ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। ଏହି କ୍ରମରେ ଭାରତ ଜମ୍ମୁ-କାଶ୍ମୀର ସୀମାରେ କରାଯାଉଥିବା ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେନ୍ଦ୍ରସରକାର ଗୁରୁବାର ପାକିସ୍ତାନ ସହ ଜମ୍ମୁ-କଶ୍ମୀର ସୀମାରେ ହେଉଥିବା ସମସ୍ତ ବ୍ୟବସାୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୯ରୁ ସୀମାରେ ସମସ୍ତ ବ୍ୟବସାୟକୁ ସ୍ଥଗିତ ରଖାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସୀମା ଦେଇ ହେଉଥିବା ବ୍ୟବସାୟରେ କିଛି ଲୋକ ଅପବ୍ୟବହାର କରିବା ସହ ଅସ୍ତ୍ରଶସ୍ତ୍ର, ନିଶା ଦ୍ରବ୍ୟ ଓ ନକଲି ନୋଟର ବ୍ୟବସାୟ ହେଉଥିବା ନେଇ ଯାଞ୍ଚ ଏଜେନ୍ସିକୁ ସୂଚନା ମିଳିଥିଲା। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ। ଏହି ସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଓ ନିଃଶୁଳ୍କ ଭିତ୍ତିରେ କରାଯାଇଥାଏ। ତେବେ ସୀମା ସହ ଜଡିତ କିଛି ମାମଲାର ଏନଆଇଏ ତଦନ୍ତ କରୁଥିବା ବେଳେ ବାଣିଜ୍ୟ ବ୍ୟବସ୍ଥାକୁ  ନେଇ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି ବୋଲି ତାକୁ ସୂଚନା ମିଳିଥିଲା। ବ୍ୟବସାୟ କରୁଥିବା ଲୋକଙ୍କ ମଧ୍ୟରେ  ଅଧିକ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଲୋକ ସାମିଲ ଥିବା ଜଣାପଡିଛି। ସେମାନେ  ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ସୂଚନା ମିଳିଛି। ଯାହାଫଳରେ ଜମ୍ମୁ-କଶ୍ମୀରରୁ ଇସଲମାବାଦ ଓ ଚକ୍କା-ଦା-ବାଦରେ ବ୍ୟବସାୟକୁ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଗୁଇନ୍ଦା ବିଭାଗ ସହ ଆଲୋଚନା କରିବା ପରେ ପୁଣି ଥରେ ଏଲଓସିକୁ ଖୋଲିବା ଉପରେ ବିଚାର କରାଯିବ ବୋଲି ଗୃହମନ୍ତ୍ରାଳୟ କହିଛି।


All Right Reserved By

ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୧୭ା୮: ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହ ତୁରନ୍ତ ସଂଯୋଗ କରିବା ଲାଗି ନିର୍ବାଚନ କମିଶନ (ଇସି) ଆଇନଗତ କ୍ଷମତା ଚାହୁଁଛନ୍ତି। ସେଥିପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ...

ପାକିସ୍ତାନରେ ଘନେଇବ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ,୧୭ା୬(ପି.ଟି.): ଆତଙ୍କବାଦୀ ସଙ୍ଗଠନ ଏଲ୍‌ଇଟି ଏବଂ ଜେଇଏମ୍‌ ତଥା ସେଗୁଡ଼ିକର ସହଯୋଗୀ ସଂସ୍ଥା ଜେୟୁଡି ଓ ଫଲା-ଇ-ଇନ୍‌ସାନିୟତ୍‌ ଫାଇଣ୍ଡେଶନ୍‌ ଭଳିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ...

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି...

କୁଲଗ୍ରାମ୍‌ରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୯।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସ୍ଥାନୀୟ ମହମ୍ମଦପୋରା ଏବଂ ତାଜିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ମଧ୍ୟପ୍ରଦେଶରୁ ୫ ଗିରଫ; ଆଇଏସ୍‌ଆଇ ସହ ସମ୍ପୃକ୍ତି ସନ୍ଦେହ

ଭୋପାଳ,୨୨।୮: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ମଧ୍ୟପ୍ରଦେଶ ସତନାରେ ଏଟିଏସ୍‌ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ...

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର...

କୁପୋଷଣ ଦୂର କରିବାକୁ ବିଦ୍ୟାଳୟରେ ପରିବା ଚାଷ କରୁଛନ୍ତି ଛାତ୍ର

ବିଳାସପୁର,୩।୯: ଛତିଶଗଡ଼ର ବିଳାସପୁର ଜିଲା ମସ୍ତୁରି ବ୍ଲକରେ ରହିଛି ଶାସକୀୟ ବାଳକ ପୂର୍ବ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ଶିକ୍ଷକତା କରୁଥିବା ବାବୁଲାଲ କର୍ଷ ପ୍ରାୟ ୩...

ପ୍ରଲୋଭନ ନଚେତ୍‌ ଜେଲ ଭୟ

କୋଲକାତା,୨୨ା୭(ପି.ଟି.): ଭାଜପା କର୍ନାଟକ ସୂତ୍ର ପ୍ରୟୋଗ କରି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଶୈଳୀରେ ଘୋଡ଼ାବେପାର ଉଦ୍ୟମ ଚଳାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକମାନଙ୍କୁ ଅର୍ଥ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *