Posted inUncategorized

ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ ବାସହରା ହେବାକୁ ମଧ୍ୟ ପଡିଛି। ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଯୋଜନା ରଖିଥିବା ବେଳେ ଅଧିକାଂଶ ତାଲିକାରେ ସାମିଲ ହୋଇ ସହାୟତା ମଧ୍ୟ ପାଇସାରିଛନ୍ତି। ମାତ୍ର ତାଲିକାରେ ବହୁ ଅଯୋଗ୍ୟ ସାମିଲ ହୋଇ ଏକାଧିକ ଘର ହାତେଇଥିବା ନେଇ ଅଭିଯୋଗ ଉଠୁଥିବା ବେଳେ ଅନେକ ଯୋଗ୍ୟ ଏଥିରୁ ବାଦ୍‌ ପଡିଥିବା କୁହାଯାଉଛି। ପକ୍କାଘର ସହାୟତା ପାଇ ନ ଥିବା ବହୁ ଯୋଗ୍ୟ ହିତାଧିକାରୀ ଏଭଳି ଅଭିଯୋଗ ଆଣିବାପରେ ବିରୋଧୀଙ୍କ ପକ୍ଷରୁ ସରକାରକୁ ଘେରିବା ଲାଗି ଏକ ପ୍ରକାର ସୁଯୋଗ ମିଳିଯାଇଛି। କେବଳ ଫନୀ କ୍ଷତିଗ୍ରସ୍ତ ନୁହନ୍ତି କଚ୍ଚାଘରେ ବାସ କରୁଥିବା ଅନେକ ଲୋକ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରି ନାହାନ୍ତି। ଏଭଳି କେଳେଙ୍କାରୀକୁ ନେଇ ଚାରିଆଡୁ ସମାଲୋଚନା ହେବାପରେ ପଞ୍ଚାୟତିରାଜ ବିଭାଗ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ଲାଗି ଜୋର୍‌ ଦିଆଯାଇଛି। ସବୁ ଜିଲାପାଳ, ପିଡି ଓ ଡିଆର୍‌ଡିଏଙ୍କୁ ଚିଠି ଲେଖି ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ଅତୀତରେ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯିବ। ସେମାନେ ଘର କରିଥାଆନ୍ତୁ ବା ନାହିଁ ତାଲିକାରୁ ତାଙ୍କୁ ବାଦ୍‌ ଦିଅ। ପୁରୁଣା ତାଲିକାର ସଂଶୋଧନ କର। ତାଲିକାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ହେବା ଆବଶ୍ୟକ। ଯେଉଁ ଅଫିସରମାନେ ମୂଳ ସର୍ଭେ କରିଥିଲେ ସେମାନେ ପୁଣିଥରେ ସଂଶୋଧନ ଦାୟିତ୍ୱ ନେବେ।

ଅନ୍ୟ ବ୍ଲକର ଅଧିକାରୀଙ୍କୁ ୧୦ପ୍ରତିଶତ ସାମ୍ପୁଲ ତାଲିକା ଯାଞ୍ଚ କରିବାର ଦାୟିତ୍ୱ ଦିଆଯିବ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଏନେଇ ଖସଡା ପ୍ରସ୍ତୁତ କରିବେ। ନଭେମ୍ବର ୩୦ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଡିସେମ୍ବର ୧୫ ସୁଦ୍ଧା ସାମ୍ପୁଲ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏଥିପାଇଁ ଜିଲାପାଳ ଏବଂ ପିଡି ଯୋଜନା ପ୍ରସ୍ତୁତ କରିବେ। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ତାଲିକା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିଭାଗୀୟ ସଚିବ ଆହୁରି କହିଛନ୍ତି ଯେ, ଏସ୍‌ଇସିସି ତାଲିକା ଅନୁଯାୟୀ ପୂର୍ବରୁ ୨୭,୪୯,୬୧୭ ଘର ତିଆରି ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। ସେଥିରୁ ୧୩, ୬୫, ୦୨୫ ବିଭିନ୍ନ କାରଣରୁ ଅଯୋଗ୍ୟ ବିବେଚିତ ହୋଇଥିଲେ। ସର୍ଭେ ତାଲିକାରେ ସେହି ହିତାଧିକାରୀ ଘର ହାତେଇବା ପାଇଁ ପ୍ରୟାସ କରିବେ। ସେହି ଅଯୋଗ୍ୟ ତାଲିକା ଉପରେ ନଜର ରଖିବା ପାଇଁ କୁହାଯାଇଛି। ଅନ୍ୟପଟେ ୨୦୧୬-୧୭ରୁ ବର୍ତ୍ତମାନ ସୁଦ୍ଧା ୧୭,୨୪,୭୭୬ ଘର ପାଇବା ପାଇଁ ଅପେକ୍ଷାକରି ତାଲିକାରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦,୨୪,୮୪୧ଙ୍କୁ ଯୋଜନାରେ ସାମିଲ କରାଯାଇସାରିଛି। ଏହି ତାଲିକା ଅନୁଯାୟୀ ଯଦି କୌଣସି ଯୌଥ ପରିବାର ଅଲଗା ହୋଇଥିବେ ଏବଂ ସେମାନଙ୍କ ମଧ୍ୟରୁ କେହି ଘର ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କ କ୍ଷେତ୍ରରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି। ସେହିପରି ଯଦି ପୂର୍ବରୁ କୌଣସି ପରିବାର ଆବାସ ଯୋଜନାରେ ଘର ପାଇଥିବେ ଏବଂ ସେମାନଙ୍କ ଘର ଅବସ୍ଥା ଖରାପ ହୋଇଯାଇଥିବ ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ। ସେମାନଙ୍କୁ କିନ୍ତୁ ଆବାସ ଯୋଜନାରୁ ବାଦ୍‌ ଦିଆଯିବ। ଏହି କାର୍ଯ୍ୟ ପାଇଁ ୩ଟି ମୋଡାଲିଟି ପ୍ରସ୍ତୁତ ହୋଇଛି।


All Right Reserved By Dharitri.Com

Posted inUncategorized View All

ଗ୍ୟାସ ଟାଙ୍କି ଫାଟି ମା’, ପୁଅ ଗୁରୁତର

ଭବାନୀପାଟଣା,୧୩।୪(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସହର ରାମସାଗର ପଡାରେ ପୋଲିସ ଏଏସ୍‌ଆଇ ଟଙ୍କଧର ଜାଲଙ୍କ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବାବେଳେ ସୋମବାର ମଧ୍ୟାହ୍ନରେ...

ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ...

ଡିଗ୍ରୀଧାରୀ କୁକୁର ଗ୍ରିଫିନ

ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟି ଯାଆନ୍ତି। ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍‌ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା...

ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ...

ଦୃଷ୍ଟି ହଟାଯାଉଛି

ସମ୍ପାଦକୀୟ/ତଥାଗତ ସତପଥୀ ହ୍ୟୁମାନିଟିଜ୍‌ ଷ୍ଟଡିଜ୍‌ ବା ମାନବବାଦୀ ପାଠ ଲାଗି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ...

ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା...

ଜୁଲାଇ ୪ରେ ରଥଯାତ୍ରା: ବସିଲା ତୃତୀୟ ସମନ୍ବୟ ବୈଠକ

ପୁରୀ ଅଫିସ,୧୩।୬: ଚଳିତବର୍ଷ ରଥଯାତ୍ରାର ତୃତୀୟ ସମନ୍ବୟ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ...

Leave a comment

Your email address will not be published. Required fields are marked *