ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ ଇତିମଧ୍ୟରେ ଜିଏସ୍‌ଟି କାଉନସିଲ୍‌ର ଆସନ୍ତା ବୈଠକର ଏଜେଣ୍ଡା ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ଏଜେଣ୍ଡାରେ ଉକ୍ତ ଦୁଇ ପେଟ୍ରୋଲିୟମ ପଦାର୍ଥକୁ ଜିଏସ୍‌ଟିରେ ସାମିଲ କରିବା ନେଇ ଆଲୋଚନା କରାଯିବ। ପେଟ୍ରୋଲ ଓ ଡିଜେଲ ସମେତ ୫ ପେଟ୍ରୋଲିୟମ ପଦାର୍ଥକୁ ଅଦ୍ୟାବଧି ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ଇତିପୂର୍ବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରାକୃତିକ ବାଷ୍ପ ଏବଂ ଏଟିଏଫ୍‌କୁ ଜିଏସ୍‌ଟିରେ ସାମିଲ କରିବାକୁ ପ୍ରସ୍ତାବ ଦେଇସାରିଛି। ଜିଏସ୍‌ଟିକୁ ନେଇ ରାଜ୍ୟଗୁଡ଼ିକ ସହ ଏକମତ ହେବା ଲକ୍ଷ୍ୟରେ ପୂର୍ବର ଏନ୍‌ଡିଏ ସରକାର ୫ ପେଟ୍ରୋଲିୟମ ପଦାର୍ଥ ଯଥା: ଅଶୋଧିତ ତେଲ, ପେଟ୍ରୋଲ, ଡିଜେଲ, ଏଟିଏଫ୍‌ ଓ ପ୍ରାକୃତିକ ବାଷ୍ପକୁ ଏଥିରୁ ବାଦ୍‌ ଦେଇଥିଲେ। ତେବେ ରୋଷେଇ ଗ୍ୟାସ୍‌(ଏଲ୍‌ପିଜି), କିରୋସିନ ଏବଂ ନାଫ୍‌ଥାକୁ ଜିଏସ୍‌ଟିରେ ସାମିଲ କରାଯାଇଥିଲା। ଏଥିଯୋଗୁ ତୈଳ କମ୍ପାନୀଙ୍କୁ ବହୁ ଅସୁବିଧା ହେଉଛି। କାରଣ ସେମାନଙ୍କୁ ଉଭୟ ପୁରୁଣା ଏବଂ ନୂଆ ଟିକସ ବ୍ୟବସ୍ଥା ସହ ତାଳ ଦେଇ ଚାଲିବାକୁ ଓ ହିସାବ କରିବାକୁ ପଡ଼ୁଛି। ଚଳିତ ଆର୍ଥିକ ବର୍ଷରେ ମାସକୁ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯିବ ବୋଲି ଆଶାକରାଯାଉଛି। ଏପ୍ରିଲରେ ଜିଏସ୍‌ଟି ଆଦାୟ ୧.୧୩ ଲକ୍ଷ କୋଟି ଟଙ୍କା ହୋଇଥିଲା। ଏଟିଏଫ୍‌କୁ ଜିଏସ୍‌ଟି ଅଧୀନକୁ ଅଣାଗଲେ ବିମାନ କମ୍ପାନୀଗୁଡ଼ିକ ବିମାନ ଇନ୍ଧନ ପାଇଁ ଗୋଟିଏ ପ୍ରକାର ଟିକସ ଦେବେ ଏବଂ ସେମାନଙ୍କୁ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ମିଳିଯିବ। ଫଳରେ ବିମାନ ଇନ୍ଧନ ମୂଲ୍ୟ ହ୍ରାସ ପାଇବ ଏବଂ ବିମାନ ଯାତ୍ରା ଶସ୍ତା ହେବ। ସେହିପରି ପ୍ରାକୃତିକ ବାଷ୍ପକୁ ଜିଏସ୍‌ଟି ଅଧୀନକୁ ଅଣାଗଲେ ଓଏନ୍‌ଜିସି, ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ପ୍ରାୟ ୨୫ ହଜାର କୋଟି ଟଙ୍କା ଟିକସ ବଞ୍ଚାଇ ପାରିବେ। କାରଣ ସେମାନଙ୍କୁ ଇନ୍‌ପୁଟ ଓ ସେବା ପାଇଁ କ୍ରେଡିଟ୍‌ ପାଇବେ।


All Right Reserved By Dharitri.Com

ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୩-୨: ବଜେଟ ଘୋଷଣା ପରେ ଦେଶର ପୁଞ୍ଜି ବଜାର ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି। ଏବେ ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର ରହିଛି।...

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଠକିଛନ୍ତି ଚୋକ୍‌ସୀ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୦୦୦ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ...

ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା...

ଆଇପିଓ ପ୍ରସ୍ତାବକୁ ଏଲ୍‌ଆଇସି କର୍ମଚାରୀ ସଂଘର ବିରୋଧ

ମୁମ୍ବାଇ,୫-୨: ଏଲ୍‌ଆଇସିରେ ଅଂଶଧନ ବିକ୍ରି ନେଇ ସରକାର ବଜେଟରେ ପ୍ରସ୍ତାବ ରଖିଛନ୍ତି। ଏହାର ଆଇପିଓ ଆସନ୍ତା ଆର୍ଥିକ ଦ୍ୱିତୀୟ ତ୍ରୈମାସରେ ଆସିପାରେ ବୋଲି କୁହାଯାଇଛି। ଏହି...

ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ପୁଣି କମିଲା

ନୂଆଦିଲ୍ଲୀ, ୨-୧୨ : ଚଳିତ ବର୍ଷ ନଭେମ୍ବରରେ ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ପୁଣି ହ୍ରାସ ଘଟିଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି...

୨୦୨୪ ଯାଏ ୬.୬% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୩-୧୧: ୨୦୨୦-୨୪ ଯାଏ ଭାରତର ଜିଡିପି ଅଭିବୃଦ୍ଧି ବାର୍ଷିକ ୬.୬% ହାରରେ ବୃଦ୍ଧି ଘଟିବ। ଏହା ୨୦୧୩-୧୭ ମଧ୍ୟରେ ହୋଇଥିବା ହାରାହାରି ୭.୩% ଅଭିବୃଦ୍ଧି ହାର...

ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍‌ସିଏଲ୍‌ଟି ନୋଟିସ

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର...

Leave a comment

Your email address will not be published. Required fields are marked *