ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ ୩ ଏନଏସି ଅଞ୍ଚଳର ଫସଲ କ୍ଷତି ହୋଇଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷତି ଆକଳନ କରାଯାଇ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ୧୨୫ ପଞ୍ଚାୟତ ଓ ୩ ଏନ୍‌ଏସିରେ ୬ହଜାର ୮୪୯.୯୯ ହେକ୍ଟର ଜମିର ଧାନ ଏବଂ ୧୧୧.୨୦ ହେକ୍ଟର ଜମିରେ ହୋଇଥିବା ଅନ୍ୟାନ୍ୟ ଫସଲ କ୍ଷତି ହୋଇଥିବା କୃଷି ବିଭାଗ ଆକଳନ କରିଛି। ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ରିପୋର୍ଟ ଉପରେ ଆଲୋଚନା ବୈଠକ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ। କୃଷି, ସମବାୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଲଘୁଚାପ ବର୍ଷାରେ ଜିଲାରେ ୨୬୨୫.୧୮ ହେକ୍ଟର ଧାନ ଫସଲ ୩୩ % କ୍ଷତି ହୋଇଥିବା ବେଳେ ୨୨୭୪.୭୧ ହେକ୍ଟର ୩୩ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇଛି। ସେହିପରି ୧୯୪୯.୫୫ ହେକ୍ଟର ଜମିରେ ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି। ଛତ୍ରପୁର ସବଡିଭିଜନର ୮୬ ପଞ୍ଚାୟତ, ବ୍ରହ୍ମପୁର ସବଡିଭିଜନର ୧୪ ପଞ୍ଚାୟତ ଓ ଭଞ୍ଜନଗର ସବଡିଭିଜନର ୨୫ ପଞ୍ଚାୟତର ଧାନ ଫସଲ କ୍ଷତି ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକରେ ଧାନ ଫସଲ ବିଶେଷ କ୍ଷତି ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିପାରିବ ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ପାଣିରେ ବିଭିନ୍ନ ସ୍ଥାନରେ ଧାନ ଓ ଅନ୍ୟ ଫସଲ କିଭଳି ବୁଡି ରହିଥିଲା ସେ ସବୁର ଫଟୋ ଜିଲାପାଳ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ। ନିୟମ ଅନୁଯାୟୀ ବୀମା କରିଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିବ ବୋଲି ବୀମା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ୧୦ ପଞ୍ଚାୟତରେ ୧୧୬୫.୫୫ ହେକ୍ଟର ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଛି। ସେଥିମଧ୍ୟରେ କୋଳଥିଗାଁ ପଞ୍ଚାୟତରେ ୧୮୮ ହେକ୍ଟର, ଫୁଲଟାରେ ୨୨୦ ହେକ୍ଟର, ଗଉଞ୍ଜୁ ପଞ୍ଚାୟତର ୧୫୪ ହେକ୍ଟର, ମେଣ୍ଡରାଜପୁର ପଞ୍ଚାୟତର ୧୫୦ ହେକ୍ଟର, ଇନ୍ଦ୍ରାକ୍ଷୀ ପଞ୍ଚାୟତର ୬୦ ହେକ୍ଟର, କମଳାପୁର ପଞ୍ଚାୟତର ୧୬ ହେକ୍ଟର, ଡୁରା ପଞ୍ଚାୟତର ୧୮ ହେକ୍ଟର, ମନ୍ତ୍ରିଡି ପଞ୍ଚାୟତର ୨୦୨.୧୫ ହେକ୍ଟର, କୁଠାରସିଙ୍ଗି ପଞ୍ଚାତୟର ୪୦.୦୩ ହେକ୍ଟର ଓ ବିଶ୍ୱନାଥପୁର ପଞ୍ଚାୟତର ୧୧୭.୩୭ ହେକ୍ଟର ଧାନ ଫସଲ କ୍ଷତି ରହିଛି। ସେହିପରି ଖଲ୍ଲିକୋଟ ବ୍ଲକର ୬୦୯ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ୫୦ ପ୍ରତିଶତ କ୍ଷତି ହୋଇଥିବା ବେଳେ ୧୬୪ ହେକ୍ଟର ଜମିରେ ଧାନ ଫସଲ ୩୩ରୁ ୫୦ ପ୍ରତିଶତ ମଧ୍ୟରେ କ୍ଷତି ହୋଇଥିବା ଆକଳନ ହୋଇଛି। ଅନ୍ୟପକ୍ଷରେ ଲଘୁଚାପଜନିତ ଉକ୍ତ ବର୍ଷାରେ ଜିଲାର ଅନ୍ୟ ୯ ବ୍ଲକରେ ଫସଲ ପ୍ରଭାବିତ ହୋଇନି। ସୂଚନାଯୋଗ୍ୟ, ଅକ୍ଟୋବର ୨୩ ରୁ ୨୫ ତାରିଖ ମଧ୍ୟରେ ଜିଲାରେ ୧୭୮.୦୫ ମି.ମି. (ଆଭରେଜ୍‌) ବର୍ଷା ହୋଇଥିଲା। ସେଥିମଧ୍ୟରେ ୨୩ ତାରିଖରେ ୧୮.୧୬ ମି.ମି., ୨୪ ତାରିଖରେ ୧୨୫.୧୯ ମି.ମି. ଓ ୨୫ ତାରିଖରେ ୩୪.୭ ମି.ମି. ବର୍ଷା ରେକର୍ଡ କରାଯାଇଥିଲା।


