ସୌର ବାଡ଼ ଓ ଟ୍ରେଞ୍ଚ ବିପର୍ଯ୍ୟସ୍ତ ସ୍ଥିିତିରେ

ଚମ୍ପୁଆ, ୧୬ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ବର୍ଷର ଅଧାରୁ ଅଧିକ ସମୟ ହାତୀ ଉପଦ୍ରବ ଲାଗି ରହୁଛି ା କେତେବେଳେ ଶିମିଳିପାଳ ଅଞ୍ଚଳରୁ ହାତୀପଲ ଚମ୍ପୁଆ ରେଞ୍ଜକୁ ପଶୁଥିବା ବେଳେ ଆଉ କେତେବେଳେ ଝାଡଖଣ୍ଡ ହାତୀପଲ ପଶି ଜଙ୍ଗଲ ଆଖପାଖ ଅଞ୍ଚଳରେ ପ୍ରଭୂତ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲ ମଧ୍ୟରେ ରହି ସଞ୍ଜ ନଇଁଲେ ଗାଁ ମୁହାଁ ହେଉଛନ୍ତି। ସେମାନେ ବିଲବାଡ଼ିରେ ପଶି ଚାଷଜମିକୁ ଦଳଚକଟିି ନଷ୍ଟ କରି ଦେଉଛନ୍ତି। ହାତୀଉପଦ୍ରବ ଯୋଗୁ ଜଙ୍ଗଲତଳି ଅଞ୍ଚଳ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରାତି ଉଜାଗର ରହୁଥିବା ଏବଂ ଅନେକେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରୁଛନ୍ତି। ବନ ବିଭାଗ ହାତୀପଲକୁ ଘଉଡାଇବା ବା ନିୟନ୍ତ୍ରଣ କରିବାରେ ଫେଲ୍‌ ମାରୁଥିବା ବେଳେ ପୂର୍ବରୁ ଜନବସତିମୁହାଁ ହାତୀଙ୍କୁ ରୋକିବା ଲାଗି ଖୋଳାଯାଇଥିବା ସୌରବାଡ ଓ ଟ୍ରେଞ୍ଚ ଏବେ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି। ହାତୀପଲ ଅବାଧରେ ଜନବସତିକୁ ପ୍ରବେଶ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ଚମ୍ପୁଆ ସେକ୍ସନର ରଜିଆ, ପତଳା, କଇଁତା, ସାତହଳିଆ, ମିରିଗିସିଙ୍ଗା, ଅଡଙ୍ଗାପାଳ, ଗୋଧୂଳି, ଟୁଣୁଟୁଣା ଓ କାଟୁଳିକନା ଅଞ୍ଚଳରେ ପ୍ରତି ବର୍ଷ ହାତୀପଲ ପଶି ଉପଦ୍ରବ କରିବା ସହ ଧନଜୀବନ ହାନି ଘଟାଇବା ଦେଖିବାକୁ ମିଳୁଛି। ଏଥିଲାଗି ଏହି ଅଞ୍ଚଳରେ ହାତୀ-ମଣିଷର ଲଢେଇ ପ୍ରାୟତଃ ଲଗି ରହୁଛି। ପତଳା ଓ ରଜିଆ ଅଞ୍ଚଳରେ ହାତୀପଲ ଦୀର୍ଘ ଦିନ ଧରି ରହୁଥିବାରୁ ଉକ୍ତ ଅଞ୍ଚଳବାସୀ ବାରମ୍ବାର ସୁରକ୍ଷା ଦାବି କରି ଆସୁଥିଲେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପତଳା ନର୍ସରୀଠାରୁ ପତଳା ଗାଁ ମୁଣ୍ଡ ପର୍ଯ୍ୟନ୍ତ ୨ କି.ମି. ରୁ ଊର୍ଦ୍ଧ୍ୱ ତାରବାଡ ଓ ରଜିଆ ହାଟଠାରୁ କଇଁତା ହାଇସ୍କୁଲ ପର୍ଯ୍ୟନ୍ତ ୭ କି.ମି. ଦୂର ୧୦ ଫୁଟ ଅନ୍ତରରେ ସିମେଣ୍ଟ ଖୁଣ୍ଟ ପୋତାଯାଇ ତାରବାଡ ଘେରା ଯାଇଥିଲା ା କରେଣ୍ଟ ଭୟରେ ହାତୀପଲ ଜଙ୍ଗଲ ମଧ୍ୟରେ ରହି ଆସୁଥିଲେ ା ସମୟ କ୍ରମେ ଏହି ତାରବାଡ ସମ୍ପୂର୍ଣ୍ଣ ନଷ୍ଟ ହେବାରୁ ଉକ୍ତ ସ୍ଥାନରେ ଟ୍ରେଞ୍ଚ ଖୋଳା ଯାଇଥିଲା। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯିବାରୁ ତାହା କ୍ରମେ ପୋତି ହୋଇ ପଡିଲାଣି। ଏଥିପ୍ରତି ବିଭାଗ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ରୂପ ନେବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖାଯାଇ ହାତୀପଲ ଯେପରି ଗାଁ ମଧ୍ୟକୁ ପ୍ରବେଶ କରି ନ ପାରିବେ ସେଥିସକାଶେ ସ୍ଥାନୀୟ ଯୁବକଙ୍କୁ ନେଇ ହାତୀ ସ୍କ୍ବାଡ ବା ପାରା ଷ୍ଟାଫ୍‌ ଗଠନ କରାଯାଇଛିଏବଂ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ଲାଗି ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ସହାୟତା ପ୍ରଦାନ କରାଯାଉଛି ବୋଲି କହିଛନ୍ତି।


All Right Reserved By Dharitri.Com

ଜାମୁନାଳିଆରେ ପଶିଲେ ୨୨ହାତୀ: ୨ଶହ ଏକର ଧାନଫସଲ ନଷ୍ଟ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢାଇଛି। ହାତୀପଲ ଧାନ ଓ ଅନ୍ୟ ଫସଲ ଖାଇବାକୁ...

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି

ଆନନ୍ଦପୁର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ତୋରାଣିଆପାଳ ଗ୍ରାମରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରଶାନ୍ତ କୁମାର ଦାସଙ୍କ ଘରେ ପଶି ଲକ୍ଷାଧିକ...

ଟାଟାଷ୍ଟିଲ କାର୍ଯ୍ୟାଳୟରେ ଜମିହରା ଗ୍ରାମବାସୀଙ୍କ ଦାବି ନେଇ ଆଲୋଚନା: ପ୍ରଶାସନ ନ ଆସିବାରୁ ହେଲାନି ସମାଧାନ

ଯୋଡ଼ା, ୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟାଷ୍ଟିଲ କମ୍ପାନୀର ଯୋଡା ଇଷ୍ଟ ଲୁହାପଥର ଖଣି ସମ୍ମୁଖରେ ଯୋଡା ଭୂୟଁା ବସ୍ତିର ଜମିହରା ମାନେ ବିଭିନ୍ନ ଦାବି ନେଇ ଜୁଲାଇ...

କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- ସରକାରଙ୍କ ପକ୍ଷରୁ ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇ ଅଙ୍ଗନୱାଡି ମାଧ୍ୟମରେ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ,...

ଉଠାଦୋକାନୀଙ୍କ କବ୍‌ଜାରେ ରାସ୍ତାଘାଟ : ଜରୁରିକାଳୀନ  ସେବା ବ୍ୟାହତ

ଆନନ୍ଦପୁର,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ବାଲିପାଳ ବଜାରରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଛି। ଆନନ୍ଦପୁର ଆର୍‌ଏମ୍‌ସି ଦ୍ୱାରା କରାଯାଇଥିବା ମାର୍କେଟ...

ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା...

କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର...

Leave a comment

Your email address will not be published. Required fields are marked *