Posted inUncategorized

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। ଉଭୟ ପକ୍ଷକୁ ନେଇ ତଦନ୍ତ କରାଯିବା ପରେ ଏହା ର଼୍ୟାଗିଂ ନୁହେଁ ବରଂ ଝଗଡ଼ା ବୋଲି ସେଲ୍‌ ପକ୍ଷରୁ ୟୁଜିସିକୁ ସ୍ପଷ୍ଟ କରାଯାଇଥିଲା। ଦଣ୍ଡ ସ୍ବରୂପ ଉଭୟ ପକ୍ଷର ଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଥିଲା। ର଼୍ୟାଗିଂର ଅଭିଯୋଗ ଉଠାଇଥିବା ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ୧୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଥିବାବେଳେ ଅଭିଯୁକ୍ତ ତଥା ଏମ୍‌ଫିଲ ଛାତ୍ରୀଙ୍କୁ କାଠଯୋଡ଼ି ହଷ୍ଟେଲରୁ କଢ଼ାଯାଇ ଅନ୍ୟ ହଷ୍ଟେଲରେ ଅବସ୍ଥାପିତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବା ପାଇଁ ନୋଟିସରେ ଉଲ୍ଲେଖ ମଧ୍ୟ କରାଯାଇଥିଲା। ହେଲେ ଦଣ୍ଡାଦେଶକୁ ଇତିମଧ୍ୟରେ ୧୪ଦିନ ପୂରଣ ହେଲାଣି। ଉଭୟ ଛାତ୍ରୀ ଏହି ଦଣ୍ଡାଦେଶକୁ ମାନି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ର଼୍ୟାଗିଂ ଅଭିଯୋଗ ଉଠାଇଥିବା ଛାତ୍ରୀଙ୍କୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଫୋନ୍‌ କଲ୍‌ ଆସିଥିଲା। ତଦନ୍ତ ଠିକ୍‌ ଭାବେ ହୋଇନାହିଁ ବୋଲି ଛାତ୍ରୀ ଜଣକ ୟୁଜିସିରେ ଫେରାଦ ହେଇଛନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ପରିଣତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମୋ ନିକଟରେ ନାହିଁ। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

ସୂଚନାଥାଉ କି, କାଠଯୋଡ଼ି ହଷ୍ଟେଲରେ ରହୁଥିବା ବାଣିଜ୍ୟ ବିଭାଗର ଜଣେ ଏମ୍‌ଫିଲ ଛାତ୍ରୀ ଗତ ମାର୍ଚ୍ଚ ୩୦ରେ ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜୁନିୟରମାନଙ୍କୁ ଗାଳି କରୁଥିବା ଏମ୍‌ଫିଲ ଛାତ୍ରୀଙ୍କୁ ରୋକିବା ବେଳେ ସେ ର଼୍ୟାଗିଂର ଶିକାର ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏ ନେଇ ର଼୍ୟାଗିଂର ଶିକାର ଛାତ୍ରୀ ୟୁଜିସି ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ମିଳିବା ଦାବିରେ କୁଳସଚିବଙ୍କ କାର୍ଯ୍ୟାଳୟ ମଧ୍ୟ ଦୁଇଦିନ ଧରି ଘେରାଉ କରାଯାଇଥିଲା। ପରେ କୁଳସଚିବଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ହୋଇଥିବା ନିଷ୍ପତ୍ତିରେ ଛାତ୍ରୀମାନେ ରାଜି ନ ହେବା ଫଳରେ ଘଟଣା ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଯିବା ସହ ତଦନ୍ତ କରାଯାଇ ଦଣ୍ଡାଦେଶ ମିଳିଥିଲା।


All Right Reserved By Dharitri.Com

ଜିଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା ଅଫିସ, ୨୭ା୫ : ଆସନ୍ତା ଜୁନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ପାଣି ବିଭାଗ ପୂର୍ବନୁମାନ କରିଛି। ମାତ୍ର ଏହି...

ଚନ୍ଦନପୁର ମଦ ମୃତ୍ୟୁ ଘଟଣା: ୬ ମାସ ପରେ ବି ଆସିଲାନି ଭିସେରା ରିପୋର୍ଟ

ଅନୁଗୋଳ ଅଫିସ, ୧।୭:  ଅନୁଗୋଳ ଜିଲା ବନ୍ତଳା ଥାନା ଚନ୍ଦନପୁରଠାରେ ଏକ କୁକୁଡା ଫାର୍ମରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ...

ପିଏମ୍‌ଇଜିପି ଅଗ୍ରଗତି ନୈରାଶ୍ୟଜନକ: ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ମାନୁନାହାନ୍ତି ବ୍ୟାଙ୍କ, ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ

ଯାଜପୁର ଅଫିସ,୧୬ା୬- ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଯୋଜନା। ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ଆମତ୍ନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି...

ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬...

ବିନା ଆକ୍ସନ ପ୍ଲାନରେ ଚାଲିଛି ପୌରପାଳିକା: ଉନ୍ନୟନ ଅର୍ଥ ଭରଣା ନେଇ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ, ୨୦।୭ – ବିନା ଆକ୍ସନ ପ୍ଲାନରେ ଚାଲିଛି ଅନୁଗୋଳ ପୌରପାଳିକା। ୪ମାସ ତଳୁ ଆୟ ବ୍ୟୟ ଖସଡ଼ା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୮ ଶ୍ରେଣୀକୁ ୩ ଗୃହ

ବଅଁରପାଳ, ୬।୭(ଡି.ଏନ୍‌.ଏ) – ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଥିବା କୁଲାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ...

Leave a comment

Your email address will not be published. Required fields are marked *