ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକ ଗିରଫ

ଯୋଡ଼ା, ୧୭।୧୧(ଡି.ଏନ.ଏ.) -କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଯୋଡା ବ୍ଲକ ଅଧୀନ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ା
ପୋଲିସ ସୂଚନା ଅନୁଯାୟୀ ଗତ ବୁଧବାର ଯୋଡା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(ଡବ୍ଲ୍ୟୁଇଓ) ପରିଦର୍ଶନକୁ ଯାଇଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ର ଛାତ୍ରୀନିବାସର ୨ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀମାନେ ଏ ନେଇ ଡବ୍ଲ୍ୟୁଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ରୋଷେୟାଙ୍କୁ ତଦନ୍ତ ପାଇଁ ଯୋଡା ବ୍ଲକକୁ ଡକାଇଥିଲେ। ଏହି ଘଟଣାରେ କ୍ଷୁବ୍ଧ ହୋଇ ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ କୁଆଡ଼େ ଧମକଚମକ ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ୧୫ ଜଣ ଛାତ୍ରୀ ଭୟରେ ଛାତ୍ରୀନିବାସ ଛାଡି ନିକଟସ୍ଥ ବେଲଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଆଶ୍ରୟ ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଏ ସମ୍ପର୍କରେ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଖବର ଦେବା ସହିତ ବାମେବାରୀ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗ ପାଇବା ପରେ ବାମେବାରୀ ପୋଲିସ ଶୁକ୍ରବାର ଦଫା ୩୫୪(ଏ), ୫୦୬ ଆଇପିସି , ୧୦,୧୨ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା( ନଂ. ୧୫୭/୨୦୧୯) ରୁକୁ କରି ତଦନ୍ତ କରିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିବା ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି ହୋଇଛି ା ଯୋଡା ବ୍ଲକ ପକ୍ଷରୁ ଶୁକ୍ରବାର ସମ୍ପୃକ୍ତ ପ୍ରଧାନଶିକ୍ଷକ ପାତ୍ରଙ୍କୁ ନିଲମ୍ବନ କରାଯାଇ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଚିଠି (ନଂ ୧୭୩୫. ତା ୧୫।୧୧।୨୦୧୯) ରିଖରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏଥିସହ ତାଙ୍କୁ ଛାତ୍ରୀନିବାସର ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ଏହାମଧ୍ୟରେ ଯୋଡା ଥାନାର ମହିଳା ସବଇନ୍ସପେକ୍ଟର ସାଗରିକା ମହାନ୍ତି ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରି ଛାତ୍ରୀମାନଙ୍କ ବୟାନ ରେକର୍ଡ କରିଛନ୍ତି। ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ମଧ୍ୟ ବିଦ୍ୟାଳୟକୁ ଯାଇ ତଦନ୍ତ କରି ଫେରିଛନ୍ତି। ଘଟଣା ଦିନ ଛାତ୍ରୀନିବାସରେ ପ୍ରଧାନଶିକ୍ଷକ, ଜଣେ କର୍ମଚାରୀ ଓ ୨ଜଣ ସ୍ଥାନୀୟ ଲୋକ ଏକାଠି ହୋଇ କୌଣସି ନିଶାଦ୍ରବ୍ୟ ସେବନ କରିଥିବା ଛାତ୍ରୀମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଯୋଡା ବ୍ଲକର ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଚମ୍ପୁଆ ଶିକ୍ଷାଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ କହିଛନ୍ତି, ଛାତ୍ରୀମାନଙ୍କଠାରୁ ଏନେଇ ଲିଖିତ ଅଭିଯୋଗ ମିଳିବା ପରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି। ବିଦ୍ୟାଳୟର ଛାତ୍ରୀନିବାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୩୮ ଜଣ ଛାତ୍ରୀ ରହୁଥିବାବେଳେ ସେଠାରେ ପୁରୁଷ କର୍ମଚାରୀ ନିଯୁକ୍ତି ଦିଆଯିବା ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।


All Right Reserved By Dharitri.Com

ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ...

ବେଆଇନ ଖଣି ଖନନ: ଜିଲାପାଳଙ୍କ କୋର୍ଟରେ ଶୁଣାଣି, ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ...

ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ତହସିଲଦାର, ଏଡିଡବ୍ଲ୍ୟୁଓ

ଚମ୍ପୁଆ, ୩୧।୭(ଡି.ଏନ.ଏ.): ଚମ୍ପୁଆ ବ୍ଲକର ବିଭିନ୍ନ ଆଶ୍ରମ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରଛନ୍ତି। ବିଦ୍ୟାଳୟରେ ସୁରକ୍ଷା, ରନ୍ଧା ହେଉଥିବା ଖାଦ୍ୟ, ଛାତ୍ରୀ ନିବାସ ଓ ପାଠପଢାକୁ...

୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା, ୧୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଓ୍ବାର୍ଡର ପୋଷ୍ଟ ଓଫିସ...

ଓଲଟିଲା ପଥର ବୋଝେଇ ହାଇଓ୍ବା, ବର୍ତ୍ତିଲେ ଡ୍ରାଇଭର

ହାଟଡିହି,୩୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିଆଡ଼ିମାଳିଆଠାରେ ମଙ୍ଗଳବାର ରାତିରେ ଏକ ହାଇୱା ଭାରସାମ୍ୟ ହରାଇ ଓଲଟିପଡ଼ିଛି ା ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ...

ଉଧେଇ ପାରୁନି ବେଦ ବିଦ୍ୟାଳୟ

କେନ୍ଦୁଝର, ୩ା୮ (ସ୍ବ.ପ୍ର.) -କେନ୍ଦୁଝର ପୁରୁଣା ବଜାର ନିକଟ ସିଦ୍ଧମଠଠାରେ ୨୦୦୪ରୁ ଗଢି ଉଠିଥିବା ବେଦ ବିଦ୍ୟାଳୟ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢି ପାରୁନାହିଁ ା...

୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ...

ଜରି ମେଢ଼ରେ ଝଲସିବେ ଗଣେଶ

କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ...

Leave a comment

Your email address will not be published. Required fields are marked *