ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର ପରମେଶ୍ୱର ଜେନାଙ୍କ ପୁଅ ଯଜ୍ଞସେନ (୧୫)। ଅଞ୍ଜଳିଙ୍କ ଏତଲା କ୍ରମେ ପୋଲିସ ନଂ. ୨୬୫/୧୯ରେ ମାମଲା ରୁଜୁ କରି ଜରଡ଼ା ଥାନା ହରଡ଼ାମରା ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖିଛି।
ଯେ, ସେପ୍ଟେମ୍ବର ୨ ତାରିଖରେ କୃଷ୍ଣଚନ୍ଦ୍ର ଯଜ୍ଞସେନଙ୍କୁ ତାଙ୍କ ବଡ଼ଭାଇ ପାଖରେ ଛାଡ଼ିଦେବି କହି ଜବରଦସ୍ତି ନେଇଯାଇଥିଲେ। ସେହିଦିନଠାରୁ ଯଜ୍ଞସେନ ବଡ଼ ଭାଇ ପାଖରେ ନ ଥିଲେ କି ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ପୁଅ କେଉଁଠି ଅଛି ଆଣିକି ଦିଅ ବୋଲି ଅଞ୍ଜଳି କୃଷ୍ଣଙ୍କୁ ପଚାରିବାରୁ ସେ ସମୟ ଗଡ଼ାଉଥିଲେ। କିନ୍ତୁ ନ ଆଣିବାରୁ ଅଞ୍ଜଳି ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ବୁଗୁଡ଼ା ପୋଲିସ ତଦନ୍ତ ଆରମ୍ଭ କରି କେ.ନୂଆଗାଁ ପୋଲିସ ସହାୟତାରେ ଅପରାହ୍ନରେ ଯଜ୍ଞସେନଙ୍କ କଙ୍କାଳ ଦିଗବାରିଣୀ ପାହାଡ଼ରୁ ଉଦ୍ଧାର କରିଥିଲା। କୌଣସି କାରଣରୁ ନାବାଳକଙ୍କୁ କୃଷ୍ଣ ହତ୍ୟା କରି ପାହାଡ଼ରେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି।


All Right Reserved By Dharitri.Com

ବିଦ୍ୟୁତ୍‌ ସମସ୍ୟାନେଇ ଗଞ୍ଜାମ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ: ସାଉଥ୍‌କୋ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୩।୭: ବିଦ୍ୟୁତ୍‌ ସମସ୍ୟା ନେଇ ଗଞ୍ଜାମ ଜିଲା ଭାଜପା ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା...

ଟିପ୍ପର ସହ କାର୍‌ ଧକ୍କା: ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟିପ୍ପର ସହ...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା

ବ୍ରହ୍ମପୁର ଅଫିସ୍‌,୩ା୯-ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା...

ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ...

ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୧୯ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର...

ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ଜିଲାପାଳ: ଔଷଧ ଚିଠାରେ କମ୍ପାନୀ ନାଁ ଦେଖି କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୧୧ା୧୧-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ଜିଲାପାଳ...

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର...

Leave a comment

Your email address will not be published. Required fields are marked *