ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ମେଣ୍ଟ ବୁଝାମଣାରେ ସିପିଆଇକୁ ଛାଡ଼ି ଦେଇଥିଲା। ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଆସିକା ଲୋକ ସଭା କ୍ଷେତ୍ରରୁ ଏବଂ ଯୁବ ନେତା ପ୍ରଦୀପ କୁମାର ସେଠୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଆଶାନୁରୂପ ଭୋଟ ନ ପାଇ ଉଭୟ ପରାଜିତ ହେବା ସହ ଅମାନତ ହରାଇଛନ୍ତି। ଏଥିପାଇଁ କଂଗ୍ରେସ ନେତା ଓ କର୍ମୀଙ୍କ ଅସହଯୋଗକୁ ଜିଲା ସିପିଆଇ ସମ୍ପାଦକ ପ୍ରକାଶ ପାତ୍ର ଦାୟୀ କରିଛନ୍ତି। ମେଣ୍ଟ ଧର୍ମ ରକ୍ଷା ନ କରି କଂଗ୍ରେସ ଦଳ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଆସିକା ଲୋକ ସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ଜଣେ ଗାଉଁଲି ବୟସ୍କା ମହିଳା ତଥା ଏସ୍ଏଚ୍ଜି ସଂଗଠିକା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ଚଳନ୍ତି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ସେହିପରି ବରିଷ୍ଠ ରାଜନେତା ତଥା ରାଜ୍ୟ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟ ଶାସକ ଦଳ ସମସ୍ତ ବଳ ପ୍ରୟୋଗ କରିବାରୁ ବିଜେଡି ପ୍ରାର୍ଥିନୀଙ୍କୁ ୫ ଲକ୍ଷ ୫୨ ହଜାର ୭୪୯ ଭୋଟ ମିଳିଲା। ସେହିପରି ସମସ୍ତ ଅସ୍ତ୍ର ପ୍ରୟୋଗ କରି ଭାଜପା ପ୍ରାର୍ଥିନୀ ପାଇଲେ ୩ ଲକ୍ଷ ୪୮ ହଜାର ୦୪୨ ଭୋଟ । ସେହି ଅଞ୍ଚଳର କଂଗ୍ରେସ ଭୋଟ ଭାଜପା ସପକ୍ଷରେ ଯାଇଥିବା ସିପିଆଇ ସମାଲୋଚନା କରିଛି ।
ପଟେ କଂଗ୍ରେସର ଅସହଯୋଗ ଏବଂ ଅର୍ଥାଭାବ ଯୋଗୁ ମେଣ୍ଟର ସିପିଆଇ ପ୍ରାର୍ଥୀ ରାମକୃଷ୍ଣଙ୍କୁ ମିଳିଲା ମାତ୍ର ୫୯ ହଜାର ୯୭୮ ଭୋଟ । ନିର୍ବାଚନ ଆଇନ ପ୍ରକାରେ ନୋଟାକୁ ଛାଡ଼ି ସମୁଦାୟ ମତଦାନର ୬% ଅଧିକ ନ ମିଳିଲେ ଅମାନତ ରହିବ ନାହିଁ। ତେଣୁ ସିପିଆଇକୁ ଏହି ଦଶା ଭୋଗିବାକୁ ପଡ଼ିଛି। ଅତୀତରେ ଆସିକା ଲାଲଗଡ଼ ଥିଲା। ସିପିଆଇ ନେତା ସ୍ବର୍ଗତ ଦ୍ୱିତୀକୃଷ୍ଣ ପଣ୍ଡା ଲୋକ ସଭା ଏମ୍ପି ଓ ଆସିକା ବିଧାୟକ ହୋଇଥିଲେ। ସ୍ବର୍ଗତ ହରିହର ଦାସ ବହୁବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥର କଂଗ୍ରେସ ଠକି ଦେବାରୁ ଦାରୁଣ ବିପର୍ଯ୍ୟୟ ଘଟିଥିବା କୁହାଯାଇଛି ।
ଛତ୍ରପୁର ବିଧାନସଭାର ସିପିଆଇ ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଛି ୧୨ ହଜାର ୭୬୬ ଭୋଟ । ସେ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇନାହାନ୍ତି ।
୧୯୬୧ରୁ ୧୯୭୧ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଲଗାତର ୩ ଥର ଜିତିଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ସ୍ବର୍ଗତ ବିଶ୍ୱନାଥ ସାହୁ ଦୁଇଥର ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ସ୍ବର୍ଗତ ପର୍ଶୁରାମ ପଣ୍ଡା, ୨୦୦୪ ନିର୍ବାଚନରେ ଏନ. ନାରାୟଣ ରେଡ୍ଡୀ, ୨୦୦୯ ନିର୍ବାଚନରେ ଆଦିକନ୍ଦ ସେଠୀ ସିପିଆଇରୁ ବିଧାୟକ ହୋଇଥିଲେ । ଅତୀତରେ ଛତ୍ରପୁର ସେଗ୍ମେଣ୍ଟରୁ ସିପିଆଇରୁ ୮ ବିଧାୟକ ହୋଇଥିଲେ ଏବଂ ୨୦୧୪ ନିର୍ବାଚନରେ ମଧ୍ୟ ପରାଜିତ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ୩୧ ହଜାର ୨୦୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନରେ ପ୍ରାର୍ଥୀ ପ୍ରଦୀପଙ୍କୁ ଗତ ନିର୍ବାଚନ ତୁଳନାରେ ୨୦ ହଜାର କମ ଭୋଟ ମିଳିଛି । ଏଭଳି ସ୍ଥିତିରେ ମେଣ୍ଟ ଧର୍ମ ପାଳନ ନ କରି କଂଗ୍ରେସ ଚିତା କାଟିଥିବା ସିପିଆଇ କଟାକ୍ଷ କରିଛି ।

