Posted inଜାତୀୟ

ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର: କୋଲକାତା, ମୁମ୍ବାଇ ମଧ୍ୟ ଟପ୍‌ ୧୦ରେ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏବେ ସେଠାରେ ଲୋକେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କାରଣ ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ୬ଶହ ଟପିଗଲାଣି। ଶନିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ପ୍ରାୟ ୫୨୭। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସ୍କାଇମେଟ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ଦର୍ଶାଯାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନର ଲାହୋର ଓ ତୃତୀୟ ସ୍ଥାନରେ ରହିଛି ଉଜବେକିସ୍ତାନର ତାସକଂଦ। ତେବେ ମୁମ୍ବାଇ ଓ କୋଲକତା ଏହି ପ୍ରଦୂଷଣ ତାଲିକାର ଟପ୍‌ ୧୦ରେ ରହିଛନ୍ତି। ଏଥିରେ କୋଲକାତା ପଞ୍ଚମ ସ୍ଥାନରେ ଥିବା ବେଳେ ମୁମ୍ବାଇ ନବମ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଆଇକ୍ୟୁ ଏୟାର ଭିଜୁଆଲ ମଧ୍ୟ ଦିଲ୍ଲୀକୁ ସର୍ବାଧିକ ପ୍ରଦୂଷିତ ସହର ବୋଲି କହିଥିଲା। ତେବେ ଦିଲ୍ଲୀର ଏୟାର କ୍ୱାଲିଟିକୁ ଦେଖି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସ୍ଥାନରେ ଏୟାର ପ୍ୟୁରିଫାୟାର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି।...

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।...

ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ...

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

ଆକାଶ ବିଜୟବର୍ଗୀୟ ମାମଲା: ମୁହଁ ଖୋଲିଲେ ମୋଦି 

ନୂଆଦିଲ୍ଲୀ,୨।୭: ମଧ୍ୟପ୍ରଦେଶ ନିଗମକର୍ମୀଙ୍କୁ ମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁହଁ ଖୋଲିଛନ୍ତି। ସଂସଦୀୟ ଦଳ ବୈଠକରେ କାହାର ନାମ ନ ନେଇ ସେ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ରବିବାର ମୋହରାବଦି ଗ୍ରାଉଣ୍ଡରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ...

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି...

Leave a comment

Your email address will not be published. Required fields are marked *