ଏଇ ଭାରତରେ

ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ ଲାଗିପଡିଛନ୍ତି। ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି ଦିଲ୍ଲୀରେ। ଭାରତୀୟ ବାୟୁ ସେନାରେ ସ୍କାଡ୍ରନ୍‌ ଲିଡର ତଥା ସବିତା ଓ ଶରଦ ତିଓ୍ବାରୀଙ୍କ ପୁଅ ଶିଶିରଙ୍କର ୨୦୧୭ରେ ହିମାଚଳ ପ୍ରଦେଶର ତାଓ୍ବାଙ୍ଗରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶିଶିରଙ୍କ ମୃତ୍ୟୁ ପରଠାରୁ ଗାଜିଆବାଦରେ ରହୁଥିବା ତାଙ୍କ ମା’ ସବିତା ଓ ପିତା ଶରଦ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ସେମାନେ ୨୦୧୮ ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ଦିଲ୍ଲୀର ଯମୁନା ଖାଦର ବସ୍ତିରେ ୧୦୦ ପିଲାଙ୍କୁ ପଢାଇବା ପାଇଁ ଏକ ନନ୍‌ଫର୍ମାଲ ସ୍କୁଲ୍‌ ଆରମ୍ଭ କରିଥିଲେ। ଏଥିପାଇଁ ବସ୍ତି କମିଟି ଏକ ଘର ମଧ୍ୟ ଯୋଗାଇଦେବା ପରେ ସେଠାରେ ନିୟମିତ ପାଠପଢା ଆରମ୍ଭ ହୋଇଛି। ସେବା ମନସ୍କ ଏହି ଦମ୍ପତିଙ୍କ କାର୍ଯ୍ୟରେ ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ସହଯୋଗ କରୁଛନ୍ତି। ଏବେ ଏହି ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଯାଏ ୩୫୦ ଜଣ ପିଲା ପଢୁଛନ୍ତି। ବସ୍ତିର ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପଢ଼ାଉଛନ୍ତି ଏହି ଦମ୍ପତି। ସ୍କୁଲ ସମୟ ପରେ ରିକ୍ସା ଚାଳକ, ଦିନ ମଜୁରିଆ ଓ ଅନ୍ୟ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ବି ଏମାନେ ପଢାଉଛନ୍ତି। ୨୫ ଜଣ ସ୍ବେଚ୍ଛାସେବୀ ହୋମ୍‌ଓ୍ବାର୍କ ସହ ସବୁ ବିଷୟ ପଢ଼ାଇବାରେ ପିଲାମାନଙ୍କୁ ସାହାଯ୍ୟ କରୁଛନ୍ତି। ଦୁଇଟି ଶିିଫ୍ଟରେ ସପ୍ତାହକୁ ୫ ଦିନ ପଢାଯାଉଛି ଏଠାରେ। ପଞ୍ଚମ କିମ୍ବା ତଦୂର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ସରକାରୀ ସ୍କୁଲ୍‌ରେ ନାମ ଲେଖାଇବାରେ ମଧ୍ୟ ଏମାନେ ସାହାଯ୍ୟ କରୁଛନ୍ତି। ଯେଉଁ ଝିଅମାନେ ଅନ୍ୟ ସ୍କୁଲ୍‌ରେ ୮ମ କିମ୍ବା ଦଶମ ଯାଏ ପଢି ଘରେ ରହିଛନ୍ତି ସେମାନଙ୍କ୍‌ୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ଦମ୍ପତି ଦିଲ୍ଲୀର ଅନ୍ୟ ବସ୍ତିରେ ଏପରି ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି।


All Right Reserved By Dharitri.Com

ଏଇ ଭାରତରେ

ଆମ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଓ ପରମ୍ପରାକୁ ଆଧାର କରି ଝିଅପୁଅଙ୍କ ବାହାଘର କରାଯାଏ। ବାହାଘର ପାଇଁ କନ୍ୟାଘରକୁ ବର ଆସିଥିବାବେଳେ...

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

ସୂଚକାଙ୍କକୁ ପ୍ରତ୍ୟାଖ୍ୟାନର କାରଣ

ଏ. ସୂର୍ଯ୍ୟ ପ୍ରକାଶ ଯେଉଁ ଭାରତର ସମ୍ବିଧାନର ମୁଖବନ୍ଧରେ ଧର୍ମନିରପେକ୍ଷତା ସ୍ବର୍ଣ୍ଣାକ୍ଷରରେ ଖୋଦିତ ହୋଇଛି, ଯାହାର ରାଷ୍ଟ୍ର ଧର୍ମ ବୋଲି କୌଣସି ନିର୍ଦ୍ଦିଷ୍ଟ ଧର୍ମ ନାହିଁ...

ଭାଷଣ ଓ ଭୋଟ

ଆକାର ପଟେଲ କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା...

ଲଦାଖର ତତ୍ତ୍ୱାବଧାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଆସିଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ଏଥିସହିତ...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ମଝିମଝିଆ ବୁଡ଼ି ମରନ୍ତି

ରମେଶ ଚନ୍ଦ୍ର ସାମଲ ଲୋକ କଥାଟିଏ ଅଛି- ବଡ଼ ପୁଅ ବାପର, ସାନ ପୁଅ ମା’ର, ମଝିଆ ପୁଅ ବାହାର, ଅର୍ଥାତ୍‌ ମଝିଆ ପୁଅକୁ କେହି...

ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।...

Leave a comment

Your email address will not be published. Required fields are marked *