All Right Reserved By Dharitri.Com

ଯୁବକଙ୍କ ଗଳିତ ମୃତଦେହ ଜବତ ଘଟଣା: ଅପମୃତ୍ୟୁ ହେଲା ହତ୍ୟା ମାମଲା

ବ୍ରହ୍ମପୁର ଅଫିସ,୩ା୨-ଗୋସାଣୀନୂଆଗାଁ ଥାନାରେ ରୁଜୁ ହୋଇଥିବା ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ପୋଲିସ ନଂ.୧/୨୦ରେ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ...

ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି...

ଗଁ।କୁ ଫେରୁନି ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମର ହରସ ସାମଲ (୨୬)ଙ୍କ ଗତ ୧୧ ଅକ୍ଟୋବରରେ ମୃତ୍ୟୁ ହୋଇଥିବା ନେଇ କୁଏତରୁ ପରିବାରକୁ ଫୋନ ଆସିଥିଲା। ପରିବାର ଲୋକେ...

ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପ୍ରସଙ୍ଗ : ଯାଞ୍ଚ ହେବ ଜୁନିୟର, ରେଗୁଲାର ଶିକ୍ଷକଙ୍କ ପ୍ରମାଣପତ୍ର

ଛତ୍ରପୁର,୩୦ା୬(ଡି.ଏନ.ଏ.)-ଜାଲ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଦେଇ କେତେଜଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ...

୧୩୬ ଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଚନ୍ଦ୍ରଗିରି,୨୧ା୭(ଡି.ଏନ୍‌.ଏ.)-‘ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ’ ନାରାଦେଇ ସରକାର ସମସ୍ତଙ୍କ ପାଖରେ ଶିକ୍ଷା ବ୍ୟବସ୍ଥା ପହଞ୍ଚାଇବାକୁ ବହୁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ...

ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉନି ମହାନଦୀ : କେନ୍ଦ୍ର ଅବହେଳାକୁ ଦାୟୀ

ବ୍ରହ୍ମପୁର ଅଫିସ,୧୯ା୫-କୃଷି ପ୍ରଧାନ ଗଞ୍ଜାମ ଜିଲାର ବହୁବର୍ଷର ଦାବି ଋଷିକୁଲ୍ୟା ଓ ମହାନଦୀ ସଂଯୋଗୀକରଣ ହୋଇପାରିଲା ନାହିଁ। ବିଜେଡି ଓ ଭାଜପା ମେଣ୍ଟ ସରକାର ଅମଳରୁ...

ସରୁନି ଓଡିଆର୍‌ପି ଡ୍ରେନ୍‌, ରାସ୍ତା କାର୍ଯ୍ୟ ବିପଦସଙ୍କୁଳ ପ୍ରେମନଗର ମୁଖ୍ୟରାସ୍ତା

ବ୍ରହ୍ମପୁର ଅଫିସ,୧୨ା୧୧-ବ୍ରହ୍ମପୁର ସହରକୁ ସବୁଜ, ସୁନ୍ଦର ସହ ସ୍ମାର୍ଟ ସିଟିରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି...

ରାସ୍ତାରେ ହାତଧୋଇ ସଚେତନତା

ସୋରଡା,୨୭ା୩(ଡି.ଏନ୍‌.ଏ.)- ସୋରଡାରେ ସ୍ବାସ୍ଥ୍ୟବିଭାଗ, ପୋଲିସ ଓ ଏନ୍‌ଏସି ପ୍ରଶାସନ ତରଫରୁ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ଥାନା ଅଧିକାରୀ ରମେଶ...

Leave a comment

Your email address will not be published. Required fields are marked *