କ୍ରିକେଟ ଖେଳରୁ ଦୁର୍ଘଟଣା:  ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ ବଲ ବାଜି ଜଣେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିଶ୍ୱଭୂଷଣ ସାହୁ (୨୪)। ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ ଚଞ୍ଚଣିଆପଲ୍ଲୀ ବୋଲି ମେଡିକାଲ ଫାଣ୍ଡି ପୋଲିସ ସୂଚନା ଦେଇଛି। ଛାତ୍ରଙ୍କ ମୃତଦେହ ଜବତ କରି ପୋଲିସ ନଂ.୬୦୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ବିଶ୍ୱଭୂଷଣ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୨ୟ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ଥିଲେ। ତାଙ୍କ ବାପା ଲିଙ୍ଗରାଜ ବ୍ରହ୍ମପୁର ଲାଞ୍ଜିପଲିରେ ଏକ ଘର ଭଡା ନେଇ ରହୁଛନ୍ତି। କିଛିଦିନ ତଳେ ବିଶ୍ୱଭୂଷଣ ଛୁଟିରେ ଘରକୁ ଆସିଥିଲେ। ସେ ଶୁକ୍ରବାର ସକାଳେ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବା ପାଇଁ ମେଡିକାଲ କଲେଜ ଖେଳ ପଡିଆକୁ ଯାଇଥିଲେ। ବିଶ୍ୱଭୂଷଣ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟୁ ବୋଲିଂ ହେଉଥିଲା। ଏକ ବଲ ତାଙ୍କ କାନରେ ବାଜିଥିଲା। ଫଳରେ ସେ ତଳେ ଅଚେତ ହୋଇ ପଡିଯାଇଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

କର୍ମଚାରୀ ସଂଘର ସାଧାରଣ ସଭା : ଚିନିଶିଳ୍ପ ବନ୍ଦ ଲାଗି ଚକ୍ରାନ୍ତ ଚାଲିଛି

ଆସିକା,୨୯ା୬ (ଡି.ଏନ୍‌.ଏ.) -ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସାଧାରଣ ସଭା ଶୁକ୍ରବାର ଚିନିଶିଳ୍ପ ପରିସରରେ ଏଆଇଟିୟୁସି ନେତା ବିଦେଶୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ଉଦ୍‌ଘାଟିତ ହେଲା ଦ୍ୱିତୀୟ ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୨ା୪-ଗଞ୍ଜାମ-ଗଜପତି ସମବାୟ ଦୁଗ୍ଧ ଉପତ୍ାଦକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ଦ୍ୱିତୀୟ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ୍‌ ମିଶ୍ରିତ ଏଟିଏମ୍‌ ଗୁରୁବାର ବ୍ରହ୍ମପୁର ତୁଳସୀନଗର...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ଜୀବନ ହାରିଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ। ଶୁକ୍ରବାର ମଧ୍ୟାହ୍ନ...

ଝାରଖଣ୍ଡର ୧୧ ଶ୍ରମିକଙ୍କୁ ଘରକୁ ପଠାଇଥିଲେ ଗଞ୍ଜାମ ଏସ୍‌ପି: ପହଞ୍ଚିବା ପରେ ଧନ୍ୟବାଦ ମେସେଜ ପଠାଇଲେ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.): ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜ଼ିଲାଦେଇ ଜାତୀୟ ରାଜପଥରେ ୧୧ ଶ୍ରମିକ ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି ଝାରଖଣ୍ଡ ଯାଉଥିଲେ। ଗଞ୍ଜାମ...

ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ସହାୟତା

ଭଞ୍ଜନଗର,୮।୪(ଡି.ଏନ.ଏ.)- ସୁରାଟରେ ଅନେକ ଓଡିଆ ଲକ୍‌ଡାଉନ ପରଠୁ ଅସୁବିଧାରେ ଅଛନ୍ତି। ସେମାନଙ୍କୁ ମୁଠାଏ ଖାଇବାକୁ ସ୍ଥାନୀୟ ସରକାର ଠିକ୍‌ ଭାବେ ଯୋଗାଇ ଦେଉନାହିଁ। ତେଣୁ ସୁରଟସ୍ଥିତ...

କ୍ରିକେଟ ଖେଳରୁ ବଚସା: ସାଙ୍ଗଙ୍କ ବ୍ୟାଟ୍‌ ମାଡ଼ରେ ନାବାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ, ୧୧ା୪(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପିଲାଙ୍କ କ୍ରିକେଟ ଖେଳରୁ ବଚସା ହୋଇ ଜଣେ ନାବାଳକଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ...

ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା...

Leave a comment

Your email address will not be published. Required fields are marked *