Posted inଜାତୀୟ

ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଗୋଲେ

ଗାଙ୍ଗଟକ୍‌,୨୮ା୫(ପି.ଟି.): ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ୍‌ (ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା) ଅଧ୍ୟକ୍ଷ ପ୍ରେମ୍‌ ସିଂ ତମାଙ୍ଗ ଓରଫ ପି.ଏସ୍‌. ଗୋଲେ ସୋମବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ୧୧ ଏସ୍‌କେଏମ୍‌ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଲଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ମୁଖ୍ୟମନ୍ତ୍ରୀ ଓ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଧାୟକ ନ ଥିବା ଗୋଲେଙ୍କୁ ଶନିବାର ଏସ୍‌କେଏମ୍‌ ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ କରାଯାଇଥିଲା। ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ କୁଙ୍ଗା ନିମା ଲେପ୍‌ଚା, ସୋନମ୍‌ ଲାମା, ବେଦୁ ସିଂ ପନ୍ଥ, ଡ. ମଣିକୁମାର ଶର୍ମା, ଅରୁଣ କୁମାର ଉପ୍ରେତି, ସନ୍ଦୁପ୍‌ ଲାପ୍‌ଚା, ଲୋକନାଥ ଶର୍ମା, ମିଙ୍ଗ୍‌ମା ନୋର୍ବୁ ଶେର୍ପା, କର୍ମା ଲୋଡେ ଭୂତିଆ, ଭୀମ୍‌ ହାଙ୍ଗ ଲିମ୍ବୁ ଏବଂ ସଞ୍ଜିତ ଖରେଲ।
ଗୋଲେ ନେପାଳୀ ଭାଷାରେ ଶପଥ ନେଇଥିବାବେଳେ ଷ୍ଟାଡିୟମ୍‌ରେ ହଜାର ହଜାର ଦଳୀୟ ସମର୍ଥକ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ୍‌ ଏବଂ ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)ର ବରିଷ୍ଠ ନେତାମାନେ ଯୋଗଦେଇ ନ ଥିଲେ। ୨୦୧୩ରେ ଗଠିତ ଏସ୍‌କେଏମ୍‌ ୩୨ ଆସନ ବିଶିଷ୍ଟ ସିକିମ ବିଧାନସଭାରେ ୧୭ ଆସନରେ ବିଜୟୀ ହୋଇଥିବାବେଳେ ଶାସକ ଦଳ ଏସ୍‌ଡିଏଫ୍‌କୁ ୧୫ ଆସନ ମିଳିଥିଲା। ଫଳରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଆସିଥିବା ଚାମ୍‌ଲିଙ୍ଗ୍‌ ସରକାରଙ୍କୁ ବିଦାୟ ନେବାକୁ ହୋଇଛି।


All Right Reserved By

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ...

କର୍ନାଟକରେ ଖୁବ୍‌ଶୀଘ୍ର ହେବ ନିର୍ବାଚନ: କୁମାରସ୍ବାମୀ

ବେଙ୍ଗାଲୁରୁ,୪।୮: କର୍ନାଟକରେ ଭାଜପା ଶାସନ କ୍ଷମତା ହାତକୁ ନେଇଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ କହିଛନ୍ତି କର୍ନାଟକରେ ଭାଜପା...

ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୭: ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର...

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ...

ନକଲି ଡିଗ୍ରୀ ମାମଲା: ଅଭିଷେକ ବାନାର୍ଜୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ ଏମ୍‌ପି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି...

ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର

ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ...

ବ୍ୟାଟ୍‌ର ଆକ୍ରମଣ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ,୪ା୮: ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ବଢ଼ୁଥିବାବେଳେ ପାକିସ୍ତାନୀ ସେନା ଦ୍ୱାରା ପରିଚାଳିତ ସୀମା କାର୍ଯ୍ୟାନୁଷ୍ଠାନ ଟିମ୍‌ (ବ୍ୟାଟ୍‌)ର ଆକ୍ରମଣ ଉଦ୍ୟମକୁ ଭାରତୀୟ ଯବାନମାନେ ପଣ୍ଡ...

ପଶ୍ଚିମବଙ୍ଗରେ ଥମୁନି ହିଂସା: ପୁଣି ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଲା

କୋଲକାତା, ୧୨।୬: ପଶ୍ଚିମବଙ୍ଗରେ ଥମୁନି ହିଂସା। ବୁଧବାର ମାଳଦାରେ ଦୁଇଦିନ ହେଲା ନିଖୋଜ ଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *