Posted inଜାତୀୟ

ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା

ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛନ୍ତି। ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ ଓ ଏହି ମେଣ୍ଟ ପୂରା ୫ ବର୍ଷ ସ୍ଥିର ସରକାର ଦେବ। ଏଥିସକାଶେ ଆବଶ୍ୟକ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ (ସିଏମ୍‌ପି)ଚୂଡ଼ାନ୍ତ ହୋଇଛି ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଫଳରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଏହି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ସଙ୍କଟ ଦୂର ହେବ ବୋଲି ଆଶା କରାଯାଉଛି।
ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇ ୨୪ରେ ଫଳାଫଳ ଆସିଥିଲା। ୨୮୮ ଆସନ ମଧ୍ୟରୁ ଭାଜପା ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଛନ୍ତି। ୨୦ ଦିନର ଅଚଳାବସ୍ଥା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହାସତ୍ତ୍ୱେ ବିଧାନସଭା ଭଙ୍ଗ ହୋଇ ନ ଥିବାରୁ ସବୁ ରାଜନୈତିକ ଦଳ ସରକାର ଗଠନ ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ନାଗପୁରରେ ଖବରଦାତାଙ୍କୁ କହିଛନ୍ତି, ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଗଠନ ହେବ। ଏହା ପୂରା ୫ ବର୍ଷ ଚାଲିବ। ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନର ଆଶଙ୍କା ନାହିଁ। ତିନିଦଳ ଏକ ବିକାଶୋନ୍ମୁଖୀ ସ୍ଥିର ସରକାର ଚାହାନ୍ତି। ଭାଜପା ସହ ସରକାର ଗଠନ ନେଇ ଚାଲିଥିବା ଚର୍ଚ୍ଚାକୁ ପାଓ୍ବାର ଖଣ୍ଡନ କରିଛନ୍ତି। ତିନିଦଳର ମେଣ୍ଟ ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପାଓ୍ବାର ଉତ୍ତର ରଖିଛନ୍ତି। ଫଡ୍‌ନବିସଙ୍କୁ ସେ ବହୁ ବର୍ଷ ଧରି ଜାଣିଛନ୍ତି। ତେବେ ସେ ଜଣେ ଜ୍ୟୋତିଷ ବୋଲି ଜଣାନାହିଁ। ପାଓ୍ବାର ରବିବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ ବୋଲି ପାଓ୍ବାରଙ୍କ ସହଯୋଗୀ ତଥା ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ ସ୍ପଷ୍ଟ କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ ମୁମ୍ବାଇରେ କହିଛନ୍ତି, ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବେ। ରାଜ୍ୟର ସ୍ବାର୍ଥରେ ସିଏମ୍‌ପି କାର୍ଯ୍ୟ କରିବ। ଶିବସେନା କେବଳ ୫ ବର୍ଷ ନୁହେଁ, ବରଂ ୨୫ ବର୍ଷ ପାଇଁ ସରକାରର ନେତୃତ୍ୱ ନେବ। ସେହିପରି କଂଗ୍ରେସ ସହ ମତଭେଦକୁ ନେଇ ପ୍ରଶ୍ନ କରାଯିବାରୁ ସ୍ବାଧୀନତା ସଂଗ୍ରାମ ଓ ମହାରାଷ୍ଟ୍ରର ବିକାଶରେ ଦେଶର ସର୍ବପୁରାତନ ଦଳର ଅବଦାନ ରହିଛି ବୋଲି ସଞ୍ଜୟ ଉତ୍ତର ଦେଇଛନ୍ତି। ଶନିବାର ଏନ୍‌ସିପି- କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍‌କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି...

ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ...

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କୃଷକ

ପୁଣେ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିଛି। ଏସବୁ ଭିତରେ ବିଡ ଜିଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ପଦ...

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ

ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫...

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

Leave a comment

Your email address will not be published. Required fields are marked *