ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି । ରାସ୍ତାଘାଟ, ପୋଲ, ଗୃହ ନିର୍ମାଣ, କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ଏହି ଆନ୍ଦୋଳନ ଯୋଗୁ ଏହି ସବୁ କାର୍ଯ୍ୟ ଅଗ୍ରଗତି ହୋଇ ପାରୁନାହିଁ । ଠିକାଦାରଙ୍କ ୧୦ ଦଫା ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଜାରି ରହିଥିବା ବେଳେ ଦାବି ପୂରଣ ନ ହେବା ଯାଏ କାର୍ଯ୍ୟବନ୍ଦ ରଖିବା ପାଇଁ ମାଲକାନଗିରି ଶାଖା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାରଠାରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ ହୋଇଛି। ତେବେ ରବିବାର ଦାବି ପୂରଣ ନେଇ ଠିକାଦାର ସଂଘ ପକ୍ଷରୁ ବିଶାଳ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କୁ ପ୍ରଦାନ କରାଯାଇଛି। ବରିଷ୍ଠ ଠିକାଦାର ପ୍ରଭାକର ପ୍ରଧାନଙ୍କ ନେତୃତ୍ୱରେ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା, ଜିଲାର ବହୁ ଠିକାଦାର ଏଥିରେ ଭାଗ ନେଇଥିଲେ।


All Right Reserved By Dharitri.Com

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ୨୦ ଆହତ

ବାଲେଶ୍ୱର ଅଫିସ,୧୮।୧: ଜାତୀୟ ରାଜପଥ ଖନ୍ତାପଡା ଥାନା ମେଘନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ବସ୍‌ ସହିତ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୦ଯାତ୍ରୀ...

ଧାନ ନ ଉଠିବା ପ୍ରତିବାଦଧର୍ମଗଡରେ ଚାଷୀଙ୍କ ରାସ୍ତାରୋକୋ

ଧର୍ମଗଡ,୧୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ରବି ଋତୁରେ ମଣ୍ଡି ଖୋଲିବା ଦିନଠାରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଚାଷୀଙ୍କ ପିଛା ଛାଡୁନି।...

ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ:  ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ/ମୋହନା, ୧୯ା୯(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ...

ଦବିଲା ପରମହଂଶ ନିକଟ ମାଛଗାଁ କେନାଲ ବନ୍ଧ: ମରାମତି କାର୍ଯ୍ୟ ଆରମ୍ଭ

କଟକ ସଦର, ୧୯।୮(ଡି.ଏନ୍‌.ଏ.): କଟକ ମାଛଗାଁ କେନାଲର ପରମହଂସ ନିକଟ ବାମପାର୍ଶ୍ୱ ବନ୍ଧଟି ସୋମବାର ରାତିରେ ହଠାତ୍‌ ଦବିଯାଇଥିଲା। ଫଳରେ ଜଗତ୍‌ସିଂହପୁର ଜଳ ସେଚନ ଡିଭିଜନର...

ବୌଦ୍ଧରେ ରଥଯାତ୍ରା ସମ୍ପନ୍ନ: ହରିଗୁଢି ରଥ ଟାଣିଲେ ମହିଳା ଭକ୍ତ

ବୌଦ୍ଧ, ୪।୭(ସ୍ବ.ପ୍ର): ବୌଦ୍ଧର ରଥଯାତ୍ରା ଗୁରୁବାର ସମ୍ପନ୍ନ ହୋଇଛି । ସକାଳେ ପ୍ରଥମେ ସୁଦର୍ଶନଙ୍କୁ ରଥାଋଢ କରିବା ପରେ ପହଣ୍ଡି ହୋଇଥିଲା। ତିନି ଠାକୁର ଗୋଟି...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ

ଧାମନଗର,୯।୮(ଡି.ଏନ୍‌.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ...

ଖୁଣ୍ଟାପିଙ୍ଗୁରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ବଖରା

ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜଣେ ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର...

Leave a comment

Your email address will not be published. Required fields are marked *