ଗଞ୍ଜାମ ଜିଲା ଠିକାଦାର ସଂଘର ଆନ୍ଦୋଳନ : ବନ୍ଦ ହୋଇଯିବ ଉନ୍ନୟନ କାର୍ଯ୍ୟ

ବ୍ରହ୍ମପୁର ଅଫିସ୍‌,୧୬ା୧୧-ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ୍‌ ଡକାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ଗଞ୍ଜାମ ଜିଲା ଠିକାଦାର ସଂଘ ସାମିଲ୍‌ ହୋଇଛି। ଫଳରେ ଗତ ୧ ତାରିଖରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟଗୁଡ଼ିକର ନିର୍ମାଣ ଏକ ପ୍ରକାର ବନ୍ଦ ହୋଇଯାଇଛି ।
ଯଦି ରାଜ୍ୟ ସରକାର ତୁରନ୍ତ ସଂଘର ୧୦ଦଫା ଦାବି ପୂରଣ ନ କରନ୍ତି, ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସଂଘର ଶତାଧିକ ସଦସ୍ୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ । ଠିକାଦାର ବିରୋଧୀ ବିଭିନ୍ନ ନିୟମକାନୁନ୍‌, ନକାରାମତ୍କ ମନୋଭାବ ଏବଂ ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା। ପରେ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲ୍‌ଟି ରସିଦ ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି । ଏଭଳି କୌଣସି ବ୍ୟବସ୍ଥା ନ ଥିବା ବେଳେ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରିଛି। ଏଥି ସହ ୨୦୧୪ର ସ୍ଥିରୀକୃତ ସିଡୁଲ୍‌ ରେଟର୍‌ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୫ପ୍ରତିଶତ ପ୍ରାପ୍ୟ ପ୍ରଦାନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ୍‌ର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ପ୍ରତିଶତ ସମ୍ପୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରିର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟପତ୍ର୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ପାଇଁ ସଂଘ ଦାବି କରିଛି। ପରେ ସେଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଯାଇ ବିଭିନ୍ନ ବିଭାଗ ଯନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପୋକୁଡିବନ୍ଧ ଛକକୁ ଯାଇ ଡ୍ରେନେଜ୍‌ ବିଭାଗ ଯନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା।
ସଂଘ ସଭାପତି ଉମାକାନ୍ତ ସାହଙ୍କ ସମେତ ବହୁ ସଦସ୍ୟ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ସରକାର ଦାବି ନ ମାନିବା ପର୍ଯ୍ୟନ୍ଦ ଆନ୍ଦୋଳନ ଚାଲିବ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି ।
ଫଳରେ ସରକାରୀ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି । ଆଉ କିଛି ଦିନ ଆନ୍ଦୋଳନ ଚାଲିଲେ ପରିସ୍ଥିତି ସାଂଘାତିକ ହେବ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି ।


All Right Reserved By Dharitri.Com

ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର,୧୩।୮(ଡି.ଏନ୍‌.ଏ .): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁରସ୍ଥିତ ଜିଲା ଗ୍ରାମ୍ୟ...

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଶର୍ଟ...

ଆୟ ବହିର୍ଭୂତ ସମ୍ପତ୍ତି :ଜେଲ ଗଲେ ପୌର ନିର୍ବାହୀ ଅଧିକାରୀ

ଫୁଲବାଣୀ ଅଫିସ/ବ୍ରହ୍ମପୁର ଅଫିସ, ୨ା୭-ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଘଟଣାରେ ଛନ୍ଦି ହୋଇ ପଡିଥିବା ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ସୋମବାର...

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ...

ନଦୀର ଶତ୍ରୁ ବାଲି ମାଫିଆ

ବ୍ରହ୍ମପୁର ଅଫିସ୍‌,୧୬ା୯-କେବଳ ଋଷିକୁଲ୍ୟା ନୁହେଁ, ଗଞ୍ଜାମ ଜିଲାର ଅନ୍ୟାନ୍ୟ ନଦୀଗୁଡ଼ିକର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଫିଆମାନେ ବେଧଡ଼କ ଭାବେ ନଦୀ ବାଲି...

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି...

ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ ନେଇ ରାସ୍ତାରୋକୋ

ଦିଗପହଣ୍ଡି,୨୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ପଛ ପଟେ ଧାନଖଳା ଜଗିଥିବା ଜଣେ ଚାଷୀଙ୍କ ହାତୀ ଆକ୍ରମଣରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ...

ଦକ୍ଷତାବିହୀନ ୫ କର୍ମଚାରୀଙ୍କୁ ପ୍ରାକ୍‌ ଅବସର ନୋଟିସ

ଛତ୍ରପୁର,୧-୧(ଡି.ଏନ୍‌.ଏ.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମର ମାନଦଣ୍ଡରେ ପ୍ରଶାସନିକ କାର୍ଯ୍ୟ ନିର୍ବାହ କରିବା ବାଧ୍ୟତାମୂଳକ ରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

Leave a comment

Your email address will not be published. Required fields are marked *