମୁହୂର୍ତ୍ତରେ। କୂଳରେ ଗଢିଉଠିଥିବା ସହରର ନର୍ଦ୍ଦମା ପାଣି ଅବାଧରେ ମିଶୁଛି ତା’ ଗର୍ଭରେ। ଫଳରେ ଜହର ପାଲଟିଗଲାଣି ବ୍ରାହ୍ମଣୀର ଅମୃତ ଧାରା। ତେଣୁ ଏହାକୁ ଅତି ପ୍ରଦୂଷିତ ନଦୀ ଭାବରେ ଚିହ୍ନଟ କରିସାରିଲାଣି ସେଣ୍ଟ୍ରାଲ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ।
ଧାର୍ମିକ ମହତ୍ତ୍ୱ ରଖୁଥିବା ବୈତରଣୀ ହେଉ କି ସୁବର୍ଣ୍ଣରେଖା ବା ବୁଢ଼ାବଳଙ୍ଗ, କ୍ରମାଗତ ବିଗିଡ଼ିବାରେ ଲାଗିଛି ସବୁ ନଦୀଜଳର ସ୍ଥିତି। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଦୈନକ କୁଆଖାଇର ଜଳକୁ ପ୍ରଦୂଷିତ କରୁଛି ଲକ୍ଷ ଲକ୍ଷ ଟନ ବର୍ଜ୍ୟ। ସମାନ ଅବସ୍ଥା ଭୋଗକରୁଛି ରାଜଧାନୀ ଉପକଣ୍ଠରେ ପ୍ରବାହିତ ଦୟାନଦୀ। ଭୁବନେଶ୍ୱରରେ ବିଭିନ୍ନ ଶିଳ୍ପକାରଖାନା, ହୋଟେଲ, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନର ହଜାର ହଜାର ଲିଟର ବର୍ଜ୍ୟ ଜଳ ଗଙ୍ଗୁଆ ନାଳଦେଇ ମିଶିଛି କୁଆଖାଇ ନଦୀରେ। ସେଥିପାଇଁ ଦୟା ଓ କୁଆଖାଇର ଜଳ ଏବେ ଗାଧୁଆ ପାଇଁ ବି ଅନୁପଯୁକ୍ତ। ସୂଚନାଯୋଗ୍ୟ ଯେ ଇଂରେଜ ରାଜତ୍ୱ କାଳରେ ନଦୀଜଳ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିଲା କଡ଼ାକଡ଼ି ଆଇନ। ଦୃଷ୍ଟାନ୍ତ ସ୍ବରୂପ ୧୯୩୪ ମସିହାରେ କାଠଯୋଡ଼ି ନଦୀ ଜଳର ସୁସ୍ଥତାକୁ ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ତଦନୁଯାୟୀ ଚାରିଘରିଆଠାରୁ ରାଜାବଗିଚା ପର୍ଯ୍ୟନ୍ତ କାଠଯୋଡ଼ି ନଦୀର ଜଳ ସଂରକ୍ଷିତ ରହିଥିଲା ପିଇବା, ଗାଧୋଇବା ଓ ରନ୍ଧନ କାର୍ଯ୍ୟ ପାଇଁ। ପଶୁମାନଙ୍କୁ ଗାଧୋଇଦେବା, ମଇଳା ଲୁଗା ସଫାକରିବା ଓ ଶୌଚକର୍ମ ଉପରେ କଟକଣା ଜାରିହୋଇଥିଲା ଏବଂ ଆଇନ ଅମାନ୍ୟକାରୀଙ୍କ ବିରୋଧରେ ବିହାର-ଓଡ଼ିଶା ମ୍ୟୁନୁସିପାଲିଟି ଆଇନର ୨୨୭ ଧାରା ଅନୁଯାୟୀ ହେଉଥିଲା ଦଣ୍ଡ ବିଧାନ। ଏବେ ଆଉ ନାହିଁ ୮୫ବର୍ଷ ତଳର ସେ ସଚେତନତା। ଆମ ପ୍ରାଚୀନ ଜ୍ଞାନ ଓ ଆଧୁନିକ ବିିଜ୍ଞାନ ନଦୀକୁ ସଭ୍ୟତାର ମୂଳ ବୋଲି କହିବା ସତ୍ତ୍ୱେ ନଦୀ ଏବେ ସବୁଠାରୁ ବିପଦଗ୍ରସ୍ତ।
ବିଜୁପଟ୍ଟନାୟକ ନଗର, ଭଦ୍ରକ,
ଫୋନ୍‌ – ୯୪୩୮୮୫୫୦୮୮


All Right Reserved By Dharitri.Com

ମିଛ ଆଶ୍ୱାସନା

ଆକାର ପଟେଲ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ...

ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର...

ଭାରତର ଟାଇକୋ ବ୍ରାହେ

ବିଭୁ ପ୍ରସାଦ ମହାପାତ୍ର ‘No man ever was glorious, who was not labourious.’ ଯୁକ୍ତରାଷ୍ଟ୍ର ଆମେରିକାର ‘ଫିଲୋସଫିକାଲ ସୋସାଇଟି’ର ପ୍ରଥମ ସଭାପତି ତଥା...

କେବଳ ବାବୁ ତିଆରି କାରଖାନା

ମନ-ମାନଚିତ୍ର / ଡ. ନରହରି ବେହେରା ଭାରତ ହେଉଛି ଋଷି ଓ କୃଷିର ଦେଶ। ସମୟ ଥିଲା ଏ ଦେଶର ମୁନିଋଷିମାନେ ଏ ମାଟିର ପଥପ୍ରଦର୍ଶକ...

କରୋନା ଓ କୃଷି

ଡ. ରବୀନ୍ଦ୍ର କୁମାର ନାୟକ କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ କଲବଲ ହେଉଛି। କୋଭିଡ୍‌-୧୯ ଭୂତାଣୁ ଜୁଆର ପରି ମାଡ଼ିଚାଲିଛି ଓ ହଜାର ହଜାର...

ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ...

କନକ ଉପତ୍ୟକାରେ ବିକାଶ

ଦିଲୀପ କୁମାର ଦାଶ ମନକୁ ପ୍ରଥମ ପ୍ରଶ୍ନ ଆସେ – ‘କନକ’ ଉପତ୍ୟକା କେଉଁଠି? ଉତ୍ତର ଭାରି ସହଜ। ସେଇଟା ଏବେ ବିକାଶର ନୂଆ ଠିକଣା।...

ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ।...

Leave a comment

Your email address will not be published. Required fields are marked *