ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। କିନ୍ତୁ ଅନୁପମା ଚୋପ୍ରାଙ୍କ ଶୋ’ରେ ଅରବାଜ ପହଞ୍ଚି ଏନେଇ ମୁହଁ ଖୋଲିଛନ୍ତି।  ଶୋ’ରେ ଯେତେବେଳେ ମଲାଇକାଙ୍କୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ଏହାର ଉତ୍ତରରେ ସେ କହିଥିଲେ, ସବୁକିଛି ଠିକ୍‌୍‌ଠାକ୍‌ ଚାଲିଥିଲା। କିନ୍ତୁ ଅଚାନକ ସମ୍ପର୍କ ତୁଟିଗଲା। କିଛି ଭୁଲ ନୁହେଁ।  ଦୁଇଜଣ ନିଜ ନିଜର ଲାଇଫ୍‌କୁ ଚଳାଇବାକୁ ନିଷ୍ପତ୍ତି ନେଇଛୁ। ବିବାହର ସ୍ମୃତିକୁ କ’ଣ ଆପଣ ମନେ ରଖିବେ ବୋଲି ପଚରାଗଲା। ସେ କହିଲେ, ନିଶ୍ଚିତ କରିବି। ବାହାଘର ଦୀର୍ଘବର୍ଷର ସମ୍ପର୍କ। ତେଣୁ ମଣିଷ ମରିବା ପୂର୍ବରୁ ଭଲରେ ରହିବା ପାଇଁ ଚେଷ୍ଟା କରିଥାଏ।  କିନ୍ତୁ ସମୟ ବଦଳିବା ବି ଠିକ୍‌। ଏସବୁ ଘଟଣା ଏବେ ଅତୀତ ହୋଇସାରିଛି।  ଏଥିରୁ ଅରବାଜଙ୍କ ହୃଦୟ କଥା ସ୍ପଷ୍ଟ ବାରି ହୋଇପଡୁଛି। ଅନ୍ୟପକ୍ଷରେ ଏହା ପୂର୍ବରୁ କରୀନା କପୁରଙ୍କ ଏକ ଶୋ’ରେ ମଲାଇକା କହିଥିଲେ, ଏ ବିବାହରେ ଆମେ ଦୁଇଜଣ କେହି ଖୁସି ନ ଥିଲୁ। ଏହାର ପ୍ରଭାବ ପରିବାର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଲା। ଛାଡ଼ପତ୍ର ପରେ ସମାଜକୁ ସାମ୍ନା କରିବାକୁ ପଡୁଥିବା କହିଥିଲେ। କହିରଖୁଛୁ, ମଲାଇବା ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି।


All Right Reserved By

ମିଥୁନ ଦା’ଙ୍କ କଥା ଶୁଣି କାନ୍ଦିଲେ ଜଜ୍‌

ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍‌ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ...

ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କର ଇଟାଲିୟନ୍‌ ପୁରୁଷ ବନ୍ଧୁ ମାଇକେଲ କୋରସେଲଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ଖବର ଶୁଣିବାକୁ ମିଳୁଛି। ଅବଶ୍ୟ...

ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ

ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍‌ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି।...

ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ...

ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା...

ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା...

ହ୍ରିତିକ-ଅମିଷା: ୯୨ ପୁରସ୍କାର

ହ୍ରିତିକ ରୋଶନଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘କହୋ ନା ପ୍ୟାର୍‌ ହୈ’। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସୁପର ହିଟ୍‌ ହେବା ସହ...

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *