Posted inUncategorized

ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଯାଯାବର ଜୀବନଜୀବିକାର ମାଧ୍ୟମ ହୋଇଛି ମହୁ, ଝୁଣା ସଂଗ୍ରହ

ଗଣିଆ,୨୮ା୫(ସନ୍ତୋଷ କୁମାର ପ୍ରଧାନ)- ଇତିହାସ କହେ ଆଦିମ ଯୁଗରେ ମଣିଷ ଯାଯାବର ଜୀବନଯାପନ ବିତାଉଥିଲା। ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଘୂରିବୁଲୁଥିଲା। କାଳକ୍ରମେ ଆଦିମାନବର ବୌଦ୍ଧିକ ଜ୍ଞାନର ବିକାଶ ଘଟିଛି। ମଣିଷ ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ପଦାର୍ପଣ କରିସାରିଛି। ବିଜ୍ଞାନର ଅଗ୍ରଗତି ଯୋଗୁ ମଣିଷ ଆଧୁନିକ ସମାଜରେ ପାଦ ଥାପିଥିଲେ ମଧ୍ୟ ଅଦ୍ୟାବଧି କେତେକ ନିର୍ଦ୍ଦିଷ୍ଟ ଆଦିବାସୀ ସମ୍ପ୍ରଦାୟର ଲୋକ ଜୀବିକା ପାଇଁ ଯାଯାବର ଜୀବନ ବିତାଉଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର ଛାମୁଣ୍ଡିଆ ଅଞ୍ଚଳରେ ଗତ କିଛିଦିନ ଧରି ଏହିଭଳି ଭାବେ ଜୀବନ ବିତାଉଥିବା ୪ ଆଦିବାସୀ (ଶବର) ପରିବାରକୁ ଦେଖିବାକୁ ମିଳିଛି। ଆଖପାଖ ଜଙ୍ଗଲରୁ ମହୁ ଓ ଝୁଣା ସଂଗ୍ରହ କରିବା ସେମାନଙ୍କର ମୁଖ୍ୟ ଜୀବିକା ହୋଇଛି। ଏଥିପାଇଁ ସେମାନେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲରେ ବୁଲିଥାନ୍ତି। ଯାହା ମହୁ ଓ ଝୁଣା ସଂଗ୍ରହ କରନ୍ତି ତାହାକୁ ସନ୍ଧ୍ୟାରେ ନିକଟସ୍ଥ ଗାଁ ଓ ବଜାରରେ ବିକ୍ରି କରିଥାନ୍ତି। ବାସ୍ତବରେ ମହୁ ଓ ଝୁଣାର ବଜାର ଦର ସମ୍ପର୍କରେ ଜାଣି ନ ପାରି କମ୍‌ ମୂଲ୍ୟରେ ବିକ୍ରି କରିଥାନ୍ତି। ତେବେ ଯେଉଁଦିନ ମହୁ, ଝୁଣା ମିଳିଥାଏ ସେହିଦିନ ପରିବାର ସୁରୁଖୁରୁରେ ଚଳିଥାଏ। ଯେଉଁଦିନ କିଛି ମିଳି ନ ଥାଏ ସେଦିନ ଚୁଲି ଜଳି ନ ଥାଏ। ଗୋଟିଏ ସ୍ଥାନରେ ମହୁ ଓ ଝୁଣା ସଂଗ୍ରହ କାର୍ଯ୍ୟ ଶେଷ ହେଲେ ସେମାନେ ଅନ୍ୟସ୍ଥାନକୁ ଚାଲିଯାଇଥାନ୍ତି। ଏହି ସମ୍ପ୍ରଦାୟ ଲୋକଙ୍କ ସାମାଜିକ ଚଳଣି ଅନ୍ୟ ଆଦିବାସୀଙ୍କଠାରୁ ସମ୍ପୂର୍ଣ୍ଣ ନିଆରା ା ନିଜକୁ ବିଶ୍ୱାବସୁ ସମ୍ପ୍ରଦାୟର ଶବର ବୋଲି କହୁଥିବା ଏହି ପରିବାର ସଦସ୍ୟ ଅନ୍ୟ କୌଣସି ସମ୍ପ୍ରଦାୟର ଲୋକଙ୍କଠାରୁ ରନ୍ଧାଖାଦ୍ୟ ସାମଗ୍ରୀ ଦୂରର କଥା ପାଣି ମଧ୍ୟ ଗ୍ରହଣ କରି ନ ଥାନ୍ତି। ସେହିପରି ଖରା, ବର୍ଷା ଓ ଶୀତ ହେଲେ ମଧ୍ୟ କାହା ଘର ବାରଣ୍ଡାକୁ ନ ଯାଇ ଗାଁଠାରୁ ଦୂରରେ ଥିବା ଗଛମୂଳେ ଜୀବନ ଅତିବାହିତ କରିଥାନ୍ତି। କେବଳ ବର୍ଷା ସମୟରେ ଖଜୁରି ପାତି ଓ ଗଛ ଡାଳରେ ଅସ୍ଥାୟୀ କୁଡିଆ କରି ସମୟ ବିତାଇଥାନ୍ତି। ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଏମାନେ ସମ୍ପୂର୍ଣ୍ଣ ଅଜ୍ଞ। ସ୍ଥାୟୀ ଠିକଣା ନ ଥିବାରୁ ଘରବାରି ପଟ୍ଟା, ଇନ୍ଦିରାଆବାସ, ରାଶନକାର୍ଡ, ଭତ୍ତା ପରି ସରକାରୀ ସୁବିଧା ଏମାନଙ୍କ ପାଇଁ ସାତସପନ ପାଲଟିଛି ା ଏପରି କି ଭୋଟର ପରିଚୟ ପତ୍ର, ଆଧାର କାର୍ଡ କ’ଣ ଓ ଏହା କି କାମରେ ଲାଗୁଛି ତାହା ଜାଣି ନ ଥିବା କୁହନ୍ତି। ଦେଶର କୋଣ ଅନୁକୋଣରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ୬ରୁ ୧୪ ବର୍ଷର ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ସରକାର ଶିକ୍ଷାଅଧିକାର ଆଇନ ଆଣିଥିଲେ ମଧ୍ୟ ଏହି ଶବର ସମ୍ପ୍ରଦାୟର କୋମଳମତି ଶିଶୁମାନେ ବହିବସ୍ତାନୀ ପରିବର୍ତ୍ତେ କାନ୍ଧରେ ସଂଗୃହୀତ ମହୁ ଓ ଝୁଣା ବ୍ୟାଗ ଧରି ମା’ବାପାଙ୍କ ସହିତ ଗାଁ ଗାଁ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳୁଛି ା ରୋଗ ବ୍ୟାଧିରେ ପଡିଲେ ଡାକ୍ତରୀ ଓଷଧ ବଦଳରେ ଜଙ୍ଗଲର ଚେରମୂଳିକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ଶବର ସମ୍ପ୍ରଦାୟର ଏହି ଲୋକମାନେ ବର୍ଷବ୍ୟାପୀ ନୟାଗଡ଼ ଜିଲାର ଗଣିଆ ଓ ଦଶପଲ୍ଲା, ବୌଦ୍ଧ ଜିଲାର କୁଶଙ୍ଗ ଓ ହରଭଙ୍ଗା, କନ୍ଧମାଳର ଖଜୁରିପଡା, ଚକାପାଦ ଓ ବାଲିଗୁଡା ଏବଂ କଟକ ଜିଲାର ନରସିଂହପୁର ଜଙ୍ଗଲ ଅଞ୍ଚଳରେ ବୁଲି ବୁଲି ଜୀବନ ଜିବୀକା ନିର୍ବାହ କରିଥାନ୍ତି।


