ବିଧାନସଭା ଆଗରେ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଦାବି ପୂରଣ ହୋଇ ନ ଥିବାରୁ ଶୁକ୍ରବାରଠାରୁ ବିଧାନସଭା ଆଗରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ କର୍ମକର୍ତ୍ତା କହିଛନ୍ତି।
ସଂଘର ସଭାପତି ଦେବ ବିଜୟୀ ମିଶ୍ର ଓ ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ କହିଛନ୍ତି, ଦୀର୍ଘ ୧୧ବର୍ଷ ହେଲା ଓଡ଼ିଶାର ପ୍ରାୟ ୩ଶହ ମହାବିଦ୍ୟାଳୟର ୩ ହଜାର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାସକୁ ମାତ୍ର ୨ରୁ ୩ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି। ଏତେ ସ୍ବଳ୍ପ ବେତନରେ ସେମାନେ ଚଳିବା କଷ୍ଟକର ହୋଇପଡ଼ୁଛି। ସରକାରଙ୍କ ନିୟମାନୁଯାୟୀ ଏହି ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ୭ଘଣ୍ଟା କାର୍ଯ୍ୟ କରିବା ସହ ବାୟୋମେଟ୍ରିକ୍‌ ଉପସ୍ଥାନ ଦେଉଛନ୍ତି। ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି। ସରକାର ସେମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ୨୦୦୮ ଜୁନ ୧ରୁ ୨୦୧୩ ନଭେମ୍ବର ୩୦ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇ ନ ଥିବା ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପ୍ରଦାନ ନିମନ୍ତେ ଦାବି କରାଯାଇଛି। ସଂଘ ଏ ନେଇ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ୨୦୧୮ ଅଗଷ୍ଟରେ ଏକ ଆଲୋଚନା ହୋଇ ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଜରିଆରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅବସ୍ଥିତି ମଗାଯାଇଥିଲା। ସେହି ଅନୁଯାୟୀ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ସଂଖ୍ୟା ୨୭୫୦ ବୋଲି ଆକଳନ କରାଯାଇ ୧ କୋଟି ୪୨ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ସରକାର ଦାବି ପୂରଣ କରୁ ନ ଥିବାରୁ ସଂଘ ପକ୍ଷରୁ ଶୁକ୍ରବାର ବିଧାନସଭା ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସଂଘ ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ଉପସଭାପତି ରଶ୍ମିତା ମହାପାତ୍ର, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତ୍ରିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ ପ୍ରମୁଖ ସାମିଲ ଥିଲେ।


All Right Reserved By Dharitri.Com

କୋଏମ୍ବାଟୁର-ଆସନ୍‌ସୋଲ ଚାଲିବ ସ୍ପେଶାଲ ଟ୍ରେନ୍‌ :ଭଦ୍ରକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବ

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ତାମିଲନାଡ଼ୁର କୋଏମ୍ବାଟୁରରୁ ପଶ୍ଚିମବଙ୍ଗର ଆସନସୋଲ ମଧ୍ୟରେ ଭୁବନେଶ୍ୱର ଓ ଭଦ୍ରକ ଦେଇ ଚଳାଚଳ କରିବ ସ୍ପେଶାଲ ଟ୍ରେନ୍‌। କୋଏମ୍ବାଟୁରରୁ ଡିସେମ୍ବର ୨୮ ଏବଂ...

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ...

ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଯାଇପାରେ ଚାକିରି: ମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ)୧୯୬୨ ରୁଲ-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ...

ଲୋକଙ୍କ ଜୀବନ ସହ ଖେଳୁଛନ୍ତି କ୍ୱାକ୍‌: ରୋଗ ଉପଶମ ନାଁରେ ଦେଉଛନ୍ତି ମାରାତ୍ମକ ଔଷଧ

ଯାଜପୁର ଟାଉନ,୨୨।୬(ଡିଏନଏ): ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କେତେଜଣ ହୋମିଓପ୍ୟାଥିକ କ୍ୱାକ୍‌। ମାରାମତ୍କ ବଟିକା ପ୍ରଦାନ କରି ଲୋକଙ୍କର ବିଭିନ୍ନ ସମସ୍ୟା ବଢ଼ାଉ ଥିବାବେଳେ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଅପହୃତ ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ କେରଳରୁ ଉଦ୍ଧାର...

ଯାଞ୍ଚବେଳେ ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ: ୫ ଚୋରା ବାଇକ ଜବତ, ଦୁଇ ଗିରଫ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ନୟାପଲ୍ଲୀ ଥାନା ପୋଲିସ ଗାଡ଼ି ଚେକିଂ କରୁଥିବାବେଳେ ବାଇକ ଚୋରି ରାକେଟକୁ ଧରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିବା...

ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ

ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା...

Leave a comment

Your email address will not be published. Required fields are marked *