୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି କରାଯାଉଛି। ଫଳରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଛି। ପକେଟ୍‌କୁ ସୁହାଇବା ଭଳି ସମସ୍ତେ ବିଭିନ୍ନ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି। ଗତ ଜୁଲାଇରେ ବଲିଉଡ୍‌ ଅଭିନେତା ରାହୁଲ୍‌ ବୋଷ ୨ଟି କଦଳୀ କିଣି ୪୪୨ ଟଙ୍କା ଗଣିଥିଲେ। ଏକ ବଡ଼ ହୋଟେଲରୁ ଏହା କ୍ରୟକରିବା ପରେ ଚଢ଼ାଦରକୁ ନେଇ ସେ ଟୁଇଟ୍‌ ମଧ୍ୟ କରିଥିଲେ। ଏବେ ମ୍ୟୁଜିକ୍‌ କମ୍ପୋଜର ଶେଖର ରବ୍‌ଜିଆନି ଏମିତି ଏକ ସମସ୍ୟାରେ ଫସିଛନ୍ତି। ସେ ଏକ ବଡ଼ ହୋଟେଲରୁ ୩ଟି ସିଝାଅଣ୍ଡା କିଣି ୧୬୭୨ ଟଙ୍କା ଗଣିିଛନ୍ତି। ଚଢ଼ାଦରକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ରସିଦ ସହ ଟୁଇଟ୍‌ ମଧ୍ୟ କରିବାକୁ ପଛାଇନାହାନ୍ତି। ଗତ ୧୪ରେ ଶେୟାର କରାଯାଇଥିବା ତାଙ୍କ ପୋଷ୍ଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରଦାନ କରାଯାଇଛି। ଏହାକୁ ୫୫୦୦ ଲାଇକ୍‌ ମିଳିଥିବାବେଳେ ୧ ହଜାର ରିଟୁଇଟ୍‌ କରାଯାଇଛି। କେହି ରାସ୍ତାକଡ଼ରେ ମିଳୁଥିବା ସିଝାଅଣ୍ଡାଠାରୁ ଏହା ଯଥେଷ୍ଟ ଅଧିକ ବୋଲି କହିଥିବାବେଳେ ଆଉ କେହି ପଞ୍ଚତାରକା ହୋଟେଲ ଦରଠାରୁ ଏହା କମ୍‌ ଥିବା କମିକ୍‌ ଟୁଇଟ୍‌ କରିଛନ୍ତି।


All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଆସନ୍ତା ୨୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରତିରକ୍ଷା...

କାର୍ଟୁନ୍‌କୁ ନେଇ ବିବାଦ

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ବ୍ୟଙ୍ଗକରି କଂଗ୍ରେସ ମୁଖପତ୍ର ନ୍ୟାଶନାଲ ହେରାଲ୍ଡରେ ଏକ କାର୍ଟୁନ୍‌ ପ୍ରକାଶ ପାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ...

ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ

ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ...

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ...

କଂଗ୍ରେସକର୍ମୀଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ...

କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି

କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯...

ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଜାତିସଂଘ

ନୂଆଦିଲ୍ଲୀ,୩।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଜାତିସଂଘ ମାନବାଧିକାର କମିଶନ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ...

୬୯୮ ପ୍ରବାସୀଙ୍କୁ ନେଇ ଭାରତ ମୁହାଁ ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

Leave a comment

Your email address will not be published. Required fields are marked *