ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ବିସ୍ଫୋରଣ: ୨ ମୃତ, ୧୨ରୁ ଅଧିକ ଆହତ

ବାଗଦାଦ୍‌,୧୬।୧୧: ଇରାକ୍‌ର ବାଗଦାଦ୍‌ରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କୁହାଯାଉଛି। ସ୍ଥାନୀୟ ତହରିର୍‌ ଛକରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ହୋଇଛନ୍ତି। ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ସହିତ ଅନ୍ୟ ସମସ୍ୟା ଲାଗି ଲୋକେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। କିଭଳି ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।


All Right Reserved By Dharitri.Com

ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ...

ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ।...

ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ...

୨ ଦିନିଆ ବାର୍ଷିକ ଧର୍ମ ସମ୍ମିଳନୀ: ଟ୍ରେନ୍‌ ଇଞ୍ଜିନ୍‌ରେ ବସି ଯାତ୍ରା କଲେ ଲୋକେ; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଢ଼ାକା,୧୩।୧: ଭାରତରେ ବିଭିନ୍ନ ପାର୍ବଣ ଅବସରରେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ପ୍ରାୟତଃ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ବାଂଲାଦେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ୱ...

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ...

ବାହାମାସରେ ତାଣ୍ଡବ ରଚିଲା ପରେ ଫ୍ଲୋରିଡା ମୁହାଁ ହେଉଛି ‘ଡୋରିଆନ୍‌’

ଓ୍ବାଶିଂଟନ,୩।୯: ସାମୁଦ୍ରିକ ଝଡ଼ ଡୋରିଆନ ବାହାମାସରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହେବା ସହ...

ପାକିସ୍ତାନରେ ପ୍ରବଳ ବର୍ଷା: ୭ ମୃତ

ଇସଲାମାବାଦ୍‌,୨୯।୭: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏଥିରେ ୭ ଜଣଙ୍କ...

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

Leave a comment

Your email address will not be published. Required fields are marked *