Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ
କଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ,ଛୋଟ ଦୋକାନରୁ ସୁଫଳ ମିଳିବ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି ଦେଖାଦେଇପାରେ। ପ୍ରକାଶନ, ପ୍ରଶାସନ, ସଙ୍ଗଠନ ଓ ରାଜନୈତିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ଆଜି ଶ୍ରୁତିମଧୁର କଥା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ। ଅଟକିର ରହିଯାଇଥିବା କାମ ଗୁଡିକ ସୁବିଧାରେ ନହେଉଥିବା କାରଣରୁ ମନ ଭଲ ରହିନପାରେ। ସଭା ସମିତି, କଚେରି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟରେ ପ୍ରସଂଶିତ ହେବେ। ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ।
ମିଥୁନ
ମିଥୁନ
ମଧ୍ୟାହ୍ନ ପରେ ପରେ ପରିବାରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧ ପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଆଜି ସକାଳୁ ସକାଳୁ ଘରୋଇ କାମ ସଙ୍ଗକୁ ଅଫିସ୍‌ କାମର ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ। ଭୁଲ୍‌ ବୁଝାମଣାବଶତଃ ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପକଟି ପୁନଃ ପ୍ରତିଷ୍ଠିତ ହେବ, ଫଳରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ।
ସି˚ହ
ସି˚ହ
ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସୀ ରହିବେ। କିନ୍ତୁ ଯେତିକି ପାଇବେ ତାହା ଠାରୁ ବହୁ ଗୁଣରେ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଲାଗି ରହିଥିବା ବିବାଦୀୟ ଘଟଣାରେ ଅବଶ୍ୟ ବିଜୟୀ ହେବେ।
କନ୍ୟା
ଦିନଟିରେ ମନ ଖୁସୀ ହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ରପ୍ତାନୀ ବାଣିଜ୍ୟ, ଜମିଜମା ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପରୁ ଖୂସି ରହିବେ। କର୍ମକ୍ଷେତ୍ରରୁ ଅଚାନକ ଭାବରେ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ପାରନ୍ତି। ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ଲଢିଲେ ସମର୍ଥନ ପାଇବେ ନାହିଁ।
ତୁଳା
ତୁଳା
ଘରୋଇ ସମସ୍ୟା ସମାଧାନ ନ ହୋଇପାରିବା କାରଣରୁ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଦୀର୍ଘ ଦିନରୁ ରହିଆସିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସୀ ହେବେ। କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ ଓ କଟକ୍ତି ଶୁଣିବାକୁ ପଡିପାରେ। ପରିବାରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ।
ଧନୁ
ଧନୁ
ଦିନଟି ଆପଣଙ୍କ ପାଇଁ ଆଜି ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମାତ୍ର ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ।
ମକର
ମକର
ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାକୁ ପଡିପାରେ। ନିର୍ମାଣ, କଳା,ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଖୂସି ରହିବେ। ଆଜି ଫେରିବା ବାଟରେ କୌଣସି ଅଚିହ୍ନା ଲୋକ ସେହିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ସମୟ ବନ୍ଧୁ ମାନଙ୍କ ସହ ଆଲୋଚନାରେ ଅତିବାହିତ ହେବ। ଶିଳ୍ପ, ବ୍ୟବସାୟରେ ଶିଥିଳତା ଦେଖାଦେବ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ ଏବଂ ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ
ଆଜି ଯାହାକୁ ଯାହା କହିବେ କିମ୍ବା କରିବେ ତାହା ସମସ୍ତଙ୍କର ମନକୁ ପାଇବ। କିନ୍ତୁ କୌଣସି ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ, ମାଲିମକଦ୍ଦମାରୁ ଚିନ୍ତାକୁଳ ହୋଇପାରନ୍ତିି କିନ୍ତୁ ବନ୍ଧୁଙ୍କ ସହ ଆଲୋଚନା ପରେ ଆଶ୍ୱସ୍ଥି ଲାଭ କରିବେ। ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ...

ରାଶିଫଳ: ସୋମବାର, ଫେବୃୟାରୀ ୧୭ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ କର୍ମାଧିପ ଅବସ୍ଥାନ କରିଥିବାରୁ କର୍ମମୁଖର ରହିବେ । କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଧନପ୍ରାପ୍ତି ଯୋଗ...

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବିଶାଖା ନକ୍ଷତ୍ରସ୍ଥ ଚନ୍ଦ୍ର ସ୍ବାସ୍ଥ୍ୟସମସ୍ୟା ଓ ପଡୋଶୀ ସହ ବିବାଦର କାରଣ ହେବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ...

ରାଶିଫଳ: ମଙ୍ଗଳବାର ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ରବି ରଶ୍ମିରେ ଅସ୍ତଗତ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରେ । ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ...

ରାଶିଫଳ: ଶୁକ୍ରବାର, ମେ ୩୧ ତାରିଖ – Daily Horoscope

ମେଷ ଆଜିର ଶୁକ୍ର ଓ ଚନ୍ଦ୍ରଙ୍କ ସମ୍ବନ୍ଧରୁ ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ଲାଭ କରିପାରିବେ। ଖର୍ଚ୍ଚଭାରର ଆଧିକ୍ୟ, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି।...

ରାଶିଫଳ: ଗୁରୁବାର, ଫେବୃୟାରୀ ୨୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ସାଙ୍ଗକୁ ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ...

Leave a comment

Your email address will not be published. Required fields are marked *