ମାନବିକତା ଦେଖାଇଲେ ଡିଆଇଜିଙ୍କ ସ୍ତ୍ରୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ

ଅନୁଗୋଳ ଅଫିସ, ୧୬।୧୧- ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇ ଉଚ୍ଚ ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ସ୍ତ୍ରୀ ସୀମାଗୁପ୍ତା ଭୋଳ। ବୁଧବାର ରାତିରେ ଘଟିଥିବା ଏହି ଘଟଣା ଏବେ ଅନୁଗୋଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସୀମାଗୁପ୍ତାଙ୍କ ଏପରି ମାନବିକତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ପିଲାଙ୍କୁ ଧରି ସୀମାଗୁପ୍ତା କଟକ-ସମ୍ବଲପୁର ପୁରୁଣା ରାଜପଥ ଦେଇ ଭୁବନେଶ୍ୱରରୁ ଅନୁଗୋଳ କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ଫୁଲପଡ଼ା ନିକଟ ପାଓ୍ବାରଗ୍ରୀଡ୍‌ଠାରେ ୨ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଗାଡ଼ିରେ ଅନେକ ଲୋକ ଯାଉଥିଲେ ବି କେହି ସେଠାରେ ଅଟକି ନ ଥିଲେ। ଏହା ଦେଖି ତୁରନ୍ତ ସେ ଚାଳକଙ୍କୁ ଗାଡ଼ି ରଖିବାକୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ଯୁବକଦ୍ୱୟଙ୍କ ନିକଟକୁ ଯାଇଥିଲେ। ଜଣଙ୍କ ଅବସ୍ଥା ଗୁରୁତର ଥିବା ଦେଖି ସେ ଗାଡ଼ିରୁ ପିଲାଙ୍କୁ ଓହ୍ଲାଇଦେଇ ଚାଳକଙ୍କ ସହାୟତାରେ ଉଭୟଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରାତି ପ୍ରାୟ ୧୧ଟା ପାଖାପାଖି ହୋଇଥିଲେ ମଧ୍ୟ ସେ ଶୀତରେ ପିଲାଙ୍କ ସହ ପାଓ୍ବାରଗ୍ରୀଡ୍‌ ନିକଟରେ ୨୦ ମିନିଟ୍‌ ଠିଆ ହୋଇଥିଲେ। ପରେ ଅନୁଗୋଳରୁ ଅନ୍ୟ ଏକ ଗାଡ଼ି ସେଠାରେ ପହଞ୍ଚିବା ପରେ ସେ ପିଲାଙ୍କୁ ନେଇ କ୍ୱାର୍ଟର୍ସକୁ ଫେରିଥିଲେ। ମେଡିକାଲରେ ଭର୍ତ୍ତି ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ବଅଁରପାଳ ଥାନା ମହୀଧରପୁର ଅଞ୍ଚଳର ସମୀର ସାହୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ନାବାଳକଙ୍କୁ ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୪।୮-ଅନୁଗୋଳ ଥାନା ପଞ୍ଚମହଲା ନିକଟରେ ୨୦୧୭ ମାର୍ଚ୍ଚ ୩୧ରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଥିବା ମାମଲାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ଗୋଟିଏ ଫୋନକୁ ୭୨ ପରିବାର: ଗଛରେ ଓହଳାଇ କରୁଛନ୍ତି ଯୋଗାଯୋଗ

ବନ୍ତଳା,୨୬ା୧୨ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏପରି ଏକ ଗଁ। ଅଛି ଯେଉଁଠି ମୋବାଇଲ ଫୋନ ସେବା ପାଇବାକୁ ଅନେକ ହଇରାଣ ହେବାକୁ...

ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା...

ଦଲାଲ ନାମରେ ଗିରଫଦାରିକୁ ଏମ୍‌ଆର୍‌ଙ୍କ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨।୧୦- ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ(ଓଏସ୍‌ଆର୍‌ୟୁ) ଡାକରାରେ ଅନୁଗୋଳ ସହରରେ କାର୍ଯ୍ୟ କରୁଥିବା ସମସ୍ତ ମେଡିସିନ ରିପ୍ରେଜେଣ୍ଟେଟିଭ (ଏମ୍‌ଆର) ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା...

କଣିହାଁ କୋଇଲା ଖଣିରେ ଗଣ୍ଡଗୋଳ, ମାମଲା ରୁଜୁ

କଣିହାଁ,୨୧ା୧(ଡି.ଏନ.ଏ.)- ଏମ୍‌ସିଏଲ୍‌ର ଅନୁଗୋଳ ଜିଲା କଣିହାଁ କୋଇଲା ଖଣିରେ ପରିବହନ ବ୍ୟବସ୍ଥାକୁ ନେଇ ସୋମବାର ଉତ୍ତେଜନା ସୃଷ୍ଟି ଦେଖାଦେଇଥିଲା। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଖଣି କର୍ତ୍ତୃପକ୍ଷ...

ପିଲା ଆସିଲେନି, ବସି ବସି ଫେରିଲେ ଶିକ୍ଷୟିତ୍ରୀ

ପବିତ୍ରନଗର,୨୨ା୧(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ପରାବିଲ ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ବିବାଦ ଲାଗିରହିଛି।...

ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ...

Leave a comment

Your email address will not be published. Required fields are marked *