All Right Reserved By Dharitri.Com

ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି,...

ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ...

ଜୁନ୍‌ରେ ହୋଇଛି କମ୍‌ ବର୍ଷା : ଚିନ୍ତାରେ ତାଳଚେର କୃଷି ଜିଲା ଚାଷୀ

ତାଳଚେର, ୬ା୭(ନି.ପ୍ର.)- ତାଳଚେର କୃଷି ଜିଲାରେ ଚଳିତବର୍ଷ ୫୮,୩୬୪ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଅନିୟମିତ ବର୍ଷା ଏବେଠାରୁ...

କ୍ୱିକ୍‌ ହିଲର ପରବର୍ତ୍ତୀ ପିଢି ସିକ୍ୟୁରିଟି ସଲ୍ୟୁଶନ

ପୁଣେ,୧୯-୫: କ୍ୱିକ୍‌ ହିଲ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ପରବର୍ତ୍ତିି ପିଢିର ସାଇବର ସିକ୍ୟୁରିଟି ସଲ୍ୟୁଶନ ଲାଇଟର ସ୍ମାର୍ଟର ଫାଷ୍ଟର ସମ୍ପର୍କରେ ଘୋଷଣା କରାଯାଇଛି। ଏଗୁଡିକ ଲାପଟପ...

ବାଲି ଗାଡ଼ି ଜବତ କଲେ ତହସିଲଦାର

ପାରାଦୀପ,୫ା୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟବର୍ତ୍ତୀ ସୀମା ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀରୁ କିଛିଦିନ ହେଲା ବିପୁଳ ପରିମାଣର ବାଲି ଉତ୍ତୋଳନ ଚାଲିଥିଲା। ଦୁଇ ଜିଲାର...

ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ...

ପାନ ଦୋକାନରୁ ଜବତ ହେଲା କୋରେକ୍ସ

ନୟାଗଡ଼ ଅଫିସ,୨।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଚଢ଼ାଉ କରାଯାଉଛି। କ୍ୟାବିନ୍‌ କରି ପାନ ଦୋକାନ...

Leave a comment

Your email address will not be published. Required fields are marked *