ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ଗ୍ରାମର ଲୋକେ ମୁଠେ ଦେଲେ ପେଟକୁ ଦାନା ଯାଉଛି । ସମ୍ପତି ବାଡି ନ ଥିବା ଏହି ବୃଦ୍ଧ ଦମ୍ପତି ଗୋପୀନାଥ ପଧାନ(୭୫)ଏବଂ ତାଙ୍କ ସ୍ତ୍ରୀ ବଗୁଲି ପଧାନ(୬୫) ଙ୍କର ୨ ପୁଅ ଥିଲେ। ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଏପରିସ୍ଥଳେ ଅସହାୟ ଦମ୍ପତି ପୁଅଙ୍କ ଫେରିବା ବାଟକୁ ଚାହିଁ ଆଖିରୁ ଲୁହ ଗଡାଇ ଭୋକ ଉପାସରେ ଦିନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ଦମ୍ପତିଙ୍କ ଲାଗି ତାହା ସାତ ସପନ ପାଳଟିଛି।
ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଭୂୟାଁ ଜନଜାତିର ପରିବାର ବସବାସ କରୁଛନ୍ତି। ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏଯାଏ ଗାଁକୁ ବିକାଶର ଧାରା ଛୁଇଁନାହିଁ । ବୃଦ୍ଧ ଦମ୍ପତି ଗୋପୀନାଥ ଏବଂ ବଗୁଲିଙ୍କର କୌଣସି ଜମିବାଡି ନାହିଁ ା ଏଥିଲାଗି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ପାରି ନାହିଁ। ସେମାନେ ସରକାରୀ ଯୋଜନାରେ ଇନ୍ଦିରା ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଆବେଦନ କରି ନିରାଶ ହେବା ପରେ ଏବେ ଭାଗ୍ୟକୁ ଆଦରି ନିଜ ଭଙ୍ଗା କୁଡିଆ ଘରେ ପଡିରହିଛନ୍ତି । ଆଗରୁ ମୂଲମଜୁରି ଲାଗି ପେଟ ପୋଷୁଥିଲେ। ବଳ ବୟସ ହଟିବାରୁ ଆଉ କାମଧନ୍ଦା କରି ପାରୁ ନାହାନ୍ତି। ଦାଦନ ଖଟିବାକୁ ଯାଇଥିବା ପୁଅ ଘରକୁ ଫେରି ନ ଥିବାରୁ ଏହା ସେମାନଙ୍କ ଦୁଃଖକୁ ବହୁଗୁଣିତ କରିଛି। ଏପରିସ୍ଥଳେ ଗ୍ରାମବାସୀଙ୍କ ସହାୟତା ସେମାନଙ୍କ ଲାଗି ସାହା ଭରସା ପାଲଟିଛି। ସରକାରୀ ଯୋଜନା କିଭଳି ତଳସ୍ତରରେ ଅବହେଳିତ ଓ ଉପେକ୍ଷିତ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଏହି ଦମ୍ପତି ତାହାର ଉଦାହରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶିରପାଣି ପଧାନଙ୍କୁ ପଚାରିବାରୁ କହିଛନ୍ତି, ଗୋପୀନାଥ ଓ ବଗୁଲିଙ୍କୁ ଭତ୍ତା ଯୋଗାଇ ଦେବା ଲାଗି ଯୋଜନା କରାଯାଇଛି। ସେମାନଙ୍କର ଜମିପଟ୍ଟା ନ ଥିବାରୁ ଇନ୍ଦିରା ଆବାସ ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ଏସମ୍ପର୍କରେ ବିିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ସଂପୃକ୍ତ ପଞ୍ଚାୟତର ଗ୍ରାମସେବକ ଦ୍ୱାରା ବୃଦ୍ଧ ଦମ୍ପତିଙ୍କ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


All Right Reserved By

ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍‌ ମାରିଲା

ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨...

ବାହାନଗାରେ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟ ଲୋପ ଲାଇନ୍‌ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ...

କେନାଲରେ ବୁଡି ୨ଛାତ୍ର ମୃତ୍ୟୁ ଘଟଣା : ଉଭୟଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଖଇରା, ୨୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ୨ଜଣ ୭ମ ଶ୍ରେଣୀ ଛାତ୍ର କେନାଲରେ ବୁଡି ପ୍ରାଣ ହରାଇବା ଘଟଣାରେ...

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ...

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି...

ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି

ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ...

ଘରୁ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି

ଭଣ୍ଡାରିପୋଖରୀ, ୧୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ନାଆଁମୀ ପଞ୍ଚାୟତ ନାୟକସାହିର କିଶୋର ନାୟକଙ୍କ ଘରୁ ଗତ ୧୧...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *