Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ୮ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ,୨୮ା୫: ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହି ଉତ୍ସବରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେବେ। ଭାରତ ସରକାରଙ୍କ ପକ୍ଷରୁ ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପଡୋଶୀ ପ୍ରଥମ ନୀତିକୁ ସରକାର ପ୍ରାଧାନ୍ୟ ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଅଧ୍ୟକ୍ଷ ଥିବା କିର୍‌ଗିଜ ରିପବ୍ଲିକ୍‌ ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ହୋଇଥିବା ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଗୁରୁବାର ରାତି ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶନିବାର ମୋଦଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସରକାର ଗଠନ ଲାଗି ତାଙ୍କୁ ଆମନ୍ତ୍ରଣ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ନିର୍ବାଚନ ହୋଇଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୫୩ ଆସନରେ ବିଜୟୀ ହୋଇଛି।


All Right Reserved By

ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ...

ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା

ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି।...

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର...

ମାନ୍ଦାବସ୍ଥାକୁ ନେଇ ଭାଜପା ଉପରେ ବର୍ଷିଲେ ସୋନିଆ:ଜନାଦେଶର ଦୁରୁପଯୋଗ ବିପଜ୍ଜନକ

ନୂଆଦିଲ୍ଲୀ,୧୩-୯(ପି.ଟି.):ଦେଶରେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜନାଦେଶକୁ ଭାଜପା ସରକାର ବିପଜ୍ଜନକ ଭାବେ ଦୁରୁପଯୋଗ କରୁଥିବା...

ଆଇଇଡିଠାରୁ ଶକ୍ତିଶାଳୀ ଭୋଟର ଆଇଡି: ମୋଦି

ଅହମ୍ମଦାବାଦ,୨୩।୪: ଭୋକ ସଭା ନିର୍ବାଚନ ୨୦୧୯ର ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମକୁ ନେଇ ସାରା ଦେଶ ଚଳଚଞ୍ଚଳ। ଏହି ପର୍ଯ୍ୟାୟରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ...

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ...

କଂଗ୍ରେସ ନେତାଙ୍କୁ ସୋନିଆଙ୍କ ନିର୍ଦ୍ଦେଶ:ମତଭେଦ ଭୁଲି ବୟାନ ଦେବାରୁ ବିରତ ରୁହନ୍ତୁ

ନୂଆଦିଲ୍ଲୀ, ୬।୯: ମଧ୍ୟ ପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ମଦଭେଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତିତ ଅଛନ୍ତି। ସମସ୍ତ ମତଭେଦ ଭୁଲି ସାର୍ବଜନୀନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *