କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସଫେଇ ଦିଆଯାଉଛି। ଏହି ଜିଲାର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡରେ ବ୍ୟାପକ ଜଙ୍ଗଲ ରହିଥିଲେ ମଧ୍ୟ ଏହାର ସୁରକ୍ଷା ଠିକ୍‌ ଭାବେ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଏହି ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଦେଓଗାଁ ରେଞ୍ଜର ବରିପାଳ ଫରେଷ୍ଟ ବିଟ୍‌ ରହିଛି। ସେଠାରେ କୌଣସି କର୍ମଚାରୀ ପାଦ ପକାଉ ନ ଥିବାରୁ ଏବେ ଏହା ଭୂତକୋଠି ପାଲଟିଥିବା ଲୋକେ ଅଭିଯୋଗ କରୁଛନ୍ତି।
ଉଲ୍ଲେଖନୀୟ ଯେ, ୨୦୦୩ରେ ଆନନ୍ଦପୁରକୁ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳର ମାନ୍ୟତା ମିଳିଲା। ଏହାର ଦୀର୍ଘ ବର୍ଷ ପୂର୍ବରୁ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ବିଟ୍‌ ଓ ଚେକନାକା ପଏଣ୍ଟମାନ ଖୋଲା ଯାଇ ବନ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବରିପାଳଠାରେ ସେ ସମୟରୁ ଏହି ବିଟ୍‌ ଖୋଲାଯାଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ବିଟ୍‌ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଟ୍‌ରେ ରହିବାଠାରୁ ନଳକୂପ ବସାଯିବା ସାଙ୍ଗକୁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଦେଓଗାଁ ରେଞ୍ଜ ମୁଖ୍ୟ କାର୍ଯ୍ୟାଳୟର ମାତ୍ର ୮କି.ମି. ଦୂରରେ ଥିବା ଏହି ବିଟ୍‌ ରେବଣା ଓ ଅଟେଇ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏଠାରେ ବିଟ୍‌ ଓ ଚେକନାକା ପଏଣ୍ଟ ବନ୍ଦ ଥିବାରୁ କାଠଚୋରମାନେ ଏହାର ଭରପୂର ସୁଯୋଗ ଉଠାଉଛନ୍ତି । ସେମାନେ ଜଙ୍ଗଲରୁ ଦୈନିକ ଗଛ କାଟି କାଠ ଓ ଅନ୍ୟ ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ବେଧଡ଼କ ଭାବେ ଚୋରାଚାଲାଣ କରୁଛନ୍ତି। ଏହା ଜିଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କାଠଚୋରଙ୍କ ମୁକାବିଲା ସମ୍ଭବ ହେଉ ନ ଥିବା କୁହାଯାଉଛି। ଉଭୟ ପୋଲିସ ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମରେ ଏହି ବିଟ୍‌କୁ କାର୍ଯ୍ୟକ୍ଷମ କରାଯିବା ସହ ପାଟ୍ରୋଲିଂ ଓ ଚେକିଂ କାର୍ଯ୍ୟ କରାଯିବା ସକାଶେ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି କାହାର ନଜର ପଡୁ ନ ଥିବା ପରିବେଶବିତ ଯୁବରାଜ ଜେନା କହିଛନ୍ତି। ଏ ସମ୍ପର୍କରେ ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମଙ୍କୁ ପଚାରିବାରୁ ବିଟ୍‌ରେ ଆବଶ୍ୟକ ଗାର୍ଡ ପଦବୀ ଖାଲି ପଡିଥିବାରୁ ସମସ୍ୟା ଉପୁଜିଥିବା କହିଛନ୍ତି।


All Right Reserved By Dharitri.Com

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ...

ପୋଖରୀ ଭିତରେ ବୁଡ଼ିଗଲା କାର୍‌ : ଚାଳକ ଫେରାର

ପାଟଣା,୨୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ବୁଢ଼ିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ରାସ୍ତାପାର୍ଶ୍ୱରେ ଥିବା ଏକ ପୋଖରୀ ଭିତରେ ରବିବାର ବିଳମ୍ବିତ ରାତିରେ...

ନାବାଳିକା ଝିଅର ନିଖୋଜ ଘଟଣା: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବାପା

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜନୈକ ନିଖୋଜ ନାବାଳିକାଙ୍କ ବାପା ଜିଲା ଆରକ୍ଷୀ ଅଧିକ୍ଷକ(ଏସ୍‌ପି)ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଗତ ୧୮ ତାରିଖ ମଧ୍ୟାହ୍ନରୁ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ...

‘ଗୋନାସିକା’ ମହୋତ୍ସବରେ ବିକାଶର ବାର୍ତ୍ତା: ଉଦ୍‌ଯାପନ ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୬ ପର୍ଯ୍ୟନ୍ତ ଚାଲିବ ପଲ୍ଲୀଶ୍ରୀ ମେଳା

କେନ୍ଦୁଝର, ୨୫ା୧୨(ଡି.ଏନ୍‌.ଏ.)-କେନ୍ଦୁଝର କାଳୀପଡିଆଠାରେ ‘ଗୋନାସିକା କେନ୍ଦୁଝର ମହୋତ୍ସବ’ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ମେଳା ପରିସରରେ ଅନୁଷ୍ଠିତ ‘ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୧୯’ ଆସନ୍ତା ୨୬ ତାରିଖ...

ପଦଯାତ୍ରାରେ ସରକାରଙ୍କ ଗୁଣଗାନ କଲେ ବିଧାୟକ

ଆନନ୍ଦପୁର,୧୦। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀ ଭଣ୍ଡାରିଡିହା ଏବଂ ଶାମୁକାନେଣ୍ଡି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା...

ବିଲକୁ ମାଡୁନି ପାଣି: ରେଲୱେ ସାଇଫନ ସାଜିଛି ବାଧକ

କେନ୍ଦୁଝର, ୧୨।୧୦( ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଅଞ୍ଚଳର ଚାଷୀ ଜମିକୁ କେନାଲ ପାଣି ମଡାଇ ନ ପାରି ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଧାନ...

Leave a comment

Your email address will not be published. Required fields are marked *