ମୁନିଗୁଡାରେ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ

ମୁନିଗୁଡା,୧୬।୧୧: ରାୟଗଡା ଜିଲା ମୁନିଗୁଡାରେ ନୂତନ ଭାବେ ହେବାକୁ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଶୁକ୍ରବାର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ବ ହୋଇଛି। ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜସ୍ବ ନିରୀକ୍ଷକ ନିଳାଞ୍ଚଳ ଗୌଡ଼, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଦେବଦତ୍ତ ପଣ୍ଡା, ମୁନିଗୁଡାର ବରିଷ୍ଠ ଆଇନଜୀବୀ ତଥା ବିଷମକଟକ ବାର ଆସୋସିଏସନର ପୂର୍ବତନ ସଭାପତି ବୃନ୍ଦାବନ ଗୌଡ଼, ମୁନିଗୁଡା ବିକାଶ ପରିଷଦର ଜି.କୁମାର ରାଜୁ, ପ୍ରମୁଖ ଉପସ୍ଥିତ ରହିଥିଲେ। ମୁନିଗୁଡା ତହସିଲଦାର ଅଧୀନରେ ଥିବା ବିଭିନ୍ନ ସ୍ଥାନକୁ ମ୍ୟାପରେ ଦେଖିବା ପରେ ସେଥି ମଧ୍ୟରୁ ହୁକୁମତଳା ମୌଜାର ୧୪୨ ନମ୍ବର ପ୍ଲଟର ୫ ଏକର ଜାଗାକୁ ଚୟନ କରାଯାଇଥିଲା। ଜମିକୁ ଦେଖିବା ପରେ ଏନେଇ ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଗୌଡ଼ କହିଛନ୍ତି।


All Right Reserved By Dharitri.Com

ସଜେଇ ହେଉଛି କପିଳାସ

ଢେଙ୍କାନାଳ ଅଫିସ,୨୦।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ସଜେଇ ହୋଇଛି କପିଳାସ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ବରଗଡ଼ ପଞ୍ଚାୟତ କଲେଜରେ ଛାତ୍ର ଆନ୍ଦୋଳନ: ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜାରିରହିବ

ବରଗଡ଼ ଅଫିସ, ୧୬।୯: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀଛାତ୍ର ବିଭିନ୍ନ ଦାବିନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜ ଫାଟକରେ ତାଲା ପକାଇବା ସହିତ ଦାବିନେଇ ନାରାବାଜି...

ଚିନିକଳ କର୍ମଚାରୀଙ୍କୁ ମିଳୁନି ଦରମା, ଜିଲାପାଳଙ୍କୁ ଭେଟି ପ୍ରଦାନ କଲେ ସ୍ମାରକପତ୍ର

ବରଗଡ଼ ଅଫିସ,୨୩।୧୨: ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ କର୍ମଚାରୀଙ୍କୁ ଦୀର୍ଘ ୨୮ ମାସ ହେଲା ଦରମା ମିଳିନାହିଁ। ଏହା ସହିତ ସେମାନଙ୍କୁ ଇପିଏଫ୍‌,...

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ

ଜଗତ୍‌ସିଂହପୁର ଅଫିସ,୧୮ା୧୨: ନିକଟରେ ଓଡ଼ିଶା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଜଗତ୍‌ସିଂହପୁର ଜିଲା ହ୍ୟାଣ୍ଡବଲ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ଓଡ଼ିଶା ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।...

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ପଣ୍ଡିଗାଁରେ ମଦ ବିରୋଧରେ ତାତିଲେ ମହିଳା: ଜିଲାପାଳଙ୍କୁ ଅଭିଯୋଗ

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ମଦମୁକ୍ତି ଲାଗି ଦାବି ହୋଇଛି। ଏ ନେଇ ସରପଞ୍ଚ ବନଜା ବାସିନୀ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ...

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି...

ପ୍ରବାସୀଙ୍କୁ ଘରେ ରଖିଲେ କାର୍ଯ୍ୟାନୁଷ୍ଠାନ: ଏସ୍‌ପି

ଛତ୍ରପୁର,୬ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏଥର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ...

Leave a comment

Your email address will not be published. Required fields are marked *