Posted inରାଜ୍ୟ

ଆହୁରି ୨୪ ଘଣ୍ଟା ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୮ା୫(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ ବି ରହି ହେଉନି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ ଓ ସାରା ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୯ ଜିଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏସବୁ ଜିଲାରେ ଭୟଙ୍କର ତାତି ସହ ଝାଞ୍ଜିମାଡ଼ ହେବ। ଏହାପରେ ତାତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।
ତେବେ ସୋମବାର ସୋନପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିଭଳି ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୫ ସହରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା। ସମ୍ବଲପୁର ୪୪.୭, ଟିଟିଲାଗଡ଼ ୪୪.୬, ତାଳଚେର ୪୪.୩, ଝାରସୁଗୁଡ଼ା ୪୪, ବଲାଙ୍ଗୀର ୪୩.୭, ହୀରାକୁଦ ୪୩.୬, ମାଲକାନଗିରି ୪୩.୨, ଭବାନୀପଟଣା ୪୩, ଅନୁଗୋଳ ୪୨.୭, ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଅସହ୍ୟ ସ୍ଥିତି ଲାଗି ରହିଛି। ଯଦିଓ ଏଠାରେ ତାପମାତ୍ରା ଅଧିକ ରହୁନି, ତଥାପି ପ୍ରବଳ ଝାଞ୍ଜି ପବନ ଏଠାରେ ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି। ସକାଳ ୯ଟା ହେଲେ ବାହାରକୁ ବାହାରିବାକୁ ଡର ଲାଗୁଛି। ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ସୋମବାର ଭୁବନେଶ୍ୱରରେ ତାପମାତ୍ରା ୩୮.୨ ରହିଥିବାବେଳେ କଟକରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ରାତିରେ କାଳବୈଶାଖୀ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେଉଥିବାରୁ ଏହି ସମୟରେ ଲୋକେ ଭୟ ଓ ଆଶଙ୍କାରେ ବାହାରକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଆଦି ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାର ବାକି ଜିଲା ସହ କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼ ଓ ବୌଦ୍ଧ ଜିଲାରେ ବଜ୍ରପାତ ହେବ। ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।


All Right Reserved By Dharitri.Com

ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡ଼ା

ପୁରୀ ଅଫିସ,୧୦।୯: ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡା ମଠ। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନରେ ଲଙ୍ଗୁଳି...

ମୋଦିଙ୍କ ଶାସନରେ ଗରିବ ଲାଭାନ୍ବିତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଗରିବମାନେ ସର୍ବାଧିକ ଲାଭାନ୍ବିତ ହୋଇଛନ୍ତି। ଭୁବନେଶ୍ୱରଠାରେ ଶନିବାର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ଭାଜପା ପକ୍ଷରୁ ଆୟୋଜିତ...

ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା : ବିପଦକୁ ଆମନ୍ତ୍ରଣ କରୁଛି ମେରାଇନ୍‌ ପୋଲିସରେ ଅବ୍ୟବସ୍ଥା

ଭୁବନେଶ୍ୱର,୬।୯ : କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ପରେ ବିଶେଷଭାବେ ପ୍ରତିକ୍ରୀୟାଶୀଳ ହୋଇ ଉଠିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନ...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ: ସପ୍ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ସୋମବାର ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ...

ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ...

ଘଡ଼ଘଡ଼ି ସହ ବର୍ଷା: ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨।୧୦(ଡି.ଏନ.ଏ.): ଭଞ୍ଜନଗର ଅଞ୍ଚଳରେ ବୁଧବାର ଅପରାହ୍ନ ୪ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ବିଶେଷ ଭାବେ ସାଉଥ୍‌କୋର କ୍ଷତି ହୋଇଛି। ଘଡ଼ଘଡ଼ି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *