Posted inଖେଳ

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୋସିଆଲ ମିଡିଆରେ ଗୁଜବ ଚାଲିଛି। ଏହି ଗୁଜବ ଭିତ୍ତିହୀନ। ୪୭ ବର୍ଷୀୟ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରରୁ ଲୋକପ୍ରିୟ ଅଭିନେତା ପାଲଟିଥିବା ଜନସନ ଏକ ଭୟଙ୍କର ଷ୍ଟଣ୍ଟ ଉଦ୍ୟମ କରୁଥିବାବେଳେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ଫେସବୁକ ୟୁଜର୍ସମାନେ ବହୁ ସଂଖ୍ୟାରେ ଶେୟାର କରିବା ଫଳରେ ଖବର ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ହଲିଉଡ ସୁପରଷ୍ଟାର କିଛି କମେଣ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ମୃତ୍ୟୁ ସମ୍ପର୍କିତ ଗୁଜବ ପ୍ରଥମ ଥର ହୋଇ ନାହିଁ। ସମାନ ଘଟଣା ୨୦୧୧ ଓ ୨୦୧୫ରେ ମଧ୍ୟ ଘଟିଥିଲା। ଉଲ୍ଲେଖଯୋଗ୍ୟ, ସେ ଏବେ ଡିସିୟୁର ସୁପରହିରୋ ବ୍ଲାକ ଆଡାମ ଫ୍ଲିମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ଦ୍ୱାରା ଆହୁରି ଅଭିନୀତ ଫିଲ୍ମ ଜୁମାନ୍‌ଜୀ: ଦ ନେକ୍ସଟ ଲିଭେଲ ଓ ଜଙ୍ଗଲ କ୍ରୁଜ ରିଲିଜ ଅପେକ୍ଷାରେ ରହିଛି।


All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌।...

ରାୟୁଡୁ, କେଦାର, ମୁରଲୀଙ୍କୁ ଛାଡ଼ିପାରେ ସିଏସ୍‌କେ

ନୂଆଦିଲ୍ଲୀ,୧୩।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅମ୍ବାତି ରାୟୁଡୁ, କେଦାର ଯାଦବ ଓ ମୁରଲୀ ବିଜୟଙ୍କୁ...

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର...

ହାଲେପ୍‌ଙ୍କୁ ପ୍ରଥମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୪ା୭- ରୋମାନିଆର ସିମୋନା ହାଲେପ୍‌ ପ୍ରଥମଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ଶନିବାର ସେଣ୍ଟର କୋର୍ଟଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଆମେରିକାର...

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌। ଏହାର ପ୍ରଥମ ୨ଟି ସିଙ୍ଗଲ୍ସ ମ୍ୟାଚ ଜିତି ଓଡ଼ିଶାର...

ମହିଳା ହକି ସିରିଜ: ଅନ୍ତିମ ମ୍ୟାଚ୍‌ରେ ହାରିଲା ଭାରତ

ଜିନ୍‌ଚେଓନ(କୋରିଆ),୨୪।୫ (ପି.ଟି.)- ଭାରତୀୟ ମହିଳା ହକି ଦଳ ଘରୋଇ ଦକ୍ଷିଣ କୋରିଆକୁ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ କରି ସିରିଜ ବିଜୟୀ ହୋଇଥିଲେ ମଧ୍ୟ ତୃତୀୟ...

ମାର୍ଚ୍ଚ ୧୪ରେ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ, ୨୮ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୪ରେ ଖେଳାଯିବ। ଫ୍ରାଞ୍ଚାଇଜ୍‌ ଭିତ୍ତିକ ଇଭେଣ୍ଟର ଆୟୋଜକ ଫୁଟ୍‌ବଲ ସ୍ପୋଟର୍‌ସ...

ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୭।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଟୋକିଓରେ ଚାଲିଥିବା ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି।...

Leave a comment

Your email address will not be published. Required fields are marked *