ବଡ଼ ବଜାର ପୋଷ୍ଟ ଅଫିସ କମ୍ପ୍ୟୁଟର ଅଚଳ: ସେବା ଠପ୍
ଗଞ୍ଜାମ,୧୨।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡ଼ ବଜାରରେ ଥିବା ପୋଷ୍ଟ ଅଫିସ କମ୍ପ୍ୟୁଟର ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଅଚଳ ରହିଛି। ଫଳରେ ପୋଷ୍ଟ ସମ୍ବନ୍ଧୀୟ ସେବା...
ବାଇକ୍ ଡିକିରୁ ସୁନା ଲୁଟ
ବ୍ରହ୍ମପୁର ଅଫିସ,୭-୮: ବ୍ରହ୍ମପୁର ସହରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଟାଉନ ଥାନା ଇଲାକାରେ ଦୁର୍ବୃତ୍ତମାନେ ପୃଥକ ୨...

ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ
ଖଲିକୋଟ, ୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ...

ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ,୧୯।୫(ଡି.ଏନ୍.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ...

ଶିକାରୀଙ୍କ ବିଦ୍ୟୁତ୍ ତାର ଲାଗି ଜଣେ ମୃତ
କବିସୂର୍ଯ୍ୟନଗର,୨୪ା୮-କବିସୂର୍ଯ୍ୟନଗର ଥାନା ଦୋରାବଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିିରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଭୋଟ ଗଣତି ଆଜି: ଛତ୍ରପୁର, ଭଞ୍ଜନଗର, ବ୍ରହ୍ମପୁର କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି
ଛତ୍ରପୁର,୨୩ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାର ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ, ବ୍ରହ୍ମପୁରର ପଲିଟେକନିକ୍ ଓ ଆଇଟିଆଇ ଏବଂ ଭଞ୍ଜନଗରର କେଏସୟୁବି କଲେଜରେ ଗୁରୁବାର ଭୋଟ ଗଣତି କରାଯିବ। ଏଥିପାଇଁ...

ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ
ଛତ୍ରପୁର,୯ା୯(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ କରିଦେବା ଓ ପଞ୍ଜୀକୃତ ଶ୍ରମିକଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ପାଇଁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ...

୧୦ ଲକ୍ଷ ଟଙ୍କାର ଗୁଟ୍ଖା ଜବତ
ବ୍ରହ୍ମପୁର ଅଫିସ,୯ା୮- ବଡବଜାର ପୋଲିସ ଗୁରୁବାର ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ଗୁଟ୍ଖା କାରଖାନାରେ ଚଢାଉ କରି ବିପୁଳ ପରିମାଣର ଗୁଟ୍ଖା ଜବତ କରିଛି। ଜଣେ...